ମୁଖ୍ୟମନ୍ତ୍ରୀମାନଙ୍କ ସହ ସିରିଜ୍‌ ଆଲୋଚନା ପରେ ମୋଦିଙ୍କୁ ଭେଟିଲେ କେସିଆର: ପ୍ରସଙ୍ଗ ଅସ୍ପଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ମୁଖ୍ୟମନ୍ତ୍ରୀମାନଙ୍କ ସହ ସିରିଜ୍‌ ଆଲୋଚନା ପରେ ମୋଦିଙ୍କୁ ଭେଟିଲେ କେସିଆର: ପ୍ରସଙ୍ଗ ଅସ୍ପଷ୍ଟ

ନୂଆଦିଲ୍ଲୀ: ଫେଡେରାଲ୍ ଫ୍ରଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦିଲ୍ଲୀରେ ପହଞ୍ଚିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଉଭୟ ନେତାଙ୍କ ମଧ୍ୟରେ ବେଶ୍‌ କିଛି ସମୟ ଧରି ଆଲୋଚନା  ହୋଇଛି । ଉଭୟଙ୍କ ମଧ୍ୟରେ ଏହା ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲେ ବି ବହୁ ଗୁରୁତ୍ୱବହନ କରେ। ଗୋଟିଏପଟେ କଂଗ୍ରେସ  ନେତୃତ୍ୱରେ ଅନ୍ୟ ବିରୋଧୀ ଗୋଷ୍ଠୀ ଏକଜୁଟ୍ ହେଉଥିବା ବେଳେ କେସିଆର୍ ଫେଡେରାଲ୍ ଫ୍ରଣ୍ଟକୁ ନେଇ ପ୍ରୟାସ ଆରମ୍ଭ କରିଛନ୍ତି ।

ତେଣୁ ମୋଦିଙ୍କ ସହ ସାକ୍ଷାତକାର ଜାତୀୟ ରାଜନୀତିକୁ ଉଷ୍ମ କରିଛି। ତେଲେଙ୍ଗାନାରେ ଟିଆରଏସ୍‌ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିଛି । ହେଲେ ବିଜେପି ନିଜ ଅମାନତ ହରାଇଛି। ତେବେ ବିଜେପି ସାଧାରଣ ନିର୍ବାଚନରେ ଟିଆରଏସ୍‌ ସହ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ କେସିଆର୍ ଆଜି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କୁ ଭେଟିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ବି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏହା ସମ୍ଭବପର ହୋଇନି। ତେବେ କେସିଆରଙ୍କ ପ୍ରୟାସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଖିଲେଶ।

କେସିଆର୍ ଦେଶରେ ଫେଡେରାଲ୍ ଫ୍ରଣ୍ଟକୁ ନେଇ ଯେଉଁ ପରିକଳ୍ପନା କରୁଛନ୍ତି ତାହା ଜାତୀୟ ରାଜନୀତିକୁ ଭିନ୍ନ ମୋଡ଼ ଦେବ। ବିଜେପି ଏବଂ କଂଗ୍ରେସଠୁ ସମଦୂରତା ରଖି ଆଞ୍ଚଳିକ ଦଳକୁ ଏକଜୁଟ୍ କରାଇବା ପ୍ରୟାସକୁ ପ୍ରଶଂସା କରିଛନ୍ତି ସେ। ତେବେ ଏନେଇ ସେ ଖୋଦ୍ ହାଇଦ୍ରାବାଦ୍ ଯାଇ ତାଙ୍କୁ ଭେଟିବେ ବୋଲି କହିଛନ୍ତି। ଗତ ରବିବାରଠୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତିନି ରାଜ୍ୟ ଗସ୍ତରେ ଅଛନ୍ତି। ପ୍ରଥମେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି କେସିଆର୍।



from Odisha Reporter http://bit.ly/2Ve2Ov4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages