ନବୀନଙ୍କ ‘କାଳିଆ’ ଯୋଜନା ଚାଷୀଙ୍କ ପାଇଁ ବୁଢ଼ାବାଘର କଙ୍କଣ ଦାନ ସଦୃଶ : ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ନବୀନଙ୍କ ‘କାଳିଆ’ ଯୋଜନା ଚାଷୀଙ୍କ ପାଇଁ ବୁଢ଼ାବାଘର କଙ୍କଣ ଦାନ ସଦୃଶ : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର): ଓଡ଼ିଆ ଏବଂ ଓଡ଼ିଶାର ଚାଷୀଙ୍କ ଭାବ ଓ ଆବେଗକୁ ଛୁଇଁଲା ଭଳି ଯୋଜନା କରି ନିଜ ସ୍ୱାର୍ଥ ହାସଲ କରିବାରେ ରାଜ୍ୟ ସରକାର ସବୁ ବେଳେ ନିଜ ଚତୁରତା ପ୍ରଦର୍ଶନ କରି ଆସିଛନ୍ତି। କୃଷକଙ୍କ ପାଇଁ ଓଡ଼ିଶା ସରକାର ମାତ୍ରାଧିକ ଅବହେଳା କରୁଛନ୍ତି ବୋଲି ଚାରିଆଡ଼ୁ ସମାଲୋଚନାର ଚାପ ପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କ୍ୟାବିନେଟ୍ ବୈଠକରେ କୃଷକଙ୍କ ପାଇଁ ହଠାତ୍‌ ‘କାଳିଆ’ ନାମରେ ଏକ ଯୋଜନା ଘୋଷଣା କରିଦେଲେ। ଏହାର ପୂରା ନାମ ହେଉଛି ‘କୃଷକ ଆସିଷ୍ଟାନ୍ସ ଫର୍‌ ଲାଇଭଲିହୁଡ୍ ଆଣ୍ଡ୍‌ ଇନ୍‌କମ୍ ଅଗ୍‌ମେଣ୍ଟେଶନ’। ଏହାକୁ ଆଜି ବିଭିନ୍ନ ସଂଗଠନ ତୀବ୍ର ନିନ୍ଦା କରିଛନ୍ତି।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିଜକୁ ସମସ୍ତେ ସଜିଲ୍ କରୁଥିବା ବେଳେ ନିଜ ମତ ରଖିବା ପାଇଁ କୌଣସି ରାଜନୈତିକ ଦଳ ଟିକେ ବି ସୁଯୋଗ ହାତଛଡ଼ା କରୁନାହାନ୍ତି।

ଆଜି ବିଜେପିର ଆଗଧାଡ଼ିର ନେତା ତଥା କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୁ ଜନତା ଦଳ(ବିଜେଡି) ସରକାରର’କାଳିଆ’ ଯୋଜନାକୁ ବୁଢ଼ା ବାଘର କଙ୍କଣ ଦାନ ଉପାଖ୍ୟାନ ସହିତ ତୁଳନା କରିଛନ୍ତି।

ବିଜେଡି ସରକାର ବା ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୁଢ଼ା ବାଘ କହି ଏହି କାଳିଆ ଯୋଜନାକୁ ଧର୍ମେନ୍ଦ୍ର କଙ୍କଣ ପ୍ରଦାନ ପ୍ରଲୋଭନ ସହିତ ତୁଳନା କରିଛନ୍ତି। ଲୋକ କଥା ଅନୁସାରେ ଗୋଟିଏ ବାଘ ବୁଢ଼ା ହୋଇଗଲା ପରେ ନିଜେ କେମିତି ବସି ରହି ଶିକାର କରିବ ସେଥିପାଇଁ ଯୋଜନା କରିଥିଲା। ସୁନା କଙ୍କଣ ଲୋଭ ଦେଖାଇ ବୁଢ଼ା ବାଘଟି ସମସ୍ତଙ୍କୁ କହିଥିଲା, ମୁଁ ତ ବୁଢ଼ା ହେଲିଣି ମୋର ଏ କଙ୍କଣ କ’ଣ ହେବ? କଙ୍କଣ ପାଇବା ଲୋଭରେ ଯିଏ ଆସିଲା ତାକୁ ଏହି ବୁଢ଼ା ବାଘ ଖାଇଲା।

ସାମାଜିକ ଗଣମାଧ୍ୟମରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଚାଷୀଙ୍କୁ ନବୀନ ସରକାର ଦୀର୍ଘ ୧୯ ବର୍ଷ ଧରି ଭୁଆଁ ବୁଲାଇ ଆସିଛନ୍ତି। ଏବେବି ରାଜ୍ୟର ୯୦% ବ୍ଲକ୍‌ରେ ୩୫%ରୁ କମ୍ ଜଳ ସେଚନ ହେଉଛି। ଜଳସେଚନ ପାଇଁ ରାଜ୍ୟ ସରକାର ଏବେ ସୁଦ୍ଧା ୫୭,୬୩୨ ଟି ନଳକୂପ ଖୋଳାହୋଇଛି ବୋଲି କହୁଥିବା ବେଳେ ସେଥିମଧ୍ୟରୁ ୨୬, ୩୩୮ ଟିରେ ବିଦ୍ୟୁତ ସଂଯୋଗ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଆଜି ରାଜ୍ୟରେ ମାତ୍ର ୫ଟି ଶୀତଳ ଭଣ୍ଡାର ରହିଛି। ସେଥିରେ ମାତ୍ର ୧୮,୫୦୦ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ସଂରକ୍ଷିତ ରଖାଯାଇ ପାରିବ। ଏବେ ୧୩ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ି ରହିଛି ବୋଲି ରାଜ୍ୟ ସରକାର ନିଜେ ବିଧାନସଭାରେ ଉତ୍ତର ରଖିଛନ୍ତି ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି।

ଆଜି ରାଜ୍ୟରେ ଜଣେ ଚାଷୀର ମାସିକ ରୋଜଗାର ମାତ୍ର ୧୪୦୭ ଟଙ୍କା। ଏହା ଦେଶର ଦ୍ଵିତୀୟ ସର୍ବନିମ୍ନ ଆୟ। ରାଜ୍ୟରେ ଏ ପର୍ଯ୍ୟନ୍ତ କେତେଜଣ ଭାଗଚାଷୀ ଅଛନ୍ତି ତାହାର କୌଣସି ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। କେଉଁ ଆଧାରରେ ଏବଂ କାହା ପାଇଁ ଏ ‘କାଳିଆ’ ଯୋଜନା କରି ନବୀନ ସରକାର ଭୁଆଁ ବୁଲାଉଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ଖାଲି ସେତିକି ନୁହେଁ ବହୁ ଚର୍ଚ୍ଚିତ ଆଳୁମିଶନ ମାଧ୍ୟମରେ ୨୦୧୭-୧୮ ସୁଦ୍ଧା ରାଜ୍ୟରେ ୧୧.୨୫ ଲକ୍ଷ ମେଟ୍ରିକ୍‌ ଟନ୍ ଆଳୁ ଉତ୍ପାଦନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୨.୬୮  ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୋଇଛି। ସେହିପରି ଆବଶ୍ୟକ ହେଉଥିବା ପିଆଜ ଏବଂ ଅଣ୍ଡାରେ ମଧ୍ୟ ରାଜ୍ୟ ସରକାର ବହୁ ପଛରେ ବୋଲି ଦର୍ଶାଇ ଧର୍ମେନ୍ଦ୍ର ନବୀନ ସରକାରକୁ ତାଚ୍ଛଲ୍ୟ କରିଛନ୍ତି।

 



from Odisha Reporter http://bit.ly/2PZF0Yp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages