ପରିବାର ସହ ଶ୍ରୀମନ୍ଦିରରେ ଗଜପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ପରିବାର ସହ ଶ୍ରୀମନ୍ଦିରରେ ଗଜପତି

puri gajapati visits shree mandir with family

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗତକାଲି ସନ୍ଧ୍ୟାରେ ମହାରାଣୀ ଓ ପରିବାର ବର୍ଗ ସହ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି।

ପରମ୍ପରା ଅନୁଯାୟୀ ପରିବାର ସହ ଗଜପତି ମହାରାଜ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ପବିତ୍ର କାର୍ତ୍ତିକ ମାସରେ ସନ୍ଧ୍ୟା ଆଳତି ପରେ ଗଜପତି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଙ୍ଗଳ କାମନା କରିଥିଲେ। ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଭାବେ ଗଜପତି ଦର୍ଶନ କରିଥିବା ବେଳେ ରାଜଗୁରୁ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

ଏହି ଅବସରରେ ଧାଡ଼ି ଦର୍ଶନ ଉପରେ ପ୍ରତିକ୍ରିୟା ରଖି ଗଜପତି କହିଥିଲେ,“ସମସ୍ତ ଭକ୍ତ କିଭଳି ଶାନ୍ତି ଶୃଙ୍ଖଳା ସହ ଦର୍ଶନ କରିବେ ସେଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ସହାୟତାରେ ରାଜ୍ୟ ସରକାର ଏହି ବ୍ୟବସ୍ଥାକୁ ସଫଳ କରିବେ ବୋଲି ମୁଁ ଆଶାବାଦୀ।”



from Odisha Reporter https://ift.tt/2Qo1wLm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages