ଭାରତ ସୀମାରେ ପଶିବା ମାତ୍ରେ ମାଟିକୁ ମୁଣ୍ଡିଆ ମାରି କହିଲେ ମା’ ତୁଝେ ସଲାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଭାରତ ସୀମାରେ ପଶିବା ମାତ୍ରେ ମାଟିକୁ ମୁଣ୍ଡିଆ ମାରି କହିଲେ ମା’ ତୁଝେ ସଲାମ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ଦୀର୍ଘ ୬ ବର୍ଷ କାଳ ରହିବା ପରେ ଶେଷରେ ଭାରତ ଫେରିଛନ୍ତି ଇଞ୍ଜିନିୟର ହମିଦ ନେହାଲ ଅନସାରୀ। ପାକିସ୍ତାନର ଅଧିକାରୀମାନେ ଆଜି ତାଙ୍କୁ ୱାଘା ବର୍ଡର ନିକଟରେ ଭାରତର ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ସେ ଭାରତ ମାଟିରେ ପାଦ ଦେବା କ୍ଷଣି ଏକ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନସାରୀ ଭାରତ ମାଟିରେ ପାଦ ଥୋଇବା କ୍ଷଣି ଆଣ୍ଠେଇ ପଡ଼ିଥିଲେ। ଭାରତର ମାଟିକୁ ମୁଣ୍ଡିଆ ମାରି ‘ମା’ ତୁଝେ ସଲାମ’ ବୋଲି କହିଥିଲେ। ଯାହା ସେଠାରେ ଥିବା ସୁରକ୍ଷାକର୍ମୀ ଏବଂ ଅଧିକାରୀଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା। ଏହି ସମୟରେ ତାଙ୍କ ପରିବାର ଲୋକ ମଧ୍ୟ ଭାରତର ମାଟିକୁ ଛୁଇଁ ମୁଣ୍ଡିଆ ମାରିଥିଲେ।

ପୁଅକୁ ଛଅ ବର୍ଷ ପରେ ଫେରି ପାଇଥିବାରୁ ଅନସାରୀଙ୍କ ମା’ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ଭାରତ ସରକାରଙ୍କ ଉଦ୍ୟମ ଯୋଗୁ ଅନସାରୀ ଫେରିଛନ୍ତି ବୋଲି ସେ କହିଛନ୍ତି।

ଅନସାରୀ ବେଆଇନ୍‌ ଭାବେ ପାକିସ୍ତାନରେ ସୀମାରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। କ୍ୱେଟାରେ ଥିବା ତାଙ୍କର ଜଣେ ମହିଳା ଫେସବୁକ ବାନ୍ଧବୀଙ୍କୁ ଦେଖା କରିବାକୁ ସେ ପାକିସ୍ତାନରେ ପ୍ରବେଶ କରିଥିଲେ। କିନ୍ତୁ ପାକିସ୍ତାନ ସରକାର ସେ ଭାରତର ଗୁପ୍ତଚର ବୋଲି ସନ୍ଦେହ କରି ତାଙ୍କୁ ଅଟକ ରଖିଥିଲେ। ୨୦୧୨ରେ ଅନସାରୀଙ୍କୁ ୨୦୧୫ରେ ପାକିସ୍ତାନ କୋର୍ଟ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

ତେବେ ଚଳିତ ବର୍ଷ ଅଗଷ୍ଟ ୭ରେ ପେଶୱାର ହାଇକୋର୍ଟ ପାକିସ୍ତାନ ସରକାରଙ୍କୁ ଅନସାରୀଙ୍କ ଭାରତ ଫେରିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଏହାପରେ ଭାରତ ସରକାର ଏଥିରେ ହସ୍ତକ୍ଷେପ କରି ପାକିସ୍ତାନର ଅଧିକାରୀଙ୍କୁ ଅନସାରୀଙ୍କ ବିଷୟରେ ଜଣାଇଥିଲେ। ଭାରତ ସରକାର ୨୦୧୬ରୁ ୯୫ ଥର କନସୁଲାର ସାକ୍ଷାତ ପାଇଁ ଆବେଦନ କରିଥିଲେ। ତେବେ ଦୀର୍ଘ ଦିନର ଆଇନଗତ ତର୍ଜମା ପରେ ଅନସାରୀ ଆଜି ମୁକ୍ତି ପାଇଛନ୍ତି।



from Odisha Reporter https://ift.tt/2R5TdaK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages