ରଥଯାତ୍ରାପାଇଁ ସୁପ୍ରିମ୍‌କୋର୍ଟ ଯିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ରଥଯାତ୍ରାପାଇଁ ସୁପ୍ରିମ୍‌କୋର୍ଟ ଯିବ ବିଜେପି

ନୂଆଦିଲ୍ଲୀ: ବିଜେପିର ୩ ଦିନିଆ ‘ଲୋକତନ୍ତ୍ର ବଞ୍ଚାଅ’ ରଥଯାତ୍ରାକୁ ସ୍ଥଗିତ ରଖିବାପାଇଁ କୋଲକାତା ହାଇକୋର୍ଟ ଆଦେଶ ଦେବାପରେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟ ଯିବ ବିଜେପି। ଏହି ବିଷୟରେ ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମେ ସିଙ୍ଗଲ ବେଞ୍ଚ ଦେଇଥିବା ରଥଯାତ୍ରା ପାଇଁ ଅନୁମତିକୁ ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀ ସରକାର ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଡିଭିଜନ ବେଞ୍ଚ ମାମଲାକୁ ସିଙ୍ଗଲ ବେଞ୍ଚଙ୍କୁ ପୁଣିଥରେ ପଠାଇଦେଇଥିଲେ।

ସିଙ୍ଗଲ ବେଞ୍ଚ ରାଜ୍ୟ ତଦନ୍ତକାରୀ ସଂସ୍ଥା ଦେଇଥିବା ଗୁଇନ୍ଦା ତଥ୍ୟକୁ ତର୍ଜମା କରି ମାମଲାର ଶୁଣାଣି କରନ୍ତୁ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ତେଣୁ ଶେଷଖବର ସୁଦ୍ଧା ବିଜେପି ପକ୍ଷରୁ କୁଚ ବେହାର ଠାରୁ ଆରମ୍ଭ ହେବାକୁ ଥିବା ରଥଯାତ୍ରା ସ୍ଥଗିତ ରହିଛି।



from Odisha Reporter http://bit.ly/2RcG27Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages