ଏ ସମାଜ ଆମ ଅଭିନୟ ଦେଖେ ଓ ତାଳି ମାରେ, ରାତି ପାହିଲେ ଆମକୁ କାହିଁକି ଘୃଣା କରେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

 ଏ ସମାଜ ଆମ ଅଭିନୟ ଦେଖେ ଓ ତାଳି ମାରେ, ରାତି ପାହିଲେ ଆମକୁ କାହିଁକି ଘୃଣା କରେ?

ଆମ ସମାଜ ଯାତ୍ରା କଳାକାରଙ୍କୁ ବହୁ ଭଲ ପାଏ। ରାତି ଅନିଦ୍ରା ହୋଇ ଆମ ଅଭିନୟ ଦେଖେ ଓ ତାଳି ମାରେ। ବାଃ ବାଃ କହେ। ପ୍ରଶଂସାରେ ପୋତି ପକାଏ ଓ ପୁରସ୍କାର ଦିଏ। କିନ୍ତୁ ରାତି ପାହିଗଲେ ଆମ ସମାଜର କିଛି ଲୋକ ଆମକୁ ଘୃଣା କରନ୍ତି। ଆମକୁ ରହିବା ପାଇଁ ଘର ଦିଅନ୍ତି, ହେଲେ ତାଙ୍କ ଶୌଚାଳୟ ବ୍ୟବହାର କରିବାକୁ ଦିଅନ୍ତିନି। ଏଥିପାଇଁ ଭାରି ଦୁଃଖ ଲାଗେ ବୋଲି କହିଛନ୍ତି ରଙ୍ଗମହଲର ହ୍ୟାଣ୍ଡସମ୍‌ ହିରୋ ସୁବାଷ ବେହେରା।
ଗତ ସପ୍ତାହରେ ‘ଓଟିଭି’ର ‘ଖୋଲା କଥା’କୁ ଆସିଥିଲେ ସୁବାସ ଓ ଅଭିନେତ୍ରୀ ମାମା। ଆଉ ମନ ଖୋଲି କଥା ହୋଇଥିଲେ। ଯାତ୍ରା ପାର୍ଟିରେ ରାଗିଂକୁ ନେଇ ସୁବାସ କହିଛନ୍ତି-“ସମୟ ଥିଲା ଯାତ୍ରାରେ ପାର୍ଟିରେ ରାଗିଂ ହେଉଥିଲା। ଖାଇବା ଥାଳିକୁ ଗୋଇଠା ମରାଯାଉଥିଲା। କୌଣସି କନିଷ୍ଠ କଳାକାରଙ୍କୁ ଆଗେ ଖାଇବାକୁ ଦିଆଯାଉନଥିଲା। ଯଦି କିଏ ଖାଇଲା ତା’ ପ୍ରତି ଅଶ୍ଳୀଳ ଶବ୍ଦ ପ୍ରୟୋଗ କରାଯାଉଥିଲା। କଥା କଥାକେ ମାଡ଼ ମରାଯାଉଥିଲା। ମାତ୍ର ବର୍ତ୍ତମାନ ସେହି ସମୟ ନାହିଁ। କନିଷ୍ଠ କଳାକାରଙ୍କୁ ହାତ ଧରି ତାଲିମ ଦିଆଯାଉଛି। ରାଗିଂ ବୋଲି କିଛି ନାହିଁ। ବର୍ତ୍ତମାନ ସ୍ଥିତିରେ ଜଣେ କନିଷ୍ଠ କଳାକାର ପାର୍ଟିକୁ ଆସିଲେ ଲକ୍ଷାଧିକ ଟଙ୍କା ଦରମା ପାଉଛି। ମାଲିକ ତାଙ୍କୁ ଭଲ ଖାଇବାକୁ ଦେଉଛି, ରହିବା ପାଇଁ ଘର ଦେଉଛି। ମାତ୍ର ପୂର୍ବରୁ ସେହି ସୁବିଧା ଓ ସୁଯୋଗ କିଛି ନଥିଲା। ଆମେ ଗୁହାଳରେ ବି ଶୋଇଛୁ।”
ମାମା କହିଛନ୍ତି-“କଳା ପ୍ରତି ପିଲା ବେଳୁ ଦୁର୍ବଳତା ଥିଲା। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲ ସାର୍‌ଙ୍କ ଝିଅ(ସାଙ୍ଗ) ସହ ଗାଁରେ ପଡ଼ିଥିବା ଯାତ୍ରା ଦେଖିବାକୁ ଯାଇଥିଲି। ନାଚ ଦେଖି ନିଜକୁ ସମ୍ଭାଳି ପାରିନଥିଲି। ନାଚିବାକୁ ଚାହିଁଥିଲି। ଆଉ ତା’ପରଠାରୁ ଯାତ୍ରାଠାରୁ ମୋହ ତୁଟାଇ ପାରିଲି ନାହିଁ। ଏ ସମ୍ପର୍କରେ ଆମ ସ୍କୁଲ୍‌ ସାର୍‌ ଯାଇ ମୋ ମାଆଙ୍କୁ କହିଥିଲେ। ଯାତ୍ରାରେ ନାଚିବା କଥା ଶୁଣି ମାଆ ଚିହିଁକି ଉଠିଥିଲେ। ନଯିବାକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏହା ସତ୍ତ୍ୱେ ମଧ୍ୟ ନାଚ ଠାରୁ ଦୂରେଇ ପାରିନଥିଲି। ନାଚ ପାଇଁ ଆସ୍ତେ ଆସ୍ତେ ପାଠ ପଢ଼ାଠାରୁ ଦୂରେଇଗଲି। ଶେଷରେ ଯାତ୍ରା ପାର୍ଟିକୁ ଚାଲି ଆସିଲି। ନାଚୁଥିଲି, ଅଭିନେତ୍ରୀ ହେବି ବୋଲି କେବେ ଭାବିନଥିଲି। ଛୋଟ ଛୋଟ ଭୂମିକାରେ ଅଭିନୟ କରୁ କରୁ ଆଜି ନାୟିକା ହୋଇଗଲି।”



from Odisha Reporter http://bit.ly/2AfLPA0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages