ଜାଣନ୍ତୁ, ଆପଣଙ୍କ ରାଶି ପାଇଁ କେଉଁ ରଙ୍ଗର ଗାଡ଼ି ଶୁଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଜାଣନ୍ତୁ, ଆପଣଙ୍କ ରାଶି ପାଇଁ କେଉଁ ରଙ୍ଗର ଗାଡ଼ି ଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କାର୍‌ ହେଉ କି ମୋଟର ସାଇକେଲ୍‌, ସମସ୍ତେ ନିଜ ମନ ପସନ୍ଦର ଗାଡ଼ି କିଣିବାକୁ ଚାହାନ୍ତି । ହେଲେ ଆପଣଙ୍କ ଏହି ମନ ପସନ୍ଦର ଗାଡ଼ି ଆପଣଙ୍କ ରାଶିକୁ ସୁଝୁଛି କି ନାହିଁ, ତାହା ଆପଣ ଜାଣନ୍ତି କି? ଆଜ୍ଞା ହଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗାଡ଼ିର ରଙ୍ଗ ଆପଣଙ୍କ ରାଶି ସୁଝିବା  ନିହାତି ଦରକାର। ନ ହେଲେ ଏହା ଆପଣଙ୍କ ପାଇଁ ସମସ୍ୟା ବା ଅଶୁଭ ହୋଇପାରେ।

ଏବେ ଆସନ୍ତୁ ଜାଣିବା, କେଉଁ ରାଶିର ବ୍ୟକ୍ତିଙ୍କୁ କି ରଙ୍ଗର ଗାଡ଼ି ଚଢ଼ିବା ଶୁଭଦାୟକ।

ମେଷ ରାଶି- ମେଷ ରାଶିର ଲୋକଙ୍କର ଲାଲ୍‌ କିମ୍ବା ସିଲଭର୍‌ ରଙ୍ଗ ଗାଡ଼ି ଶୁଭଦାୟକ। କିନ୍ତୁ କଳା ଓ ନୀଳ ରଙ୍ଗର ଗାଡ଼ି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ହେଇଥାଏ।

ବୃଷ ରାଶି- ଏହି ରାଶିର ବ୍ୟକ୍ତି ଧଳା ବା କ୍ରିମ୍‌ ରଙ୍ଗର ଗାଡ଼ି କିଣି ପାରିବେ। ଚକୋଲେଟ୍‌ ଲାଲ୍‌ ଓ ଗୋଲାପି ରଙ୍ଗର ଗାଡ଼ି ମଧ୍ୟ ଏମାନଙ୍କ ପାଇଁ ଶୁଭ। କିନ୍ତୁ ଏମାନେ ଭୁଲରେ ବି କଳା ରଙ୍ଗ ଗାଡ଼ି କିଣନ୍ତୁ ନାହିଁ।

ମିଥୁନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ ରଙ୍ଗର ଗାଡ଼ି ଶୁଭ। କିନ୍ତୁ ଲାଲ୍‌ ଓ ଧଳା ରଙ୍ଗର ଗାଡ଼ି ଏହି ରାଶିଧାରୀଙ୍କ ପାଇଁ ଅଶୁଭ ବୋଲି କୁହାଯାଏ।

କର୍କଟ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଚକୋଲେଟ୍ ରଙ୍ଗ, କଳା ଓ ହଳଦିଆ ରଙ୍ଗ ଶୁଭଦାୟକ। ଏଥିସହ ଏମାନେ ନିଜ ଗାଡ଼ିରେ ହନୁମାନଙ୍କର ମୂର୍ତି ରଖିବା ଶୁଭ।

ସିଂହ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଗ୍ରେ ବା ଧୂସର ରଙ୍ଗର ଗାଡ଼ି ଖୁବ୍‌ ଶୁଭ। ହେଲେ ଲାଲ୍‌ କିମ୍ବା ନୀଳ ରଙ୍ଗର ଗାଡ଼ି ଏମାନଙ୍କ ପାଇଇଁ ଅଶୁଭ।

କନ୍ୟା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗର ଗାଡ଼ି ଶୁଭଦାୟକ। ତେବେ ଯେତେ ସମ୍ଭବ ଆପଣ ଲାଲ୍‌ ରଙ୍ଗର ଗାଡ଼ି କିଣିବାରୁ ଦୂରେଇ ରୁହନ୍ତୁ।

ତୁଳା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ନୀଳ ଓ ଲାଲ୍‌ ରଙ୍ଗ ଅତ୍ୟନ୍ତ ଶୁଭ। ତେଣୁ ଏହି ରାଶିର ବ୍ୟକ୍ତି ମାନେ ଏହି ସବୁ ରଙ୍ଗର ଗାଡି କିଣିବା ଉଚିତ୍‌।

ବିଛା ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ରଙ୍ଗର ଗାଡ଼ି ବହୁତ ଶୁଭଦାୟକ। ଏମାନଙ୍କ ପାଇଁ କିନ୍ତୁ ଗେରୁଆ ଓ ହଳଦିଆ ରଙ୍ଗ ଗାଡ଼ି କଦାପି ଶୁଭ ହୋଇ ନଥାଏ।

ଧନୁ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗ ଶୁଭ। କିନ୍ତୁ ଧ୍ୟାନରେ ରଖିବେ, ଆପଣଙ୍କ ଏହି ରଙ୍ଗର ଗାଡ଼ିକୁ କେବେ ବି କେଉଁ ହଳଦିଆ ରଙ୍ଗର ଗାଡ଼ି ପାଖରେ ପାର୍କିଂ କରିବେ ନାହିଁ।

ମକର ରାଶି- ଏହି ରାଶିର ବ୍ୟକ୍ତିଙ୍କ ଇଷ୍ଟ ଗ୍ରହ ଶନି। ତେଣୁ ଏମାନଙ୍କ ପାଁଇ କଳା ଓ ଧୂସର ରଙ୍ଗ ଅତ୍ୟନ୍ତ ଶୁଭଦାୟକ। ମନେରଖନ୍ତୁ, ଆପଣ ଯଦି ଶନିବାର ନୂଆ ଗାଡ଼ି କିଣି ଶନି ଦେବଙ୍କ ନିକଟରେ ପୂଜା କରିବେ, ତେବେ ଏହା ଅତ୍ୟନ୍ତ ଶୁଭଫଲ ଦେବ।

କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ କିମ୍ବା ନୀଳ ରଙ୍ଗର ଗାଡ଼ି ଶୁଭ। କିନ୍ତୁ କଳା କି ଧୂସର ରଙ୍ଗର ଗାଡି ଆଦୌ କିଣନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପଦପୂର୍ଣ ହୋଇପାରେ।

ମୀନ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଁଇ ହଳଦିଆ ରଙ୍ଗର ଗାଡ଼ି ସବୁଠୁ ଶୁଭ ହୋଇଥାଏ। ଏହା ବ୍ୟତୀତ ସୁନେଲି ଓ ନାରଙ୍ଗୀ ରଙ୍ଗ ମଧ୍ୟ ଶୁଭଦାୟକ ହୋଇଥାଏ।

 



from Odisha Reporter http://bit.ly/2EQWDZ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages