ଅସହ୍ୟ ଯନ୍ତ୍ରଣା; ଇଚ୍ଛାମୃତ୍ୟୁ ଚାହୁଁଛନ୍ତି ହେମନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଅସହ୍ୟ ଯନ୍ତ୍ରଣା; ଇଚ୍ଛାମୃତ୍ୟୁ ଚାହୁଁଛନ୍ତି ହେମନ୍ତ

hemanta

ପୁରୀ (ପ୍ରଦୀପ ମହାନ୍ତି): ଯେଉଁ ବୟସରେ ରୋଜଗାର କରି ପରିବାର ଚଳାଇବା କଥା, ସେ ବୟସରେ ସେ ଶଯ୍ୟାଶାୟୀ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଯନ୍ତ୍ରଣା ସହି ନପାରି ସେ ଇଚ୍ଛାମୃତ୍ୟୁ ମନସ୍ଥ କରୁଛନ୍ତି।

ଦୀର୍ଘ ଚାରି ବର୍ଷ ହେଲା ଶଯ୍ୟାଶାୟୀ ଥିବା ଏହି ଯୁବକଙ୍କ ନାଁ ହେମନ୍ତ ସାହୁ। ବୟସ ମାତ୍ର ୨୪ ବର୍ଷ। ତାଙ୍କ ଘର ପୁରୀ ଜିଲ୍ଲା ନିମାପଡ଼ା ବରୁଣ ଶାସନ ଅଞ୍ଚଳରେ। ତାଙ୍କର ସ୍ନାୟବିକ ବ୍ୟବସ୍ଥା ପୂରା ଫେଲ୍ ମାରିଛି। ତେଣୁ ହାତଗୋଡ଼ ଅଚଳ ହୋଇଯାଇଛି। ସେ ବିଛଣାରେ ପଡ଼ି ରହିଛନ୍ତି।

୨୦୧୪ ମସିହାରେ ଏକ ପକ୍କାଘର ନିର୍ମାଣରେ କାମ କରୁଥିବା ବେଳେ ହେମନ୍ତ ଉପରୁ ପଡ଼ି ଯାଇଥିଲେ। ଏଥିଯୋଗୁ ବେକ ପାଖରେ ତାଙ୍କର ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା ତା’ ପରଠୁ ଏହି ଅବସ୍ଥା। ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇ ପଡ଼ିଲେଣି ମାଆ ସୁଲୋଚନା।

89ସୁଲୋଚନା ଆଉ ପୁଅର ଦୁଃଖ ଦେଖି ପାରୁ ନାହାନ୍ତି। ଅନ୍ୟପକ୍ଷେ ଯନ୍ତ୍ରଣା ସହି ହେଉ ନଥିବା ଯୋଗୁ ତାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ହେମନ୍ତ କହିଛନ୍ତି।

ଏବେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଚିକିତ୍ସିତ ହେଉଛନ୍ତି ହେମନ୍ତ। ଡାକ୍ତର କହୁଛନ୍ତି, ହେମନ୍ତ ଠିକ୍ ହୋଇ ପାରିବେ। ତେବେ ଏଥିପାଇଁ ଦରକାର ଉପଯୁକ୍ତ ଚିକିତ୍ସା। ଏଥିପାଇଁ ୫୦ ହଜାରରୁ ଲକ୍ଷେ ଟଙ୍କା ଦରକାର। ଏହା ଦ୍ୱାରା ହେମନ୍ତ କଠିନ କାମ ନ କରିପାରିଲେ ମଧ୍ୟ ସାଧାରଣ ଜୀବନ ଯାପନ ଅତିବାହିତ କରିପାରିବେ।

ଅନେକ କାକୁତି ମିନତି ପରେ ମଧ୍ୟ ହେମନ୍ତଙ୍କ ପାଖରେ ଏଯାଏ ପହଞ୍ଚି ପାରିନି ପ୍ରଶାସନ। ଯଦି ତାଙ୍କୁ ସରକାରୀ ସାହାଯ୍ୟ ମିଳି ପାରନ୍ତା, ହୁଏତ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତେ।



from Odisha Reporter https://ift.tt/2qwHRxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages