
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଅନେକ ଆଡଭାନ୍ସ ମେଡିକାଲ ଟ୍ରିଟ୍ମେଣ୍ଟ କଥା ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି ଡାକ୍ତର ରୋଗୀଠୁ ଦୂରରେ ରହି ତା’ର ଅପରେଶନ କରିଥିବେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଗୁଜରାଟର ଅହମ୍ମଦାବାଦରେ କାର୍ଡିଆକ୍ ସର୍ଜନ ଡକ୍ଟର ତେଜସ୍ ପଟେଲ୍ ଜଣେ ରୋଗୀଙ୍କର ଟେଲି-ସର୍ଜରୀ କରିଛନ୍ତି। ଯାହା ବିଶ୍ୱର ସର୍ବପ୍ରଥମ ଟେଲି-ରୋବଟିକ୍ ସର୍ଜରୀ ବୋଲି କୁହାଯାଉଛି।
ଚିକିତ୍ସା କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ ଗବେଷଣା ହେଉଛି। ଆଜିକାଲିର ଚିକିତ୍ସା ସେବା ସମସ୍ତ ଆଡଭାନ୍ସ ଟେକ୍ନୋଲୋଜି ସହ ଅପଗ୍ରେଡ୍ ହୋଇସାରିଛି। ଚିକିତ୍ସା ପଦ୍ଧତିରେ ସବୁବେଳେ ନୂଆ ନୂଆ ପରିବର୍ତ୍ତନ ଆସୁଛି। ଯାହାର ସଦ୍ୟତମ ଉଦାହରଣ ହେଉଛି ଅହମ୍ମଦାବାଦା ଏହି ଅପରେଶନ୍।
ଏହା ଏପରି ଏକ ସର୍ଜରୀ ଯେଉଁଥିରେ ଡାକ୍ତର ରୋଗୀଙ୍କଠୁ ଦୂରରେ କେଉଁଠି ବି ଥାଇ ସର୍ଜରୀ କରିପାରିବେ। ଏହି ପଦ୍ଧତିରେ ରୋବୋଟ୍ ଜରିଆରେ ଉପକରଣଗୁଡ଼ିକୁ ନିୟନ୍ତ୍ରଣ କରାଯାଏ।
ଅହମ୍ମଦାବାଦ୍ର ଆପେକ୍ସ ହାର୍ଟ ଇନ୍ଷ୍ଟିଚ୍ୟୁଟ୍ର ମୁଖ୍ୟ ହୃଦ୍ରୋଗ ବିଶେଷଜ୍ଞ ଡା. ପଟେଲ ୩୨ କିଲୋମିଟର ଦୂର ଗାନ୍ଧିନଗରର ଅକ୍ଷରଧାମ୍ ମନ୍ଦିରରୁ ରୋବୋଟକୁ ଏକ ରୋଗୀର ସର୍ଜରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରୋଗୀଜଣକ ଥିଲେ ମହିଳା । ଯାହାଙ୍କର ଆର୍ଟରୀ ବ୍ଲକ୍ ହୋଇଯାଇଥିଲା।
ଏହି ଅପରେଶନ୍ ସଫଳତାର ସହ ସମ୍ପନ୍ନ ହେବାପରେ ହୃଦରୋଗୀଙ୍କ ପାଇଁ ଆଶାର ଆଲୋକ ସୃଷ୍ଟି ହୋଇଛି। ବିଶେଷ କରି ଗାଁ ଗଣ୍ଡାରେ ରହୁଥିବା ଲୋକେ ଏହାର ସବିଧା ପାଇବେ ବୋଲି ଆଶା କରାଯାଉଛି ।
ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କହିଛନ୍ତି ଯେ, ଗ୍ରାମୀଣ ଇଲାକାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ସେ ଏହି ଟେକ୍ନୋଲୋଜିର ରାଜ୍ୟରେ ସଫଳ ରୂପାୟନ ପାଇଁ ବ୍ୟବସ୍ଥା କରିବେ।
ଡା. ପଟେଲ ପୂର୍ବରୁ ବି ଅନେକ ରୋବଟିକ୍ ସର୍ଜରୀ କରିଛନ୍ତି। ହେଲେ ପ୍ରଥମ ଥର ଅପରେସନ୍ ଥିଏଟର୍ରୁ ଦୂରରେ ରହି ସେ ଅପରେଶନ୍ କରିଛନ୍ତି। ଏଭଳି ସର୍ଜରି ପୂର୍ବରୁ ସାରା ବିଶ୍ୱରେ କେଉଁଠି ହୋଇନାହିଁ। ଏହି ପ୍ରକ୍ରିୟା ୨୦ ଏମ୍ବିପିଏସ୍ କନେକ୍ଟିଭିଟିର ସ୍ପିଡ୍ରେ ମଧ୍ୟ ହୋଇପାରିବ।
ଡାକ୍ଟର ପଟେଲ ଏହା ମଧ୍ୟ କହିଛନ୍ତି ଯେ, ଏହି ପ୍ରକ୍ରିୟା ଟିକେ ମହଙ୍ଗା ହେଲେ ଆଗାମୀ ଦିନରେ ସବୁ ବର୍ଗର ଲୋକେ ଏହାର ଲାଭ ପାଇବେ।
from Odisha Reporter https://ift.tt/2SuUVPY
No comments:
Post a Comment