ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା

kosol899

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି କୋଶଳ ମହାବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ବଲାଙ୍ଗିରରେ ବନ୍ଦକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ବିଭିନ୍ନ ସଂଗଠନ। ଡାକବାଜି ଯନ୍ତ୍ର ସାହାଯ୍ୟରେ ବଲାଙ୍ଗିର ସହରରେ ପଡ଼ାରୁ ପଡ଼ାକୁ ବୁଲି ଲୋକଙ୍କୁ ବନ୍ଦରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍ତି ଆନ୍ଦୋଳନକାରୀ। ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି।

tyy8999

ଝାରସୁଗୁଡ଼ା ଜିଲ୍ଲାରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାରେ ବସ୍‌ ଚଳାଚଳ ବନ୍ଦ ରହିବା ସହ ଦୋକାନବଜାର,ସ୍କୁଲ୍‌, କଲେଜ୍‌, ସରକାରୀ ଓ ବେସକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି। ରେଲୱେ ଷ୍ଟେସନ୍‌ ଛକରେ ଆନ୍ଦୋଳନକାରୀମାନେ କୋଶଳ ରାଜ୍ୟ ଦାବିରେ ନାରାବାଜି କରିଛନ୍ତି।

ସେହିପରି ବରଗଡ଼ ଓ ସୁବର୍ଣ୍ଣପୁରରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହାସହ ଦୋକାନବଜାର ବନ୍ଦ ରହିଛି। କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ମହାବନ୍ଦର ଆଂଶିକ ପ୍ରଭାବ ଦେଖାଦେଇଛି।

ଅନୁଗୋଳ ଜିଲ୍ଲାର ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଆଠମଲ୍ଲିକରେ ଗାଡ଼ି ଚଳାଚଳ ବନ୍ଦ ରହିଛି।



from Odisha Reporter https://ift.tt/2S5mr6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages