ଏଇଥି ପାଇଁ ଏକାଠି କାମ କରନ୍ତିନି ସନ୍ନି-ଶାହାରୁଖ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଏଇଥି ପାଇଁ ଏକାଠି କାମ କରନ୍ତିନି ସନ୍ନି-ଶାହାରୁଖ୍‌

ମୁମ୍ବାଇ: ଶାହାରୁଖ୍‌ ଖାନ୍‌, ସନ୍ନି ଦେଓଲ ଓ ଜୁହି ଚାୱାଲ୍‌ଙ୍କ ଅଭିନୀତ ଫିଲ୍ମ ‘ଡର୍‌’କୁ ପୂରିଛି ୨୫ ବର୍ଷ। ୟଶ୍‌ରାଜ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମର ଶାହାରୁଖ୍‌ ଏମିତି ଜଣେ ପ୍ରେମୀ ଚରିତ୍ରରେ ଅଭିନୟ କରିଥିଲେ ଯିଏ କୌଣସି ପରିସ୍ଥିତିରେ ବି ଜୁହି ଚାୱାଲାଙ୍କୁ ପାଇବାକୁ ଚେଷ୍ଟା କରିଥିଲେ।  ତେବେ ଆମେ ଆଜି ପରଦା ପଛର କିଛି କାହାଣୀ ଆପଣଙ୍କୁ ସେୟାର କରିବୁ। ଯାହା ହୁଏତ ଆପଣ ଜାଣି ନ ଥିବେ।

ସେ ସମୟରେ ସନ୍ନି ଦେଓଲ ଖୁବ୍‌ ବଡ଼ ଷ୍ଟାର ଥିଲେ। ସେଥିପାଇଁ ନିର୍ଦ୍ଦେଶକ ୟଶ୍‌ ଚୋପ୍ରା ତାଙ୍କୁ ଏହି ଫିଲ୍ମର ଅଫର ଦେଇଥିଲେ। ୟଶ୍‌ ତାଙ୍କୁ ରାହୁଲ୍‌ ମେହେରା ଓ ସୁନୀଲ୍‌ ମଲ୍‌ହୋତ୍ରା ଚରିତ୍ର ମଧ୍ୟରୁ ଗୋଟିଏ ଚରିତ୍ର ବାଛିବାକୁ କହିଥିଲେ। ସନ୍ନିଙ୍କୁ ଲାଗିଥିଲା ତାଙ୍କ ପାଇଁ ସୁନୀଲ ମଲୋହୋତ୍ରା ଚରିତ୍ର ଭଲ ହେବ କାରଣ ସେହି ଚରିତ୍ରଟି ପଜେଟିଭ୍‌ ଥିଲା।  ସେଥିପାଇଁ ସନ୍ନି ସୁନୀଲ ଚରିତ୍ର ବାଛିଥିଲେ। ଆଉ ରାହୁଲ୍ ଚରିତ୍ରରେ ଅଭିନୟ କରିବାକୁ ଅନେକ କଳାକାର ମନା କରିବା ପରେ ଶାହାରୁଖ୍‌ଙ୍କୁ ସେହି ଚରିତ୍ର ମିଳିଥିଲା। ସେ ସଫଳତା ପାଇବାକୁ ଖୁବ୍‌ ପରିଶ୍ରମ କରିଥିଲେ।

ଫିଲ୍ମ ସୁପର ଡୁପର ହିଟ୍‌ ହୋଇଥିଲା କିନ୍ତୁ ଫିଲ୍ମରେ ସନ୍ନିଙ୍କ ଚରିତ୍ର ବ୍ୟତିତ ଶାହାରୁଖ୍‌ଙ୍କ ଚରିତ୍ରକୁ ଖୁବ୍‌ ପ୍ରଶଂସା କରାଯାଇଥିଲା।

ଆଉ ଏହି ଫିଲ୍ମ ପରଠୁ ସନ୍ନି ଓ ଶାହାରୁଖ୍‌ଙ୍କୁ ଏକାଠି କାମ କରିବା କେହି କେବେ ଦେଖି ନାହାନ୍ତି। ଏକ ସାକ୍ଷାତ କାରରେ ସନ୍ନି  କହିଥିଲେ,  ‘‘ଯେତେବେଳେ ଫିଲ୍ମ ‘ଡର୍‌’ର  ନିର୍ମାଣ କରାଯାଇଥିଲା ସେତେବେଳେ ମୋତେ କୁହାଯାଇ ନ ଥିଲା କି ଏହି ଫିଲ୍ମରେ ଭିଲିଆନ୍‌କୁ ହିରୋଠୁ ଅଧିକ ମହତ୍ୱ ଦିଆଯିବ।  ମୁଁ ଫିଲ୍ମ ପୂର୍ବରୁ ନିର୍ଦ୍ଦେଶକଙ୍କଠାରୁ ସବୁକଥା ଜାଣିନିଏ।  କିନ୍ତୁ ମୋତେ ଯେତେବେଳେ ସତ ଜଣା ପଡ଼ିଲା ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୋତେ ମିଛ କୁହାଯାଇଥିଲା ସେଥିପାଇଁ ମୁଁ ସେବେଠୁ କେବେବି ୟଶ୍‌ରାଜ୍‌ଙ୍କ ସହ କାମ କରନି।’’

ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ କାହାଣୀ ହେଉଛି ଶାହାରୁଖ୍‌ ଖାନ୍‌ଙ୍କୁ ସନ୍ନି ଦେୱଲ୍‌ ଛୁରୀରେ ଆକ୍ରମଣ କରିବାର ଥିଲା। ଏହି ସିନ୍‌କୁ ନେଇ ସନ୍ନି ଓ ୟଶ୍‌ ଚୋପ୍ରାଙ୍କ ମଧ୍ୟରେ ଖୁବ୍‌ ଯୁକ୍ତିତର୍କ ବି ହୋଇଥିଲ।  କିନ୍ତୁ ଯେହେତୁ ସିନ୍‌ରେ ଥିଲା ଏହାକୁ ଶୁଟ୍‌ କରିବାକୁ ପଡ଼ିଥିଲା। ଏହି ସିନ୍‌ ଶୁଟ୍‌ କରିବା ସମୟରେ ଶାହାରୁଖ୍‌ ଏତେ ରାଗିଯାଇଥିଲେ ଯେ ସେ ନିଜ ପ୍ୟାଣ୍ଟ୍‌ର ଦୁଇ ପକେଟ୍‌ ଫାଡ଼ି ଦେଇଥିଲେ।



from Odisha Reporter http://bit.ly/2T8ZQGy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages