ବିଧାୟକ ପଦ ଛାଡ଼ିବାର ସଙ୍କେତ ଦେଲେ ଦିଲ୍ଲୀପ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ବିଧାୟକ ପଦ ଛାଡ଼ିବାର ସଙ୍କେତ ଦେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିଧାୟକ ପଦରୁ ଖୁବଶୀଘ୍ର ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଇସ୍ତଫା ଦେବେ। ବିଜେଡିରେ ସାମିଲ ହେବା ପାଇଁ ସବୁକିଛି ଚୂଡ଼ାନ୍ତ ହୋଇସାରିଛି। ସମ୍ଭବତଃ ଦିଲ୍ଲୀପ ଚଳିତମାସ ୨୯ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ଆଜି ଗଣମାଧ୍ୟମକୁ ଶ୍ରୀ ରାୟ ଦେଇଥିବା ବୟାନରୁ ସେ ବିଜେପି ବିଧାୟକ ପଦ ଛାଡ଼ିବେ ଓ ଆସନ୍ତା ୩/୪ ଦିନ କିମ୍ବା ୫ଦିନ ଭିତରେ ଯାହା ଗୋଟିଏ ନିଷ୍ପତ୍ତି ନେବେ ବୋଲି ଆଭାସ ଦେଇଛନ୍ତି।ତେବେ ଅନ୍ୟ କେଉଁ ଦଳକୁ ଯିବାକଥା ସେ ଏବେ ଚିନ୍ତା କରିନାହାନ୍ତି ବୋଲି ଶ୍ରୀ ରାୟ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରାୟ କହିଛନ୍ତି ଯେ, “ରାଉରକେଲାର ଭାବାବେଗ ସହ ଜଡ଼ିତ ଥିବା ଦୁଇଟି ଦାବି ମୁଁ ଦୀର୍ଘଦିନ ଧରି କରିଆସୁଛି। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ଓ ରାଉରକେଲାରେ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏଠାରେ ପ୍ରତିଶ୍ରୁତି ଦେଇଥିଲେ। ଦିଲ୍ଲୀ ଓ ଚାରିଆଡ଼େ ଯାଇ ଯେତିକି ଅନୁରୋଧ କରିବା କଥା କଲି।ରାଉରକେଲା ଭାଇଭଉଣୀଙ୍କ ଯେଉଁ ଦାବି ଥିଲା ସେହି ଦୁଇଟା କାର୍ଯ୍ୟ କିଭଳି ହେବ ସେଥିପାଇଁ ଦୀର୍ଘଦିନ ଚେଷ୍ଟା କରୁଛି। କୁହାଯାଉଛି ମୁଁ ବିଧାୟକ ରହିଲେ କାଳେ ଏହି ଶ୍ରେୟ ନେଇଯିବି ସେଥିପାଇଁ ଏ କାମଗୁଡ଼ାକ ହୋଇପାରୁନି। କୁହାଯାଉଛି, ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ଗତଥର ଭଲ ଫଳାଫଳ କରିଥିଲା ସେଇଟା ଯେଭଳି ନହେବ କେହି କ୍ଷମତାଶାଳୀ ଚାହୁଁଛନ୍ତି। ଯଦି ଏଭଳି ଚିନ୍ତାଧାରା ଥିବ ତା’ହେଲେ ସେ ନିଜ ଆଡ଼ୁ ସାଇଡ୍ ହୋଇଯିବାକୁ ଚାହୁଁଛନ୍ତି। ଶେଷ ଚେଷ୍ଟା କରିବେ ନଚେତ୍ ସାଇଡ୍ ହୋଇଯିବେ। ସେ ସାଇଡ୍ ହୋଇଗଲେ ବୋଧହୁଏ ଦୁଇଟି ଯାକ କାମ ଆରମ୍ଭ ହୋଇଯିବ ବୋଲି ଶ୍ରୀ ରାୟ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଧନ୍ୟବାଦ ଦେଇ କହିଥିଲେ ଯେ ବ୍ରାହ୍ମଣୀ ସେତୁ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ରାଉରକେଲା ସହରବାସୀଙ୍କୁ ପାଇପଯୋଗେ ଗ୍ୟାସ୍ ସଂଯୋଗ ଓ ଫିଲିଂ ଷ୍ଟେସନ ପାଇଁ ସେ ଦାବି କରିଥିଲେ। ଏଥିପାଇଁ ସେ ଚେଷ୍ଟା କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏବେ ସେହି କାମ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ମୋତେ ଏହି କାର୍ଯ୍ୟକ୍ରମକୁ ଡକାଗଲାବେଳେ ସିଏନଜି ଫିଲିଂ ଷ୍ଟେସନ୍ ଓ ସହରବାସୀଙ୍କୁ ପାଇପ୍ ଯୋଗେ ଗ୍ୟାସ କେବେ ମିଳିବ ବୋଲି ସେ ପ୍ରଶ୍ନ କରିଥିଲେ। ନିର୍ଦ୍ଦିଷ୍ଟ ତାରିଖ ନକହିଲେ ସେ ଯିବେ ନାହିଁ ବୋଳି ମଧ୍ୟ ସ୍ପଷ୍ଟ କରିଦେଇଥିଲେ।କାରଣ, ଏହା ପୁଣିଥରେ ବ୍ରାହ୍ମଣୀ ବ୍ରିଜ୍ ଭଳି କଥା ହେବ କହି ସେ ଦୂରେଇ ରହିଥିଲେ। ନିଦ୍ଦିଁଷ୍ଟ ସମୟ କହିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମନା କରିଦେଇଥିଲେ ଓ ଏହା ୮ ବର୍ଷିଆ କାର୍ଯ୍ୟକ୍ରମ ବୋଲି କହିବାରୁ ସେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଯଦି ସେଠାକୁ ଯାଇଥାନ୍ତେ ପୁଣି ଲୋକଙ୍କୁ ଜବାବ ଦେବାକୁ ପଡ଼ିଥାନ୍ତା ବୋଲି ଶ୍ରୀ ରାୟ କହିଛନ୍ତି।

ଶ୍ରୀ ରାୟ ଆସନ୍ତା ୪-୫ ଦିନ ମଧ୍ୟରେ ବିଧାୟକ ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଏହା ପଦକ୍ଷେପ ନେଇ ସେ ରାଉରକେଲାର ସେହି ଦୁଇଟି ମୁଖ୍ୟ କାର୍ଯ୍ୟକୁ ଆରମ୍ଭ କରାଇବାକୁ ଚାହୁଁଥିବା ଶ୍ରୀ ରାୟ କହିଛନ୍ତି ।



from Odisha Reporter https://ift.tt/2BuFod5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages