ଏଥର ହେବନି ମାରାଥନ୍‌ ପ୍ରଚାର, ୪ ମାସରେ ମୋଦି କେମିତି କରିବେ ୫,୮୨୭ ସଭା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଏଥର ହେବନି ମାରାଥନ୍‌ ପ୍ରଚାର, ୪ ମାସରେ ମୋଦି କେମିତି କରିବେ ୫,୮୨୭ ସଭା ?

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ପକ୍ଷରୁ ୨୦୧୩ ଡିସେମ୍ବରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୪ ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହି ଘୋଷଣାର ୪୮ ଘଣ୍ଟା ପରେ ଦଳ ନରେନ୍ଦ୍ର ମୋଦିଙ୍କୁ ଲୋକସଭା ନିର୍ବାଚନ ପାଇଁ ମଇଦାନକୁ ନେଇ ଆସିଥିଲା। ନିର୍ବାଚନ ପ୍ରଚାର ପାଇଁ ନରେନ୍ଦ୍ର ମୋଦି ଡିସେମ୍ବର ୧୫ରେ ହରିୟାଣାର ରେୱାଡ଼ିରୁ ଆରମ୍ଭ କରିଥିଲେ ସଭା।

ଆଉ ମୋଦିଙ୍କ ନେତୃତ୍ୱରେ ବିଜେପି ଜବରଦସ୍ତ ନିର୍ବାଚନୀ ବିଜୟ  ଲାଭ କରିଥିଲା। ଏବେ ବିଜେପି ନେତୃତ୍ୱରେ ଏନଡିଏ ଶାସନକୁ ୫ ବର୍ଷ ପୁରୁଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ମଧ୍ୟ ପାଖେଇ ଆସିଲାଣି। ନିକଟରେ ୫ ରାଜ୍ୟରେ ବିଧାନ ସଭା ନିର୍ବାଚନ ସରିବା ପରେ ଆଗକୁ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ବାକି ରହିଛି। ଏହି ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ଜାନୁଆରୀ ୪ରେ ଆସାମର ବାରାକ୍‌ ଘାଟିରେ ସିଲଚର୍‌ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଏଥର ବି ସାଧାରଣ ନିର୍ବାଚନ ଏପ୍ରିଲ-ମେ’ରେ ହୋଇପାରେ।

ତେଣୁ ନିର୍ବାଚନ ପ୍ରଚାର ପାଇଁ ରାଜନୈତିକ ଦଳ ହାତରେ ଜାନୁଆରୀରୁ ମାର୍ଚ୍ଚ ତଥା ୩ମାସ ସମୟ ଅଛି। ହେଲେ ୨୦୧୪ ଭଳି ବିଜେପି ଏଥର ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତି କରିପାରିଛି କି ତାକୁ ନେଇ ଚାଲିଛି ଚର୍ଚ୍ଚା। କାରଣ ୨୦୧୪ରେ ମୋଦି ଯେଭଳି ବିଜେପି ପାଇଁ ମାରାଥନ୍‌ ପ୍ରଚାର କରିଥିଲେ ତାହା ଭାରତୀୟ ରାଜନୀତିର ଏକ ମିଶାଇଲ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ନିର୍ବାଚନରେ ଡିଜିଟାଲକୁ ସାମିଲ କରାଯାଇଥିଲା। ଥ୍ରୀଡି ରାଲି ଏବଂ ‘ଚାୟ ପର ଚର୍ଚ୍ଚା’କୁ ମିଶାଇ ମୋଦିଙ୍କ ନେତୃତ୍ୱରେ  ବିଜେପି ପକ୍ଷରୁ ୫,୮୨୭ଟି ରାଲି ଆୟୋଜନ କରାଯାଇଥିଲା। ସେଥିରେ ମୋଦି କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୪୩୭ଟି ବିଶାଳ ଜନସଭାକୁ ସମ୍ଭୋଧିତ କରିଥିଲେ।

ତା’ଭିତରେ ୨୧ଟି ରାଜ୍ୟରେ ୩୮ଟି ବିଶାଳ ରାଲି ମଧ୍ୟ ଥିଲା। ସେଥିରୁ ସର୍ବାଧିକ ୮ଟି ରାଲି ଉତତ୍ତରପ୍ରଦେଶ, କର୍ଣ୍ଣାଟକରେ ୪, ବିହାରରେ ୩ଟି ଥିଲା। ଏହି ସମୟରେ ମୋଦି ତାଙ୍କ ତୋଫାନୀ ପ୍ରଚାରରେ ୨୫ଟି ରାଜ୍ୟ ଗସ୍ତ କରିଥିଲେ। ହେଲେ ୨୦୧୪ ତୁଳନାରେ ୨୦୧୯ ପାଇଁ ଦଳ ପକ୍ଷରୁ ସେତିକି ତତ୍ପରତା ପ୍ରକାଶ ପାଇ ନାହିଁ। ଅନ୍ୟପଟେ ମୋଦି ପ୍ରଧାନମନ୍ତ୍ରୀ ଥିବାରୁ ତାଙ୍କ ପାଖରେ  ନିର୍ବାଚନୀ ପାଇଁ ଯଥେଷ୍ଟ ସମୟ ମଧ୍ୟ ନାହିଁ।

ଏହାକୁ ନଜର ପକାଇଲେ ଏଥର ୨୦୧୪ ଭଳି ମାରାଥନ ପ୍ରଚାର ହେଲା ଭଳି ମନେ ହେଉ ନାହିଁ। କାରଣ ୧୯ ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ୪ ମାସ ଥିଲା ବେଳେ ଦଳ ପକ୍ଷରୁ ୨୦୧୪ ଉଷ୍ମତା ଲକ୍ଷ୍ୟ କରାଯାଉ ନାହିଁ। କାରଣ ଆଗକୁ ବଜେଟ୍ ଅଧିବେଶନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଅନେକ ସରକାରୀ କାମ ରହିଛି। ତେଣୁ ଏତେ ସ୍ୱଳ୍ପ ସମୟ ମଧ୍ୟରେ ମୋଦି ଏଥର କେତୋଟି ନିର୍ବାଚନ ରାଲି କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।



from Odisha Reporter http://bit.ly/2LE8cne

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages