
ଭୋପାଲ: ୨୦୦୩ରେ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ଘଟିଥିଲା। ଦଳ ୨୩୦ ଆସନରୁ ମାତ୍ର ୩୮ଟିରେ ଜିତି ଥିଲା।
ଏହି ଫଳାଫଳ ଆସିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ପ୍ରତିଜ୍ଞା କରିଥିଲେ ଯେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ କି ରାଜ୍ୟ ରାଜନୀତିରେ ହସ୍ତକ୍ଷେପ କରିବେ ନାହିଁ।
ସେହି ସମୟରେ ଜଣେ ସାଧାରଣ କଂଗ୍ରେସ କର୍ମୀ ପ୍ରତିଜ୍ଞା ନେଇଥିଲେ ଯେ ରାଜ୍ୟରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ନ ଫେରିବା ପର୍ଯ୍ୟନ୍ତ ସେ ଜୋତା ପିନ୍ଧିବେ ନାହିଁ। ସେ ଏହି ପ୍ରତିଜ୍ଞାକୁ ଗଲା ୧୫ ବର୍ଷ ହେଲା, ଏପରିକି ଗତକାଲି (ବୁଧବାର) ପର୍ଯ୍ୟନ୍ତ ପାଳନ କରି ଆସିଥିଲେ। ତେବେ ଗତକାଲି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପସ୍ଥିତିରେ ସେ ୧୫ ବର୍ଷ ପରେ ଜୋତା ପିନ୍ଧିଥିଲେ। ଏହି କଂଗ୍ରେସ କର୍ମୀଙ୍କ ନାଁ ଦୁର୍ଗା ଲାଲ କିରାଡ଼।
ଗତକାଲି ମୁଖ୍ୟମନ୍ତ୍ରୀ କମଲନାଥ ଓ ଦିଗ୍ବିଜୟ ସିଂହ ଦୁର୍ଗା ଲାଲ କିରାଡ଼ଙ୍କ ବାସଭବନକୁ ଯାଇଥିଲେ ଓ ତାଙ୍କୁ ଜୋତା ପିନ୍ଧିବାକୁ ଅନୁରୋଧ କରିଥିଲେ। ଦଳ ପ୍ରତି ଏଭଳି ନିଷ୍ଠା ପାଇଁ ଏହି ଦୁଇ ନେତା କିରାଡ଼ଙ୍କୁ କୃତଜ୍ଞତା ଜଣାଇଥିଲେ।
କମଲନାଥ ଟ୍ୱିଟ୍ କରି ଲେଖିଛନ୍ତି,“ଆଜି କର୍ମୀ ଶ୍ରୀ ଦୁର୍ଗା ଲାଲ କିରାଡ଼ଙ୍କୁ ତାଙ୍କ ବାସଭବନରେ ଭେଟିଲି ଓ ଜୋତା ପିନ୍ଧିବାକୁ କହିଲି। ରାଜ୍ୟରେ କଂଗ୍ରେସ କ୍ଷମତାକୁ ନ ଫେରିବା ପର୍ଯ୍ୟନ୍ତ ଜୋତା ନ ପିନ୍ଧିବାକୁ ସେ ପ୍ରତିଜ୍ଞା କରିଥିଲେ। କଂଗ୍ରେସ ପାଇଁ ନିଷ୍ଠାର ସହିତ ଦିନରାତି ପରିଶ୍ରମ କରିଥିବା ଏମିତି ଜଣେ କର୍ମୀଙ୍କୁ ମୁଁ ସାଲ୍ୟୁଟ୍ କରୁଛି।”
କରାଡ଼ଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପ୍ରଶଂସା କରିଛନ୍ତି।
from Odisha Reporter http://bit.ly/2AizF9j
No comments:
Post a Comment