
ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ଅବଦୁଲ୍ କଲାମ୍ ଦ୍ୱୀପରୁ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି।
ଆଜି ସକାଳ ୮ଟା ୩୦ ମିନିଟ୍ ସମୟରେ ଏହି ପରୀକ୍ଷଣ କରାଯାଇଥିଲା। ଏହା ହେଉଛି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର।
ଏହାର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟିର ପର୍ଯ୍ୟନ୍ତ ରହିଛି। ଏହା ଉଭୟ ପାରମ୍ପରିକ ଓ ପରମାଣୁ ଅସ୍ତ୍ର ବହନ କରିବାରେ କ୍ଷମତା ରଖୁଛି। ଏଥିରେ କଠିନ ଇନ୍ଧନ ବ୍ୟବହାର କରାଯିବ।
ଏହି କ୍ଷେପଣାସ୍ତ୍ରର ଲମ୍ୱ ୨୦ ମିଟର ଏବଂ ଓଜନ ୧୭ ଟନ୍ ରହିଛି। ଏହା ଏକ ଟନ୍ ଓଜନର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବୋହି ନେଇପାରିବ।
ଏହି ପରୀକ୍ଷଣ ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ।
ଗତବର୍ଷ ଜାନୁଆରୀ ୨ ତାରିଖରେ ଏହି କ୍ଷେପଣାସ୍ତ୍ରର ଶେଷ ପରୀକ୍ଷଣ କରାଯାଇଥିଲା। ୨୦୧୧ ନଭେମ୍ୱର ୧୫ ତାରିଖରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା।
from Odisha Reporter http://bit.ly/2EEVJ0R
No comments:
Post a Comment