
ନୂଆଦିଲ୍ଲୀ: ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କରୁ ନେଇଥିବା ଋଣ ଶୁଝିବାକୁ ରାଜି ଥିବା ଜଣାଇଛନ୍ତି। ମାଲ୍ୟା କିନ୍ତୁ ସୁଧ ଦେବାକୁ ମନା କରିଛନ୍ତି।
ମାଲ୍ୟା କହିଛନ୍ତି ଏଥିନେଇ ସେ କର୍ଣ୍ଣାଟକା ହାଇକୋର୍ଟରେ ମଧ୍ୟ ଆବେଦନ କରିଛନ୍ତି, କିନ୍ତୁ ତାଙ୍କ କଥାକୁ କେହି ଧ୍ୟାନ ଦେଉନାହାନ୍ତି। ମାଲ୍ୟାଙ୍କ ନାମରେ ଅର୍ଥ ହେରଫେର ଏବଂ ମନି ଲଣ୍ଡରିଂ ଭଳି ଅଭିଯୋଗ ମଧ୍ୟ ରହିଛି।
ସେ ଆହୁରି ମଧ୍ୟ କହିଛନ୍ତି, ସେ ଯାହା କରିଛନ୍ତି ତାହା ଅପରାଧ ନୁହେଁ। ସେ କହିଛନ୍ତି ଭାରତରେ ୩ ଦଶନ୍ଧି ଧରି ସେ ବ୍ୟବସାୟ କରି ଆସୁଛନ୍ତି, କିନ୍ତୁ ଭାରତ ତାଙ୍କ ଅପରାଧୀ ମାନୁଛି। ସେ କହିଛନ୍ତି, କିଙ୍ଗଫିଶର ବିମାନ ବ୍ୟବସାୟ କ୍ଷତିରେ ଚାଲିବା ତାଙ୍କୁ ଦୁଃଖିତ କରିଛି।
ସମସ୍ତ ବ୍ୟାଙ୍କର ଟଙ୍କା ଶୁଝିବାକୁ ସେ ରାଜି ଅଛନ୍ତି, କିନ୍ତୁ ସୁଧ ଦେବାକୁ ମନା କରିଛନ୍ତି। ସେ କହିଛନ୍ତି ବ୍ୟାଙ୍କ ମାନେ ଏମିତି ହିଁ ଟଙ୍କା ନେବା ଠିକ୍ ହେବ।
ସୂଚନାଯୋଗ୍ୟ ଯେ, ଲଣ୍ଡନ୍ର ଏକ କୋର୍ଟରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଶୁଣାଣି ଚାଲୁ ରହିଛି। ତାଙ୍କ ଉପରେ ଭାରତର ବିଭିନ୍ନ ବ୍ୟାଙ୍କର ୯ ହଜାର କୋଟି ଟଙ୍କାର ଋଣ ଅନାଦାୟ ହୋଇ ପଡ଼ିରହିଛି।
from Odisha Reporter https://ift.tt/2SvTSiv
No comments:
Post a Comment