
କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶାର କଳା, ସଂସ୍କୃତି ଓ କୋଣାର୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟର ମିତ୍ରଙ୍କୁ ଆଜି ହାଇକୋର୍ଟରୁ ଜାମିନ ମିଳିଛି।
ଭୁବନେଶ୍ୱରର ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ଜାମିନ ମିଳିବା ପରେ ଅଭିଜିତ୍ ଜେଲ୍ରୁ ବାହାରିବାର ବାଟ ଫିଟିଛି।
ଗତକାଲି ରାଜ୍ୟ ସରକାର ଅଭିଜିତ୍ଙ୍କ ବିରୋଧରେ ଥିବା ସବୁ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା।
ନିଜ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅନୁରୋଧ କରି ଗତ ମାସ ୨୦ ତାରିଖରେ ଚିଠି ଲେଖିଥିଲେ ଅଭିଜିତ୍। ୧୩ ଦିନ ପରେ ଅର୍ଥାତ ଗତକାଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଅଭିଜିତଙ୍କ ଚିଠିକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଥିଲେ।
ଏହା ପୂର୍ବରୁ ବିଧାନସଭା ଗୃହ କମିଟି ମଧ୍ୟ ତାଙ୍କୁ କ୍ଷମା ଦେଇଥିଲା। ସେ ବିଧାୟକଙ୍କ ବିରୋଧରେ ଅରୁଚିକର କଥା କହିଥିଲେ।
ଓଡ଼ିଶା ସଂସ୍କୃତି ଓ କୋଣାର୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ୪୦ ଦିନରୁ ଅଧିକ ହେଲାଣି ଗିରଫ ହୋଇ ଜେଲ୍ରେ ଅଛନ୍ତି ଆୟର।
from Odisha Reporter https://ift.tt/2Uik4yQ
No comments:
Post a Comment