ମୃତ୍ୟୁ ପରେ ୭ ମାସ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆକ୍ଟିଭ୍‌ ଥିଲେ ରାକ୍ଷୀ ,ସତ ପର୍ଦ୍ଦାଫାଶ ପରେ ପୁଲିସର ଉଡ଼ିଗଲା ହୋସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ମୃତ୍ୟୁ ପରେ ୭ ମାସ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆକ୍ଟିଭ୍‌ ଥିଲେ ରାକ୍ଷୀ ,ସତ ପର୍ଦ୍ଦାଫାଶ ପରେ ପୁଲିସର ଉଡ଼ିଗଲା ହୋସ୍‌

ଲକ୍ଷ୍ନୋ:ଉତ୍ତରପ୍ରଦେଶର ଗୋରଖପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ପୂର୍ବତନ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ଜଣେ ଡାକ୍ତରକୁ ଗିରଫ କରିଛି। ପୂର୍ବତନ ପତ୍ନୀ ରାକ୍ଷୀ ଶ୍ରୀବାସ୍ତବଙ୍କୁ ହତ୍ୟା ଅଭିଯୋଗରେ ଗୋରଖପୁରରେ ଡିପି ସିଂହ ନାମକ ଜଣେ ଡାକ୍ତରଙ୍କୁ ଯୁପି ଏସ୍‌ଟିଏଫ୍‌ ଗିରଫ କରିଛି। ଅଭିଯୁକ୍ତଙ୍କୁ ଜେରା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ଡାକ୍ତରଙ୍କ କହିବା ଅନୁଯାୟୀ ୭ ମାସ ପୂର୍ବରୁ ପତ୍ନୀ ରାକ୍ଷୀଙ୍କୁ ସେ ନେପାଳ ପାହାଡ଼ରୁ ଠେଲି ହତ୍ୟା କରିଥିଲେ। ଏହି ଘଟଣା ପରେ ସେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଏକ ଉପାୟ ପାଞ୍ଚିଥିଲେ। ଯୋଜନା ଅନୁଯାୟୀ ସମ୍ପୃକ୍ତ ଡାକ୍ତରଙ୍କ ରାକ୍ଷୀଙ୍କ ସୋସାଲ୍‌ ମିଡିଆ ଆକାଉଣ୍ଟ ଅପଡେଟ୍‌ କରି ଚାଲୁଥିଲେ।

ଡାକ୍ତର ଡିପି ସିଂହ କହିଛନ୍ତି ଯେ, ୫ଥର ହତ୍ୟା ଉଦ୍ୟମ କରିବା ପରେ ଷଷ୍ଟଥର ସଫଳ ହୋଇଥିଲେ। ଏହା ପୂର୍ବରୁ ସେ ଉଦ୍ୟମ କରିଥିଲେ ମଧ୍ୟ ସାହସ ଜୁଟାଇପାରି ନଥିଲେ। ସମ୍ପୃକ୍ତ ଡାକ୍ତର କହିଛନ୍ତି ଯେ, ତାଙ୍କୁ ବାରମ୍ବାର ତାଙ୍କ ପତ୍ନୀ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ଯେଉଁଥି ପାଇଁ ସେ ଅଶାନ୍ତିରେ ଥିଲେ। ପୁଲିସରେ ସମ୍ପୃକ୍ତ ମହିଳାଙ୍କ ନିଖୋଜ୍‌ ସମ୍ପର୍କରେ ମାମଲା ରୁଜୁ ହେବା ପରେ ଘଟଣାର ଖୁଲାସା ହୋଇଥିଲା। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ଅନ୍ୟ ଜଣେ ସ୍ୱାମୀ ମନିଶ ସିହ୍ନାଙ୍କୁ ଗିରଫ କରି ପଚରାଉଚୁରା କରିଥିଲା। ହେଲେ କୌଣସି ସୁରାକ ପାଇ ନଥିଲା।

ଏହାପରେ ପତ୍ନୀଙ୍କ ପ୍ରଥମ ସ୍ୱାମୀ ଡାକ୍ତର ଡିପି ସିଂହଙ୍କୁ ଗିରଫ କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା। ମୋବାଇଲ ଲୋକେଶନ୍ ଏବଂ କଲ୍‌ ଡିଟେଲକୁ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି ଯେଉଁ ସମୟରେ ଡିପି ସିଂହ ଗାୟବ ହୋଇଥିଲେ ସେତେବେଳେ ସେ ନେପାଳରେ ଥିଲେ। ତେବେ ନେପାଳ ଯାଇ ଏସ୍‌ଟିଏଫ୍‌ ଟିମ୍‌ ତଦନ୍ତ କରିଥିଲା। ତଦନ୍ତ ବେଳେ ଗତ ଜୁନ୍‌ ୮ତାରିଖରେ ଜଣେ ଯୁବତୀଙ୍କ ଶବ ମିଳିଥିଲା। ପରେ ଯୁବତୀଙ୍କ ପରିଚୟ ମିଳିବା ପରେ ତଦନ୍ତକୁ ଆଗକୁ ବଢାଇଥିଲା ପୁଲିସ।

ସୂଚନା ଅନୁଯାୟୀ, ରାକ୍ଷୀ ନିଜ ସ୍ୱାମୀ ମନିଶ ସିହ୍ନାଙ୍କ ସହ ଫ୍ଲାଇଟ୍‌ରେ ନେପାଳ ଯାଇଥିଲେ। ଏହାପରେ ସେଠାରେ ରାକ୍ଷୀ ରହିଗଲେ ଏବଂ ମନିଶ୍‌ ଫେରି ଆସିଥିଲେ। ତେବେ ଏହା ପରେ ରାକ୍ଷୀଙ୍କ ସହ ଡାକ୍ତର ଡିପି ସିଂହ ଆଲୋଚନା କରିଥିଲେ। ପରେ ନିଜର ଦୁଇ କର୍ମଚାରୀ ସହ ନେପାଳରେ ପହଞ୍ଚିଥିଲେ ଡାକ୍ତର ଡିପି ସିଂହ। ଏହାପରେ ରାକ୍ଷୀଙ୍କୁ ନେଇ ନେପାଳର ପୋଖରା ଯାଇଥିଲେ। ସେଠାରେ ଡାକ୍ତର ଡିପି ସିଂହ ଏବଂ ଦୁଇ କର୍ମଚାରୀ ମଦ୍ୟପାନ କରିଥିଲେ। ଆଉ ପାହାଡ଼ ଉପରୁ ୩ ଜଣ ମିଶି ସମ୍ପୃକ୍ତ ମହିଳାଙ୍କୁ ପାହାଡ଼ ଉପରୁ ଠେଲିଦେଇ ହତ୍ୟା କରିଥିଲେ।



from Odisha Reporter http://bit.ly/2CxdJJ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages