ବିଧାନସଭା ଅଧିବେଶନ ବନ୍ଦକୁ ନେଇ କଂଗ୍ରେସର ସଫେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ବିଧାନସଭା ଅଧିବେଶନ ବନ୍ଦକୁ ନେଇ କଂଗ୍ରେସର ସଫେଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନକୁ ୧୮ଦିନ ପୂର୍ବରୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସରେ ମତଭେଦ ରହିଥିବା କୁହାଯାଉଛି। ଦିନକ ପରେ ଆଜି ପିସିସି ମିଡିଆ ସେଲ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ଅଧିବେଶନକୁ ବନ୍ଦ କରାଯିବା ଗଣତନ୍ତ୍ର ପ୍ରତି ଚରମ ଉପହାସ ବୋଲି କୁହାଯାଇଛି।

କୌଣସି ଗୁରୁତ୍ୱପୂର୍ଣ୍ଣ ଚାପ ବା ପରିସ୍ଥିତି ନଥାଇ ସୁଦ୍ଧା ଶାସକ ଦଳ ଗତକାଲି ବିଧାନସଭା ଶୀତ ଅଧିବେଶନକୁ ଆଗୁଆ ବନ୍ଦ କରିବା ନିଷ୍ପତ୍ତିକୁ ଅତ୍ୟନ୍ତ ହାଲକା ଢଙ୍ଗରେ କଂଗ୍ରେସ ବିଧାୟକ ଦଳ ବିରୋଧ କରିଥିଲା। ଏପରିକି ଅଧିବେଶନ ସରିବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୃହ ଭିତରେ ନିଜ ଆସନରୁ ଉଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ନୂଆବର୍ଷର ଆଗୁଆ ଶୁଭକାମନା ଜଣାଇବାକୁ ଯାଇଥିଲେ। ନିର୍ବାଚନ ଆଗରେ ଥିବାବେଳେ ଗୃହକୁ ଆଗୁଆ ବନ୍ଦ କରିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ଏଭଳି ‘ଉଦାର’ ମନୋଭାବ ଯୋଗୁ ବିଜେପି ଉଭୟ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କରିବାର ସୁଯୋଗ ପାଇଥିଲା।

ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ମୁଲତବୀ ଘୋଷଣା କରିବା ପାଇଁ ଶାସକ ଦଳର ପ୍ରସ୍ତାବକୁ ବିଜେପି କକ୍ଷତ୍ୟାଗ ମାଧ୍ୟମରେ ବିରୋଧ କରିଥିବାବେଳେ କଂଗ୍ରେସ କଡ଼ା ଭାବେ ବିରୋଧ କରିପାରିନଥିଲା। ନିର୍ବାଚନୀ ବର୍ଷରେ ବିଧାୟକ ଦଳର ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା ହେବା ପରେ କଂଗ୍ରେସ ମିଡିଆ ସେଲ୍ ଆଜି ସାମ୍ବାଦିକ ସମ୍ମିଳନୀ କରି ଏଥିରେ ତାଳି ପକାଇବାକୁ ଉଦ୍ୟମ କରିଛି। ବିରୋଧୀ ଦଳ ନେତା, ବିରୋଧୀ ଦଳ ମୁଖ୍ୟ ସଚେତକ ଓ ବରିଷ୍ଠ ବିଧାୟକମାନଙ୍କ ପରିବର୍ତ୍ତେ ପ୍ରଥମଥର ପାଇଁ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଧରି ଦଳର ମିଡିଆ ସେଲ୍ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଛି।

ବିଧାୟକ ଶ୍ରୀ କୁଲେସିକା ଓ ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ, ଚଳିତ ବିଧାନସଭାର ୧୫ ତମ ଅଧିବେଶନକୁ ଧାର୍ଯ୍ୟ ସମୟ ପୂର୍ବରୁ ମାତ୍ର ୫ ଦିନ ଚଳାଇ ହଠାତ୍ ବନ୍ଦ କରିବା ଦୁର୍ଭାଗ୍ୟଜନକ। ବିଜେଡ଼ି ସରକାରର ବିଧାନସଭା ଏବଂ ସମ୍ବିଧାନ ପ୍ରତି ସାମାନ୍ୟତମ ସମ୍ମାନ ନାହିଁ। ସମ୍ବିଧାନର ୧୭୪ ଧାରା ଓ ରୁଲ-୧୧ ଅନୁଯାୟୀ ବିଧାନ ସଭା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବନିମ୍ନ ୬୦ ଦିନ ବସିବା କଥା ମାତ୍ର କୌଣସି ବର୍ଷ ବିଧାନସଭା ୬୦ ଦିନ ବସିନାହିଁ। ବିଡ଼ମ୍ବନାର ବିଷୟ ହେଉଛି ଯେ କାର୍ଯ୍ୟଦିବସଗୁଡ଼ିକରେ ଦିନକୁ ହାରାହାରି ମାତ୍ର ୪ ଘଣ୍ଟା ବିଧାନସଭାର କାର୍ଯ୍ୟ ହେଉଛି। ବିଧାନସଭାରେ ୧୧୭ ଜଣ ସଭ୍ୟ ଥିବା ବିଜେଡି ଦଳର ସମ୍ବିଧାନ ଏବଂ ବିଧାନସଭା ପ୍ରତି ତିଳେ ମାତ୍ର ସମ୍ମାନ ଥିଲେ ଏହାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା।

ଗତ ୧୫ତମ ଅଧିବେଶନ ନଭେମ୍ବର ୧୬ ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବାର ଥିଲା। ମାତ୍ର ୫ ଦିନ ପରେ ଗତ ୨୪ ତାରିଖରେ ବିଧାନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଗଲା। ଓଡ଼ିଶାରେ ଏଯାବତ୍ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ଯାହା ଉପରେ ବିଧାନସଭାରେ ସବିଶେଷ ଆଲୋଚନା ହେବା ଜରୁରୀ ଥିଲା। ଓଡ଼ିଶାର ଚାଷୀ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ତଥା ତିତିଲି ବାତ୍ୟାଜନିତ କ୍ଷୟକ୍ଷତି ପରି ଅନେକ ପ୍ରସଙ୍ଗରେ ଆଲୋଚନା ବିଧାନସଭାରେ ହେବାର ଆବଶ୍ୟକତା ଥିଲା।

କାର୍ଯ୍ୟପରାମର୍ଶଦାତା କମିଟି ବୈଠକରେ ବିଧାନସଭା ଅଧିବେଶନ ବନ୍ଦ ନକରିବା ପାଇଁ କଂଗ୍ରେସ ଦଳ ପରାମର୍ଶ ଦେଇଥିଲା। ମାତ୍ର ସରକାର ସେଥିପ୍ରତି ଧ୍ୟାନ ନ ଦେଇ ବିଧାନସଭା ଅଧିବେଶନକୁ ଅଧାରୁ ବନ୍ଦ କରିବା ଓଡ଼ିଶାବାସୀଙ୍କ ପ୍ରତି ଏକ ଚରମ ଉପହାସ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ରଜନୀ କୁମାର ମହାନ୍ତି, ପ୍ରଶାନ୍ତ ଶତପଥି ଏବଂ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2TMw1Nl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages