
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକ ସହ ଦୀପ ଆଲୁଅରେ ଝଲସିବ ଗାଁଠୁ ସହର। ଏହାସହ ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଦୀପାବଳିରେ ସୁରକ୍ଷିତ ବାଣ ଫୁଟା ନେଇ କମିଶନରେଟ୍ ପୁଲିସ୍ ନିର୍ଦ୍ଦେଶାବଳୀ ଜାରି କରିଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ କଟକ ଭୁବନେଶ୍ୱରରେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ନିଷେଧ କରାଯାଇଛି।
ଚାଇନା ବାଣ ମାଳ ଅବସ୍ଥାରେ ଫୁଟାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ ଓ କୋର୍ଟ ପାଖରେ ବାଣ ଫୁଟାଇବା ସମ୍ପୂର୍ଣ ବାରଣ କରାଯାଇଛି।
ଏହାସହ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବା, ଜନବସତିଠାରୁ ଦୂରରେ ଖୋଲା ପଡ଼ିଆରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ବିଜୁ ପଟ୍ଟନାୟକ ବିମାନବନ୍ଦର ଆଖପାଖରେ ରକେଟ୍ ବାଣ ଏବଂ ଆକାଶ ଦୀପ ନ ଲଗାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଏହାସହ ଲେଜର ଲାଇଟ୍ ନ ପକାଇବାକୁ ମଧ୍ୟ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଏହାଦ୍ୱାରା ବିମାନଯାତ୍ରାରେ ବାଧା ଉପୁଜିଥାଏ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2QmAUdP
No comments:
Post a Comment