
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜିକାଲି ପ୍ରାୟ ସମସ୍ତେ ଫିଟ୍ ରହିବାକୁ ଚାହାଁନ୍ତି। ବିଶେଷ କରି ଆଜିକାଲିର ଯୁବଗୋଷ୍ଠୀ ନିଜ ଫିଜିକାଲ ଫିଟ୍ନେସ୍କୁ ନେଇ ଖୁବ୍ ସଜାଗ। ତେବେ ଶରୀର ଅଧିକ ମୋଟା ହୋଇଗଲେ, ଜିମ୍ରେ କସରତ୍ ସହ ସ୍ପେଶାଲ୍ ୱେଟ୍ଲସ୍ ଡାଏଟିଂ ଜରିଆରେ ଓଜନ ସହଜରେ କମାଯାଇପାରିବ। କିନ୍ତୁ ଯେଉଁମାନେ ଆବଶ୍ୟକ ଠାରୁ ଅଧିକ ପତଳା, ସେମାନେ ନିଜ ଶରୀରର ଓଜନ ବଢ଼ାଇବାକୁ ଚେଷ୍ଟା କରନ୍ତି, ହେଲେ ସଫଳ ହୋଇପାରନ୍ତି ନାହିଁ। ଏପରିକି ମୋଟା ହେବା ପାଇଁ ନାନା ପ୍ରକାରର ଔଷଧ ଖାଇ ଏହାର ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ମଧ୍ୟ ହୁଅନ୍ତି।
ତେଣୁ ଆଜି ଆମେ ବିନା ଔଷଧ ଅର୍ଥାତ୍ ପ୍ରାକୃତିକ ଉପାୟରେ ଆପଣ କିପରି ନିଜ ପତଳା ଶରୀରର ଓଜନ ବଢ଼ାଇପାରିବେ, ସେ ସମ୍ପର୍କରେ କହିବୁ।
୧. ସର୍ବପ୍ରଥମେ ନିଜ ନିତିଦିନର ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ। କେବଳ ପାଟିକୁ ସ୍ୱାଦ ଲାଗୁଥିବା କିମ୍ବା ମନ ପସନ୍ଦର ଖାଦ୍ୟ ନ ଖାଇ ସବୁପ୍ରକାର ପୁଷ୍ଠିକର ଖାଦ୍ୟ ଖାଆନ୍ତୁ।
୨. ଶୀଘ୍ର ମୋଟା ହେବା ପାଇଁ ଅଧିକ ତେଲ ମସଲାଯୁକ୍ତ ଖାଦ, ଫାଷ୍ଟ୍ଫୁଡ୍, ଫୁଡ୍ ସପ୍ଲିମେଣ୍ଟ୍, ପ୍ରୋଟିନ୍ ପାଉଡର୍ ଆଦି ଖାଆନ୍ତୁ ନାହିଁ। ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିପାରେ। ତେଣୁ ସବୁବେଳେ ସୁଷମ ଆହାର ଖାଆନ୍ତୁ।
୩. ପ୍ରତିଦିନ ସକାଳୁ ଉଠି ଖାଲିପେଟରେ ଅଳ୍ପ ମହୁ ଖାଆନ୍ତୁ। ଏହା ଶରୀରର ଓଜନ କମ୍ ଥିଲେ, ଏହାକୁ ବଢ଼ାଇ ପାରେ।
୪. ସକାଳେ ଜଳଖିଆ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଜଳଖିଆରେ ବ୍ରେଡ୍ ସହ ୨ଟି ଅଣ୍ଡା ଆମ୍ଲେଟ ଓ ଫ୍ରେଶ୍ ଫ୍ରୁଟ୍ ଜୁସ୍ ପିଅନ୍ତୁ। ଓଟ୍ସ୍ କିମ୍ବା କର୍ନ୍ଫ୍ଲେକ୍ସ ମଧ୍ୟ ଖାଇପାରିବେ।
୫. ପ୍ରତି ଦିନ ଖାଦ୍ୟରେ ପନିର୍କୁ ସାମିଲ୍ କରନ୍ତୁ। ସେହିପରି ମାଛ, ମାଂସ ଓ ଅଣ୍ଡା ମଧ୍ୟ ଖାଆନ୍ତୁ। ଏସବୁ ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ।
୬. ଶସ୍ୟଜାତୀୟ ଖାଦ୍ୟ ସହ ଫଳ ଓ ପନିପରିବା ଆଦି କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟକୁ ଡାଏଟ୍ରେ ସାମିଲ କରନ୍ତୁ, ଏହା ଆପଣଙ୍କ ଓଜନ ବଢ଼ିବାରେ ସାହାଯ୍ୟ କରିବ।
୭. ଓଜନ ବୃଦ୍ଧିରେ କଦଳୀ ସବୁଠାରୁ ଭଲ କାମ କରେ। ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଲି କିମ୍ବା କ୍ଷୀରରେ ଚକଟି ଖାଆନ୍ତୁ। ଉତ୍ତମ ଫଳ ମିଳିବ।
୮. ଖାଦ୍ୟ ତାଲିକାରେ ବଟର୍କୁ ବି ସାମିଲ କରନ୍ତୁ। ବିଶେଷ କରି ପିନଟ୍ ବଟରରେ ଥିବା ମୋନୋସାଚୁରେଟେଡ ଫ୍ୟାଟ୍ ଆପଣଙ୍କ ଶରୀରର ଓଜନ ଶୀଘ୍ର ବଢ଼ାଇବ ।
୯. ଖାଦ୍ୟରେ କ୍ୟାଲୋରୀର ମାତ୍ରା ବଢ଼ାନ୍ତୁ। ଯେତେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବେ, ସେତେ ଶୀଘ୍ର ଲାଭ ପାଇବେ।

from Odisha Reporter https://ift.tt/2PC57UZ
No comments:
Post a Comment