ନୂଆବର୍ଷରେ ବଦଳିବ ଅବଢ଼ା ଓ କୁଡୁଆ ଦର, ପୁଣି ଲାଗୁହେବ ପରିମାଣିକ ଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ନୂଆବର୍ଷରେ ବଦଳିବ ଅବଢ଼ା ଓ କୁଡୁଆ ଦର, ପୁଣି ଲାଗୁହେବ ପରିମାଣିକ ଦର୍ଶନ

ପୁରୀ (ଓଡ଼ିଶା ରିପୋର୍ଟର): ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ବ୍ୟବସ୍ଥା। ନିର୍ଦ୍ଦିଷ୍ଟ ଦରରେ ବିକ୍ରି ହେବ ଅବଢ଼ା। ଲାଗିବ ରେଟ୍ ଚାର୍ଟ। ଆନନ୍ଦ ବଜାରରେ କେତେ ଦାମ୍‌ରେ କେଉଁ ବ୍ୟଞ୍ଜନ ବିକ୍ରି ହେବ, ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା ପରେ ତାହା ଚୂଡ଼ାନ୍ତ କରାଯାଇ ଚାର୍ଟ ପ୍ରସ୍ତୁତ କରାଯାଇଛି। କେବଳ ଯେ ଅବଢ଼ାର ଦର ସ୍ଥିର କରାଯିବ ତାହା ନୁହେଁ, କୁଡୁଆର ଆକାର ଅନୁସାରେ ତା’ର ଦାମ୍‌ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯିବ। ଏହାଦ୍ୱାରା ଭକ୍ତମାନେ ଉଚିତ ଦାମରେ ମହାପ୍ରସାଦ ପାଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେହିପରି ନୂଆବର୍ଷରେ ପରିମାଣିକ ଦର୍ଶନ (ଟିକଟ ଦର୍ଶନ) ବ୍ୟବସ୍ଥା ପୁଣି ଲାଗୁ କରାଯିବ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ପ୍ରତିହାରୀ ନିଯୋଗ। ଟିକଟ କରି ଭକ୍ତମାନେ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସାଧାରଣ ଦର୍ଶନ ଯେପରି ବାଧାପ୍ରାପ୍ତ ନହେବ, ତାକୁ ଧ୍ୟାନ ଦିଆଯିବ। ଟିକଟ ଦର୍ଶନ ଦ୍ୱାରା ସମସ୍ତେ ନିଜ ପ୍ରାପ୍ୟ ପାଉଣା ପାଇବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ବରିଷ୍ଠ ନାଗରିକ ଯେପରି ବିନା ଠେଲାପେଲାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ, ତା’ର ବ୍ୟବସ୍ଥା ହେବା ଉଚିତ ବୋଲି ଭକ୍ତମାନେ ମତ ଦେଇଛନ୍ତି।

ଜାନୁଆରି ପହିଲା ନୂଆବର୍ଷ ଦିନ ପ୍ରାୟ ୬ ଲକ୍ଷ ଭକ୍ତ ଶ୍ରୀମନ୍ଦିରକୁ ଆସିବାର ସମ୍ଭାବନା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡିଂ ସହିତ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ। ଏହାପୂର୍ବରୁ ଉତ୍ତର ଦ୍ୱାର ନିକଟରେ ଥିବା ଦୋକାନୀଙ୍କୁ ହଟାଯିବ।



from Odisha Reporter http://bit.ly/2Q0e76w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages