ବିଜେଡି ଖେଳିଲା ଚାଷୀ କାର୍ଡ: ବିରୋଧୀ କହିଲେ ଏମିତି କଥା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ବିଜେଡି ଖେଳିଲା ଚାଷୀ କାର୍ଡ: ବିରୋଧୀ କହିଲେ ଏମିତି କଥା 

bjd

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳିବା ପରେ ବିଜେଡି ଏବେ ଆଣିଛି ଆଉ ଏକ ନୂଆ କାର୍ଡ। ଏଥର ଚାଷୀଙ୍କୁ ନେଇ ନୂଆ ଗୋଟି ଚାଳନା କରିଛି ବିଜେଡି। ହିନ୍ଦୀ ଭାଷାଭାଷୀ ୩ଟି ରାଜ୍ୟରେ ଚାଷୀ ଅସନ୍ତୋଷ ଯୋଗୁ ବିଜେଡି ପରାଜିତ ହେବା ପରେ ବିଜେଡିର ଚେତା ପଶିଛି। ଚାଷୀଙ୍କ ପ୍ରତି ଦରଦ ଦେଖାଇବାକୁ ଆସନ୍ତା ୮ରେ ଦିଲ୍ଲୀ ଦରବାରରେ ଦଳ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି। ଯେଉଁଥିରେ ଧାନର ଏମ୍ଏସ୍‌ପି ବୃଦ୍ଧି  ଓ ସ୍ୱାମୀନାଥନ୍ କମିଟି ସୁପାରିସକୁ ଲାଗୁ କରିବା ହେବ ମୁଖ୍ୟ ଦାବି। ବିଜେଡିର ଏପରି ଚାଷୀକାର୍ଡକୁ ଉଭୟ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି। ଚାଷୀଙ୍କ ପାଇଁ ନବୀନଙ୍କ ଆନ୍ତିରକତା ନାହିଁ। କେବଳ ଭୋଟ୍ ପାଇଁ ଏଭଳି ନାଟକ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଏଥର ଚାଷୀ ସମସ୍ୟା ନେଇ ଦିଲ୍ଲୀରେ ଗର୍ଜିବାକୁ ଯୋଜନା କରିଛଇ ବିଜେଡି। ଟାର୍ଗେଟ୍‌ରେ ରହିବେ ମୋଦି ସରକାର। ଜାନୁଆରୀ ୮ ତାରିଖରେ ସଂସଦ ଆଗରେ ଦଳ ବିକ୍ଷୋଭ କରିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତା ଦଳ ଓ ଅନ୍ୟ ବରିଷ୍ଠ ବିଜେଡି ନେତାମାନେ ଏ ସଂପର୍କରେ ଘୋଷଣା କରିଛନ୍ତି।

ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କ୍ଷମତାସୀନ ଦଳକୁ ହରାଇବାକୁ ଚାଷୀ ଯେଭଳି ନିର୍ଣ୍ଣାୟକ ଭୂମିକା ନେଲେ ତାକୁ ଦୃଷ୍ଟିରେ ରଖି ବିଜେଡି ଚାଷୀଙ୍କୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ସହ ଓ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରାଯାଉ ବୋଲି ଦଳ ଦାବି କରିଛି। ଖାଲି ସେତିକି ନୁହେଁ, ବିଧାନସଭା ଗୃହ କମିଟି ଏମ୍ଏସ୍‌ପି ପ୍ରସଙ୍ଗରେ ବାରମ୍ବାର ସମୟ ମାଗିଥିଲେ ବି ପ୍ରଧାନମନ୍ତ୍ରୀ ସମୟ ଦେଉନଥିବା ଦଳ ଅଭିଯୋଗ କରିଛି।

bjd1ଚାଷୀଙ୍କୁ ଡରୁଛି ବିଜେଡି: ବିଜେପି

ସେପଟେ ମଣ୍ଡି ଅବ୍ୟବସ୍ଥା, ଚାଷୀଙ୍କୁ ନିର୍ଦ୍ଧାରିତ ଦର ନମିଳିବା, ମିଲର-ସରକାରଙ୍କ ମଧୁଚନ୍ଦ୍ରିକା ଭଳି ସାଂଘାତିକ ଅଭିଯୋଗ ଆଣି ବିଜେଡି ଉପରେ ପାଲଟା ଆକ୍ରମଣ କରିଛି ବିଜେପି। କେବଳ ନିର୍ବାଚନ ଥିବାରୁ ବିଜେଡି ଚାଷୀଙ୍କୁ ଡରୁଛି ବୋଲି ଦଳ ଅଭିଯୋଗ କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଚାଷୀଙ୍କୁ ଅଣଦେଖା କରିଥିବାରୁ ସେମାନେ ଡରି ଯାଇଛନ୍ତି। ସେଥିପାଇଁ ଏଭଳି ଏକ ନାଟକ ରଚିବାକୁ ବସିଛନ୍ତି। ଏ ମିଛୁଆ ରାଧୁଆ ସରକାରକୁ ଚାଷୀ ଜାଣି ଗଲେଣି। ଆଗାମୀ ଦିନରେ ଏହାର ଜବାବ ଦେବେ।”

ଭୋଟ୍‌ ପାଇଁ ଡ୍ରାମା: କଂଗ୍ରେସ 

ସେହିପରି କଂଗ୍ରେସ ମଧ୍ୟ ବିଜେଡି ଉପରେ ବର୍ଷିଛି। ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି, “ଚାଷୀଙ୍କ ପ୍ରତି ନବୀନଙ୍କ ଆନ୍ତରିକତା ନାହିଁ। କେବଳ ଭୋଟ୍ ପାଇଁ ଏଭଳି ଡ୍ରାମା। ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟ ବି ତୁମେ ଦେଲନି। ଦିଲ୍ଲୀ ଯାଉଛ ବୋବେଇବା ପାଇଁ, କିଏ ତୁମ କଥା ଶୁଣିବ? ସବୁ ଦଳ ଜାଣି ସାରିଲେଣି ତୁମେ ମହା ସୁବିଧାବାଦୀ।”

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ପୂର୍ବରୁ ମଧ୍ୟ ବିଜେଡି ଆନ୍ଦୋଳନ କରିଛି। ହେଲେ ଏଥର ଦିଲ୍ଲୀ କାହିଁକି ? ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବାରୁ ନବୀନଙ୍କୁ ଟାର୍ଗେଟ୍ କରିବା ସମ୍ଭାବନା ରହିଛି। ତେଣୁ ଦିଲ୍ଲୀ ଦରବାରରେ ତା’ର କାଉଣ୍ଟର କରିବାକୁ ବିଜେଡିର ଏହି ପ୍ରସ୍ତୁତି ନୁହେଁ ତ ?



from Odisha Reporter https://ift.tt/2UQwiiM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages