
ମୁମ୍ବାଇ: ପୁଣି ବିବାଦରେ ଫସିଛନ୍ତି ବଲିଉଡ୍ ଅଭିନେତା ଅର୍ମାନ୍ କୋହଲି। କିଛି ଦିନ ତଳେ ପ୍ରେମିକା ନିରୁ ରନ୍ଧାଓ୍ଵାଙ୍କୁ ମାଡ଼ ମାରି ବିବାଦୀୟ ହୋଇ ପଡ଼ିଥିବା ଏହି ଅଭିନେତା ଏବେ ଆଉ ଏକ ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଅନୁଯାୟୀ,ବେଆଇନ୍ ଭାବେ ବିଦେଶୀ ବ୍ରାଣ୍ଡ୍ର ସ୍କଚ୍ ଏବଂ ହ୍ଵିସ୍କି ରଖିଥିବାରୁ ପୋଲିସ୍ ତାଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ୪୧ଟି ବିଦେଶୀ ବ୍ରାଣ୍ଡ୍ର ସ୍କଚ୍ ଏବଂ ହ୍ଵିସ୍କି ବୋତଲ ଜବତ ହୋଇଛି। ଆର୍ମାନ୍ଙ୍କୁ ମୁମ୍ବାଇ ଏକ୍ସସାଇଜ୍ ପୁଲିସ ନିଜ ହେପାଜତକୁ ନେଇ ଅଧିକ ପଚରାଉଚରା କରୁଛି।
ଆଇନ୍ ଅନୁଯାୟୀ, ଦେଶର କୌଣସି ନାଗରିକ ମାସକ ପାଇଁ କେବଳ ୧୨ଟି ମଦ ବୋତଲ ପାଖରେ ରଖି ପାରିବ। ଏଥି ସହ ବିଦେଶରୁ କେବଳ ଦୁଇଟି ବୋତଲ ଆଣିବାର ଅନୁମତି ରହିଛି। କିନ୍ତୁ ଅର୍ମାନ୍ ୪୧ଟି ମଦ ବୋତଲ ରଖି ଏହି ଆଇନ୍ର ଖିଲାପ୍ କରିଛନ୍ତି। ଅରମାନ୍ଙ୍କ ବିରୋଧରେ ଲାଗିଥିବା ଅଭିଯୋଗ କୋର୍ଟ୍ରେ ପ୍ରମାଣିତ ହେଲେ, ତାଙ୍କୁ ୩ ବର୍ଷ ଯାଏ ଜେଲ ଦଣ୍ଡ ହୋଇପାରେ ବୋଲି କୁହାଯାଉଛି।
from Odisha Reporter http://bit.ly/2EPKK5B
No comments:
Post a Comment