
ଏଡିଲେଡ୍: ବର୍ତ୍ତମାନ ଟିମ୍ ଇଣ୍ଡିଆର ୱିକେଟ୍ କିପିଂ ଦାୟିତ୍ୱ ସମ୍ଭାଳୁଥିବା ରିଷଭ ପନ୍ତ ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନିଙ୍କ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି। ଶନିବାର ସେ ଅଷ୍ଟ୍ରେଲିଆର ବ୍ୟାଟିଂ ବେଳେ ଏହି ରେକର୍ଡ କରିଛନ୍ତି।
ପନ୍ତ ଗୋଟିଏ ଇନିଂସରେ ୬ଟି କ୍ୟାଚ୍ ନେଇ ଧୋନିଙ୍କ ଅନୁରୂପ ରେକର୍ଡର ସମକକ୍ଷ ହୋଇଛନ୍ତି। ଆଜି ଅଷ୍ଟ୍ରେଲିଆର ଶେଷ ବ୍ୟାଟସ୍ମ୍ୟାନ୍ ଭାବେ ଜୋଶ ହେଜେଲଉଡ୍ ଆଉଟ୍ ହୋଇଥିଲେ। ଶାମି ବୋଲିଂ କରୁଥିବା ବେଳେ ପନ୍ତ ଏହି କ୍ୟାଚ୍ ଧରିଥିଲେ। ଏହା ପନ୍ତଙ୍କ ଗୋଟିଏ ଇନିଂସ୍ରେ ୬ଷ୍ଠ କ୍ୟାଚ୍ ଥିଲା।
୨୦୦୯ରେ ଧୋନି ୱେଲିଙ୍ଗଟନ୍ଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିଲେ।
୩୭ ବର୍ଷୀୟ ଧୋନି ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ଧୋନି ୨୦୧୪ ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣଠାରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।
ଅନ୍ୟପକ୍ଷରେ ପନ୍ତ ବର୍ତ୍ତମାନ ସୁଦ୍ଧା ମାତ୍ର ୬ଟି ଟେଷ୍ଟ ଖେଳିଛନ୍ତି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ରେ ପନ୍ତ ହେଜେଲଉଡଙ୍କ ବ୍ୟତୀତ ଉସମାନ ଖ୍ୱାଜା,ପିଟର ହ୍ୟାଣ୍ଡସ୍କମ୍ବ, ଟ୍ରେଭିସ୍ ହେଡ, ଟିମ୍ ପାଇନ୍ ଓ ମିଚେଲ୍ ଷ୍ଟାର୍କଙ୍କ କ୍ୟାଚ୍ ଧରିଥିଲେ।
from Odisha Reporter https://ift.tt/2QIwrFz
No comments:
Post a Comment