ନୂଆବର୍ଷରେ ଆସନ୍ତୁ ବୁଲି ଯିବା ଓଡ଼ିଶାର ଏହି ସବୁ ହିଲ୍‌ ଷ୍ଟେସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ନୂଆବର୍ଷରେ ଆସନ୍ତୁ ବୁଲି ଯିବା ଓଡ଼ିଶାର ଏହି ସବୁ ହିଲ୍‌ ଷ୍ଟେସନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ନୂଆବର୍ଷ ଆସିଲେ, ଅଧିକାଂଶ ପରିବାର ଅବା ସାଙ୍ଗମାନଙ୍କ ସହ ବୁଲିବାକୁ ଯିବା ପାଇଁ ଯୋଜନା କରିଥା’ନ୍ତି। ଏଥିପାଇଁ ବ୍ୟବସାୟ ହେଉ କିମ୍ୱା ଅଫିସ୍‌, ଛୁଟି ନେଇ ପିକ୍‌ନିକ୍‌ର ଯୋଜନା କରିଥା’ନ୍ତି।

ଯଦି ଆପଣ ଏପରି କିଛି ଯୋଜନା କରିଛନ୍ତି, ତେବେ ଏଥିପାଇଁ ଓଡ଼ିଶା ବାହାରକୁ ଯାଆନ୍ତୁ ନାହିଁ। ଆମ ରାଜ୍ୟରେ ଏପରି କିଛି ଦର୍ଶନୀୟ ସ୍ଥାନ ରହିଛି, ଯେଉଁଠିକୁ ଯିବା ପରେ ଆପଣ ରାଜ୍ୟ ବାହାରର ଦର୍ଶନୀୟ ସ୍ଥାନ କଥା ସମ୍ପୂର୍ଣ୍ଣ ଭୁଲି ଯିବେ।

ସାଧାରଣତଃ ଶୀତିଦିନର ସବୁଜିମା ପରିବେଶ ପାଇଁ ପାହାଡ଼ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆଉ ଯଦି ଚାରିପାଖରେ ବଡ଼ ବଡ଼ ପାହାଡ଼ ସବୁ ଘେରିଥା’ନ୍ତି, ତେବେ ଏହାର ରମଣୀୟ ପ୍ରାକୃତିକ ଶୋଭାରାଜି ପର୍ଯ୍ୟଟକଙ୍କୁ ଆନମନା କରିଥାଏ। ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରକୃତିର ଏପରି ମନଛୁଆଁ ରୂପ ଓଡ଼ିଶାର ପ୍ରମୁଖ ହିଲ୍‌ ଷ୍ଟେସନ୍‌ ଦାରିଙ୍ଗବାଡ଼ି, ତପ୍ତପାଣି, ମହେନ୍ଦ୍ରଗିରି, ଢେଙ୍କାନାଳର କପିଳାସ ଓ କୋରାପୁଟର ଦେଓମାଳିରେ ଦେଖିବାକୁ ମିଳେ।

ଏବେ ଆସନ୍ତୁ ଜାଣିବା, ରାଜ୍ୟର ଏପରି କିଛି ହିଲ୍‌ ଷ୍ଟେସନ୍‌ର ବିଶେଷତ୍ୱ କ’ଣ ଏବଂ ଏଠାକୁ ଆପଣ ବୁଲିବାକୁ ଗଲେ କ’ଣ ସବୁ ଦେଖିବାକୁ ପାଇବେ।

ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ିକୁ ‘ଓଡ଼ିଶାର କଶ୍ମୀର’ କୁହାଯାଏ। ଶୀତଦିନେ ଏଠାରେ ଖୁବ୍‌ ଥଣ୍ଡା ଅନୂଭୁତ ହୋଇଥାଏ। ଓଡ଼ିଶାରେ ଏହା ଏକମାତ୍ର ସ୍ଥାନ, ଯେଉଁଠାରେ ବରଫପାତ ହୁଏ। ଆପଣ ଶୀତଦିନେ ଏଠାକୁ ବୁଲିବାକୁ ଗଲେ ବରଫ ପାତ ଦେଖୁବାକୁ ପାଇବେ। ଏହି ହିଲ୍‌ ଷ୍ଟେସନ୍‌ଟି କନ୍ଧମାଳ ଜିଲ୍ଲାରେ ରହିଛି। ଦାରିଙ୍ଗବାଡ଼ିର କଫି ବଗିଚା, ଗୋଲମରିଚ ଓ ହଳଦୀ ବଗିଚା, ଝାଉଁ ବଣ ଓ ସୁନ୍ଦର ପାହାଡ଼ ମଧ୍ୟ ଆପଣଙ୍କୁ ଖୁବ୍‌ ପସନ୍ଦ ହେବ।
ଏହା ସହିତ ଏଠାରେ ଆପଣ ଦୋଲୁରୀ ନଦୀର ସୁନ୍ଦର ଝରଣା ଓ ପୁଟୁଡ଼ି ଝରଣା ଦେଖିବାକୁ ପାଇବେ।

ଏଠାରେ ମଧ୍ୟ ସମଲେଶ୍ୱରୀ ମନ୍ଦିର ରହିଅଛି। ଏଠାରେ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାର ଆଖାପାଖ ଅଞ୍ଚଳରେ ପାଖାପାଖି ୨୦୦ ଚର୍ଚ୍ଚ ରହିଛି। ଭୁବନେଶ୍ୱରରୁ ଦାରିଙ୍ଗବାଡ଼ି ଯିବା ପାଇଁ ହେଲେ ଆପଣଙ୍କୁ ୨୫୦ କିଲୋମିଟର ପଡ଼ିବ। ଯଦି ଆପଣ ବରହମ୍‌ପୁରରୁ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୨୫ କିଲୋମିଟର ଯାତ୍ରା କରିବାକୁ ପଡ଼ିବ।

ତପ୍ତପାଣି
ଓଡ଼ିଶାର ଏହି ହିଲ୍‌ ଷ୍ଟେସନ୍‌ଟି ଗଞ୍ଜାମ ଜିଲାରେ ରହିଛି। ଏହା ଏକ ଉଷ୍ଣ ପ୍ରସବଣ କେନ୍ଦ୍ର। ତପ୍ତପାଣିର ଉଷ୍ଣ ଜଳରେ ସଲ୍‌ଫର୍‌ ଓ ଅନ୍ୟ ରାସାୟନିକ ଖଣିଜଦ୍ରବ୍ୟ ଭରି ଥିବାରୁ, ଏହାର ଔଷଧୀୟ ଗୁଣ ଅଧିକ। ଚର୍ମରୋଗୀଙ୍କ ପାଇଁ ଏହି ପାଣିରେ ଗାଧୋଇବା ଲାଭପ୍ରଦ ହୋଇଥାଏ । ଏହି ଉଷ୍ଣ ପ୍ରସବଣ ହିଁ ତପ୍ତପାଣିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।

ଏଠାରେ ମଧ୍ୟ କାନ୍ଧୁଣୀ ଦେବୀଙ୍କ ମନ୍ଦିର ରହିଛି। ଲୋକ ବିଶ୍ୱାସ ଅଛି ଯେ ଏହି ମନ୍ଦିରର ଗୁଆ ଯାହାକୁ ମିଳେ, ତା’ର ମାନସିକ ପୂରଣ ହୁଏ । ଏଇ ଗୁଆକୁ ପୂର୍ବରୁ ଭକ୍ତମାନେ ଦେବୀଙ୍କୁ ଅର୍ପଣ କରିଥା’ନ୍ତି। ଏଠାରେ ଆପଣ ହରିଣ ପାର୍କ ମଧ୍ୟ ଦେଖିବାକୁ ପାଇବେ। ଏଠାରେ କୁଟିଆ କନ୍ଧ, ବଣ୍ଡା, ଡଙ୍ଗରା କନ୍ଧ ଓ ମାଳି ଆଦିବାସୀ ଭଳି ପ୍ରାଚୀନ ସମ୍ପ୍ରଦାୟର ଲୋକେ ଅଧିକ ରୁହନ୍ତି।

ପାହାଡ଼ ଓ ବଣଜଙ୍ଗଲଭରା ତପ୍ତପାଣିର ପରିବେଶ ମଧ୍ୟ ପର୍ଯ୍ୟଟଙ୍କୁ ଆକର୍ଷିତ କରେ। ଓଡ଼ିଶା ସରକାରଙ୍କ ଦ୍ୱାରା ତପ୍ତପାଣିଠାରେ ପର୍ଯ୍ୟଟକଙ୍କ ପାଇଁ ପାନ୍ଥନିବାସର ବ୍ୟବସ୍ଥା ମଧ୍ୟ ରହିଛି ।

ଦେଓମାଳି

ଏହା କୋରାପୁଟ ଜିଲ୍ଲାରେ ଅବସ୍ଥିତ । ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ । କୋରାପୁଟଠାରୁ ଏହାର ଦୂରତା ମାତ୍ର ୩୫ କିଲୋମିଟର।

ବର୍ଷର ବାରମାସ ଏହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ସାଜିଥାଏ। ତେବେ ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି ଓ ପାହାଡ଼ ଚଢ଼ିଥାନ୍ତି। ପର୍ଯ୍ୟଟକଙ୍କ ପାଇଁ ଏଠାରେ ଛଅଟି ଶିଖର ଦୃଶ୍ୟ (view point) ନିର୍ମାଣ କରା ଯାଇଛି। ଏଠାରୁ ଦେଓମାଳୀ ପାହାଡ଼ମାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ୍ୟ।

ଏଠାରେ ରହିବାପାଇଁ କୌଣସି ବ୍ୟବସ୍ଥା ନାହିଁ। ବଣଭୋଜି, ପାହାଡ଼ ଚଢ଼ା ଓ ପରିବାର ସହ ଭ୍ରମଣ ପାଇଁ ଏହି ସ୍ଥାନଟି ଉପଯୋଗୀ। ନିଜର ଯାନବାହନ ନେଇ ଏଠାକୁ ସିଧାସଳଖ ଯାଇହୁଏ। ଯିବାପାଇଁ ସେମିଳିଗୁଡ଼ା, ସୁନାବେଡ଼ା, କୋରାପୁଟ ଅଥବା କୁନ୍ଦୁଲି ହାଟରୁ କମାଣ୍ଡର୍‌ ଗାଡ଼ି ମିଳିଥାଏ। ଦେଓମାଳି ଉପତ୍ୟକାକୁ ଯିବାପାଇଁ ଦେଓମାଳି ଛକରୁ ୬ କି.ମି. ଚାଲି ଚାଲି ଯିବାକୁ ହୁଏ।

ଦେଓମାଳିକୁ ଓଡ଼ିଶାର ‘ସାବର ଶ୍ରୀକ୍ଷେତ୍ର’ ବୋଲି ମଧ୍ୟ କୁହାଯାଏ। ଦେଓମାଳିରେ ଆପଣ ‘M’ ଆକାରର ପର୍ବତ ଶୃଙ୍ଗ ମଧ୍ୟ ଦେଖିବାକୁ ପାଇବେ। ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ।



from Odisha Reporter http://bit.ly/2Sk1EfW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages