ବିରାଟ୍‌ କୋହଲି ବିଶ୍ୱର ସବୁଠାରୁ ଅଭଦ୍ର ଖେଳାଳି, କହିଲେ ଏହି ବଲିଉଡ୍‌ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ବିରାଟ୍‌ କୋହଲି ବିଶ୍ୱର ସବୁଠାରୁ ଅଭଦ୍ର ଖେଳାଳି, କହିଲେ ଏହି ବଲିଉଡ୍‌ ଅଭିନେତା

ନୂଆଦିଲ୍ଲୀ: ଗୋଟିଏ ପଟେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦେଶ ପାଇଁ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବାକୁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ତାଙ୍କୁ ଦେଶ ମଧ୍ୟରୁ ବିରୋଧ ଆରମ୍ଭ ହୋଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରୀର ପୁରୁଖା ଅଭିନେତା ନସିରୁଦ୍ଦିନ ଶାହ ଅଧିନାୟକ ବିରାଟ୍‌ଙ୍କୁ ବିଶ୍ୱର ସବୁଠାରୁ ଅଭଦ୍ର ଖେଳାଳି ବୋଲି କହିବାକୁ ପଛାଇନାହାନ୍ତି। ଏଥିସହ ବିରାଟ୍‌ ନିକଟରେ ଜଣେ ଫ୍ୟାନ୍‌କୁ ଦେଶ ଛାଡ଼ି ଚାଲିଯିବାକୁ କହିଥିବାରୁ ପରୋକ୍ଷରେ ସେକଥା ନେଇ ମଧ୍ୟ ନସିରୁଦ୍ଦିନ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ଏକ ଟ୍ୱିଟ୍‌ କରି ନସିରୁଦ୍ଦିନ କହିଛନ୍ତି, “ ବିରାଟ କେବଳ ବିଶ୍ୱର ଏକ ନମ୍ବର ବ୍ୟାଟସ୍‌ମ୍ୟାନ୍‌ ନୁହନ୍ତି। ସେ ବିଶ୍ୱର ସବୁଠାରୁ ବଡ଼ ଅଭଦ୍ର ଖେଳାଳି। ତାଙ୍କର ଅହଂକାର ଏବଂ ଅଭଦ୍ର ବ୍ୟବହାର ଆଗରେ ତାଙ୍କର କ୍ରିକେଟିଂ ଦକ୍ଷତା ଫିକା ପଡ଼ି ଯାଉଛି। କିନ୍ତୁ ଏଭଳି ସ୍ଥିତିରେ ମୁଁ କେବେ ହେଲେ ଦେଶ ଛାଡ଼ିକି ଯିବିନାହିଁ।”

ଜଣେ ଫ୍ୟାନ୍‌ ଲାଇଭ ଚ୍ୟାଟରେ କହିଥିଲେ ଯେ ତାଙ୍କୁ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କ ବ୍ୟାଟିଂ ଭଲ ଲାଗେନାହିଁ। ବରଂ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳିଙ୍କ ବ୍ୟାଟିଂରେ ସର୍ବଦା ନୂତନତ୍ୱ ଦେଖିବାକୁ ମିଳେ। ଏଥିରେ ବିରାଟ୍‌ ରାଗି ଯାଇ ସେହି ଫ୍ୟାନ୍‌ଙ୍କୁ ଭାରତ ଛାଡ଼ି ଯିବାକୁ ପରାମର୍ଶ ଦେଇଥିଲେ। ଏକଥାକୁ କେନ୍ଦ୍ର କରି ନସିରୁଦ୍ଦିନ ଶାହା ଟ୍ୱିଟର୍‌ରେ ଦେଶ ଛାଡ଼ିବା କଥା ଉଠାଇଛନ୍ତି। ତେବେ ନସିରଙ୍କ ଏଭଳି ମନ୍ତବ୍ୟକୁ ଅନେକ ବିରାଟ ପ୍ରେମୀ ନାପସନ୍ଦ କରିଛନ୍ତି।



from Odisha Reporter https://ift.tt/2Bq2bFM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages