ଭାରତ ଆସିଲେ ଅଗୁସ୍ତା ମଧ୍ୟସ୍ଥି, ପ୍ରଥମେ ସିବିଆଇ ତାପରେ କୋର୍ଟରେ ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଭାରତ ଆସିଲେ ଅଗୁସ୍ତା ମଧ୍ୟସ୍ଥି, ପ୍ରଥମେ ସିବିଆଇ ତାପରେ କୋର୍ଟରେ ଜେରା

ନୂଆଦିଲ୍ଲୀ: ୩୬୦୦ କୋଟି ଟଙ୍କାର ହେରଫେର ହୋଇଥିବା ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍‌ର ମଧ୍ୟସ୍ଥି ଖ୍ରୀଷ୍ଟିୟାନ୍‌ ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ କରାଯିବା କ୍ଷେତ୍ରରେ ଶେଷରେ ଭାରତ ସଫଳ ହୋଇଛି। ଦୁବାଇରୁ ତାଙ୍କୁ ପ୍ରତ୍ୟର୍ପଣ କରାଯିବା ପରେ ତାଙ୍କୁ ଏକ ସ୍ୱତନ୍ତ୍ର ବିମାନଯୋଗେ ନୂଆଦିଲ୍ଲୀ ଅଣାଯାଇଥିଲା।

ପ୍ରଥମେ ତାଙ୍କୁ ସିବିଆଇ ହେଡ୍‌କ୍ୱାର୍ଟରନେଇ ସେଠାରେ ତାଙ୍କୁ ରାତିସାରା ଜେରା କରାଯାଇଥିଲା।

ଭାରତ ସରକାର ଅଗୁସ୍ତା ୱେଷ୍ଟଲ୍ୟାଣ୍ଡଠାରୁ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବା ସମୟରେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ମିଶେଲ୍‌ଙ୍କୁ ୨୨୫ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ହେଲିକପ୍ଟରଗୁଡ଼ିକ ୟୁପିଏ ସରକାରଙ୍କ ଅମଳରେ କିଣାଯାଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର ପାଇଁ ଲଗାଯାଇଥିଲା।

ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆବୁଧାବିଠାରେ ତାଙ୍କର ୟୁନାଇଟେଡ୍‌ ଆରବ ଏମିରଟସ୍‌ ପ୍ରତିପକ୍ଷ ଅବ୍‌ଦୁଲ୍ଲା ବିନ୍‌ ଜାୟେଦ୍‌ଙ୍କ ସହିତ ଆଲୋଚନା କରିବା ପରେ ଏହି ପ୍ରତ୍ୟର୍ପଣ ସଫଳ ଭାବେ ହୋଇପାରିଛି। ପ୍ରତ୍ୟର୍ପଣ ପ୍ରୟାସରେ ଏହା ପ୍ରଥମ ସଫଳତା ଏବଂ ଏହା ପୂର୍ବରୁ ବିଜୟ ମାଲ୍ୟା, ମେହୁଲ ଚୋକ୍ସି ଏବଂ ନିରବ୍‌ ମୋଦିଙ୍କ ଭଳି ଅର୍ଥନୀତିକ ଅପରାଧିଙ୍କ ପ୍ରତ୍ୟର୍ପଣ ନିମନ୍ତେ ପ୍ରୟାସ ଚାଲୁ ରହିଛି।

ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ପ୍ରତ୍ୟର୍ପଣ ପ୍ରକ୍ରିୟା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ହୋଇଥିଲା। ତାଙ୍କ ସହିତ ସିବିଆଇ ଟିମ୍‌, ର’ ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଥିଲେ।

ଅଗୁସ୍ତା ୱେଷ୍ଟଲ୍ୟାଣ୍ଡର ମୂଳ କମ୍ପାନୀ ଇଟାଲୀର ଫିନ୍‌ମେକାନିଆ ନାମରେ ଲାଞ୍ଚ ଅଭିଯୋଗ ଆସିବାପରେ ୨୦୧୪ ମସିହାରେ ନୂତନ ସରକାର ଏହି ଡିଲ୍‌କୁ ବାତିଲ କରିଥିଲେ। ଅଗୁସ୍ତାଠାରୁ ସେ ଲାଞ୍ଚ ନେଇଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଭିଯୋଗ ଆଣିଥିଲା।

ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖରେ ୟୁଏଇ ସରକାର କୋର୍ଟରେ ପ୍ରତ୍ୟର୍ପଣ ପାଇଁ ଅନୁମତି ମାଗିଥିଲେ, ଯେଉଁଥିରେ ସ୍ଥାନୀୟ କୋର୍ଟ ପ୍ରତ୍ୟର୍ପଣ ସମ୍ଭବ ବୋଲି ସହମତି ଦେଇଥିଲା। ଏହାପରେ ନଭେମ୍ବର ମାସରେ ପ୍ରତ୍ୟର୍ପଣ ନିଶ୍ଚିତ ହୋଇଥିଲା।

ସୋମବାର ୟୁଏଇ ସରକାର ଏନେଇ ଏକ ପ୍ରଶାସନିକ ନିର୍ଦ୍ଦେଶନାମା ଜାରି କରିବା ପରେ ଇଣ୍ଟରପୋଲ ଏବଂ ଦୁବାଇ ସିଆଇଡିର ମିଳିତ ଉଦ୍ୟମରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।



from Odisha Reporter https://ift.tt/2QzUdU5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages