
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। କ୍ୟାଲକାଟା ହାଇକୋର୍ଟରେ ଛକାପଞ୍ଝା ଲାଗି ରହିବା ପରେ ବିଜେପି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ ଏହା ସମ୍ଭବ ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ।
ଆସନ୍ତା ବୁଧବାର ମାମଲାର ଜରୁରୀକାଳୀନ ଶୁଣାଣି ପାଇଁ ବିଜେପି ଆବେଦନ କରିଥିଲା। କିନ୍ତୁ ସୁପ୍ରିମ୍କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହିତ ଆସନ୍ତା ଜାନୁଆରୀ ୨ରେ କୋର୍ଟ ଖୋଲିବାପରେ ଯାଇ ବିଜେପିର ପିଟିସନ୍ର ବିଚାର କରାଯିବ ବୋଲି କୁହାଯାଇଛି।
ପଶ୍ଚିମବଙ୍ଗ ସରକାର ସୁରକ୍ଷାଗତ କାରଣ ଦର୍ଶାଇ ପ୍ରସ୍ତାବିତ ‘ରଥ ଯାତ୍ରା’କୁ ଅନୁମତି ନଦେବାରୁ ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପ୍ରଥମେ ଜଣିକିଆ ଖଣ୍ଡପୀଠ ଏହାକୁ ଅନୁମତି ଦେଇଥିଲେ ମଧ୍ୟ ପରେ ଅର୍ଥାତ ଡିସେମ୍ବର ୨୨ରେ ଏକ ଡିଭିଜିନାଲ ଖଣ୍ଡପୀଠ ଜଣିକିଆ ଖଣ୍ଡପୀଠର ରାୟକୁ ଖାରଜ କରିଥିଲେ।
ବିଜେପି ପ୍ରଥମେ ଡିସେମ୍ବର ୭ ତାରିଖରୁ କୁଚ୍ବେହାରଠାରେ ରଥଯାତ୍ରା ଆରମ୍ଭ ହେବାର ଥିଲା। କିନ୍ତୁ ଏହାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନଥିଲେ। କିନ୍ତୁ କ୍ୟାଲକାଟା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏଥିପାଇଁ ଅନୁମତି ଦେବାପରେ ଏହା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଡିସେମ୍ବର ୨୮ରୁ ୩୧ଯାଏ ଚାଲିବା ପାଇଁ ଦଳ ପ୍ରସ୍ତୁତି କରିଥିଲା।
from Odisha Reporter http://bit.ly/2Re7TV9
No comments:
Post a Comment