ପେତାଇ ମାଡ଼ରେ ଉଜୁଡ଼ିଗଲା ଧାନ, ପନିପରିବା ଓ କପା ଚାଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ପେତାଇ ମାଡ଼ରେ ଉଜୁଡ଼ିଗଲା ଧାନ, ପନିପରିବା ଓ କପା ଚାଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ‘ପେତାଇ’। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଛଡ଼ାଇ ନେଇଛି ଚାଷୀର ବର୍ଷକର ଦାନାପାଣି। ଖଳା ହେଉ କି ବିଲ, ଅବା ଅମଳ ହୋଇ ମଣ୍ଡିରେ ପହଞ୍ଚିଥିବା ଧାନ, ଅଦିନିଆ ବର୍ଷା ମାଡ଼ରୁ ବର୍ତ୍ତି ପାରିଲା ନାହିଁ।

ଏବେବି ବିଲରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ବୁଡ଼ି ନଷ୍ଟ ହୋଇଯାଉଛି ଧାନ। ଚାଷୀ ସେହି ଧାନକୁ ଉଠାଇବାକୁ ଚେଷ୍ଟା କରୁଛି। ମାତ୍ର ତାହା ସମ୍ଭବ ହେଉନାହିଁ। ସେପଟେ ଖଳାକୁ ଆସିଥିବା ଧାନ ଓ ମଣ୍ଡିରେ ବିକ୍ରି ନହୋଇ ପଡ଼ିରହିଥିବା ଧାନର ଅବସ୍ଥା ନକହିଲେ ଭଲ। ‘ପେତାଇ’ ପ୍ରଭାବରୁ ଧାନକୁ ବଞ୍ଚାଇ ରଖିବା ପାଇଁ ଚାଷୀ ପଲିଥିନ୍ ଢାଙ୍କି ଥିଲା। ମାତ୍ର ତାହା ଧାନକୁ ରକ୍ଷା କରିପାରି ନଥିଲା। ସେହିପରି ଶୀତଦିନିଆ ପନିପରିବା ମଧ୍ୟ ‘ପେତାଇ’ ମାଡ଼ରେ ଉଜୁଡି ଯାଇଛି। ଅମଳ ସମୟ ହୋଇଯାଇଥିବାରୁ ଓଦା ହେବା ଯୋଗୁ କପା ଚାଷ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲା ‘ପେତାଇ’ ଦ୍ଵାରା ପ୍ରଭାବିତ ହୋଇଛି। ଏଥିରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯାଇଥିବା ରାଜ୍ୟ ସରକାର କହିଥିଲେ। କିନ୍ତୁ ଅଧିକାଂଶ ଜିଲ୍ଲାରେ ଉଜୁଡ଼ିଯାଇଛି ଫସଲ। ଏପଟେ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି ଓ ରିପୋର୍ଟ ମିଳିବା ପରେ ଅନୁଧ୍ୟାନ କରି ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।

ତିତ୍‌ଲି ପରେ ଚକଡ଼ା ମାଡ଼ରେ ଦୋହଲିଯାଇଥିଲା ଚାଷୀର ଆର୍ଥିକ ମେରୁଦଣ୍ଡ। ଆଉ ଏବେ ଅଦିନିଆ ବର୍ଷା ଚାଷୀଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି। କେବେ ଓ କେତେ କ୍ଷତିପୂରଣ ମିଳିବ ଓ ସେଥିରେ ଋଣ ସୁଝିବେ, ତାକୁ ନେଇ ଚିନ୍ତାରେ ଚାଷୀ।



from Odisha Reporter https://ift.tt/2POjZzP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages