ଚାଲ୍ ଚାଲ୍ ଚାଲ୍ ଟିକେ ଦୁଷ୍ଟ ହେବା… ପେପେଁ ପେପେଁ ପେପେଁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଚାଲ୍ ଚାଲ୍ ଚାଲ୍ ଟିକେ ଦୁଷ୍ଟ ହେବା… ପେପେଁ ପେପେଁ ପେପେଁ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ‘ତରଙ୍ଗ ସିନେ ପ୍ରଡକ୍ସନ୍ସ’ର ନୂଆ ଚଳଚ୍ଚିତ୍ର ‘ଚାଲ୍ ଟିକେ ଦୁଷ୍ଟ ହେବା’। ଏହାପୂର୍ବରୁ ସଂସ୍ଥା ତରଫରୁ ଧୀରେ ଧୀରେ ଫିଲ୍ମଟିର ଗୋଟିଏ ପରେ ଗୋଟିଏ ଆଇଟମ୍ ଛଡ଼ାଯାଉଛି। ପ୍ରଥମେ ପୋଷ୍ଟର, ତା ପରେ ମୋସନ୍ ପୋଷ୍ଟର, ଆଉ ଏବେ ଆସିଛି ଫିଲ୍ମଟିର ଟାଇଟଲ୍‌ ଗୀତର ଅଫିସିଆଲ୍ ଷ୍ଟୁଡିଓ ଭର୍ସନ୍।

ଗୀତଟିକୁ ଧୁମ୍‌ଧଡ଼ାସ୍ ଅନ୍ଦାଜରେ ତିଆରି କରାଯାଇଛି। ଅର୍ଥାତ ଶୁଣିଲେ ଗୋଡ଼ ଉଠିବା ନିଶ୍ଚିତ। ଗୀତଟି ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଆଉ ଗାଇଛନ୍ତି ତାରିକ୍ ଅଜିଜ୍। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ। ଗୀତଟି ଶୁଣିଲେ ଲାଗୁଛି ପୂରା ଟିମ୍‌ର ଭାଇବ୍ରେସନ୍ ସମାନ ଅଛି।

ପୂରା ଗୀତରେ ‘ପେପେଁ ପେପେଁ ପେପେଁ’ ବୋଲ୍‌କୁ ସୁନ୍ଦର ଭାବରେ ବ୍ୟବହାର କରାଯାଇଛି, ଯାହାକି ଏହାକୁ ବେଶୀ ମ୍ୟୁଜିକାଲ୍ କରିଦେଉଛି। ଗୀତଟିର କିଛି ଲାଇନ୍‌ ଏମିତି…

ନୂଆ ନୂଆ ଦୋସ୍ତି ଆଉ ନୂଆ ନୂଆ ମସ୍ତି…
ଶାଲା ନଟି ନଟି ନଟି ହେଲା ନଟି କ୍ଲାଇମେଟ୍…
ନୂଆ ନୂଆ ଖଟି ଆଉ ନୂଆ ନୂଆ ପାର୍ଟି…
ଶାଲା କ୍ୟୁଟି କ୍ୟୁଟି ବ୍ୟୁଟି ବ୍ୟୁଟି ସବୁ ଚକୋଲେଟ୍…
ନାହିଁ ବ୍ରେକ୍ ନାହିଁ ଚେକ୍, କର ପାର ଯେତେ ମିଷ୍ଟେକ୍
ଆମ ଦଳଟା ନୁହେଁ ଫେକ୍, ଆମେ ସବୁଥିରେ ୱାନ୍ ଟେକ୍…

ଗତକାଲି ଗୀତଟିର ଏହି ଷ୍ଟୁଡିଓ ଭର୍ସନ୍ ‘ତରଙ୍ଗ ସିନେ ପ୍ରଡକ୍ସନ୍ସ’ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଛଡ଼ାଯିବା ପରେ ଏବେସୁଦ୍ଧା (୨୬ ଡିସେମ୍ବର ଦିନ ୧ଟା) ୭୧ ହଜାର ଭିଉ ହୋଇସାରିଲାଣି। ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ। ଏହା ହେଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଅଷ୍ଟାଦଶ ଚଳଚ୍ଚିତ୍ର।

(ତଳ ଭିଡିଓରେ କ୍ଲିକ୍ କରି ଗୀତଟି ଶୁଣନ୍ତୁ)



from Odisha Reporter http://bit.ly/2CwQ6jO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages