ସିମେଷ୍ଟର ପରୀକ୍ଷା ଘୁଞ୍ଚାଇଲା ବିପିୟୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ସିମେଷ୍ଟର ପରୀକ୍ଷା ଘୁଞ୍ଚାଇଲା ବିପିୟୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ବିପିୟୁଟି) ଏବଂ ଏହାର ସହବନ୍ଧିତ ଶିକ୍ଷାନୁଷ୍ଠାନଗୁଡ଼ରେ ଚଳିତ ମାସ ୧୭ ଓ ୧୮ରେ ହେବାକୁ ଥିବା ସିମେଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଡିସେମ୍ବର ୧୭ରେ ହେବାକୁ ଥିବା ପରୀକ୍ଷା ଜାନୁୟାରୀ ୧୧ରେ ଏବଂ ଡିସେମ୍ବର ୧୮ରେ ହେବାକୁ ଥିବା ପରୀକ୍ଷା ଜାନୁୟାରୀ ୧୨ରେ ଅନୁଷ୍ଠିତ ହେବ।  ବିପିୟୁଟି ପକ୍ଷରୁ ଜାରି ଏକ ନୋଟିସ୍‌ ଅନୁସାରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ କୋଶଳ ରାଜ୍ୟ ସମନ୍ୱୟ ସମିତି ଯେଉଁ ବନ୍ଦ ଡାକରା ଦେଇଛି ତାହାକୁ ଦୃଷ୍ଟିରେ ରଖି ବିପିୟୁଟି ଏହି ସିମେଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦେଇଛି।

ସୂଚନା ଅନୁସାରେ ୨୦୧୮-୧୯ ଶିକ୍ଷା ବର୍ଷପାଇଁ ବିପିୟୁଟି ଏବଂ ଏହାର ସହବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ ଏହି ସିମେଷ୍ଟର ପରୀକ୍ଷା ପୂର୍ବନିର୍ଦ୍ଧାରିତ ତାରିଖରେ ହେବ ନାହିଁ। ନୋଟିସ୍ ମୁତାବକ ନୂତନ ତାରିଖରେ ଏହି ପରୀକ୍ଷା ସମ୍ପାଦିତ ହେବ। ଡିସେମ୍ବର ୧୭ରେ ଏହି ନୋଟିସ୍ ଜାରି କରାଯାଇଛି।



from Odisha Reporter https://ift.tt/2PJ72Ht

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages