
ଜୟପୁର: ଆଇପିଏଲ୍ର ୧୨ତମ ସଂସ୍କରଣ ପାଇଁ ଚାଲିଥିବା ନିଲାମର ପ୍ରଥମ ରାଉଣ୍ଡରେ ବିକ୍ରି ହୋଇପାରି ନଥିବା ଭେଟରାନ୍ ଯୁବରାଜ ସିଂହଙ୍କୁ ଶେଷରେ କ୍ରେତା ମିଳିଛନ୍ତି। ଏହି ଫଟାଫଟ କ୍ରିକେଟର ବାଦଶାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ମୂଳଦର ୧ କୋଟିରେ ହିଁ କିଣିଛି। କାରଣ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ ଯୁବରାଜଙ୍କୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରି ନଥିଲେ। ତେବେ ଏଥର ଆଇପିଏଲ୍ରେ ମୁମ୍ବାଇ ପକ୍ଷରୁ ଯୁବରାଜ ଖେଳିବା ସୁନିଶ୍ଚିତ ହୋଇଛି।
ଆଜି ମଧ୍ୟାହ୍ଣରୁ ଆରମ୍ଭ ହୋଇଥିବା ନିଲାମର ପ୍ରଥମ ରାଉଣ୍ଡରେ ଯୁବରାଜଙ୍କ ନାଁକୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଥିଲା। କିନ୍ତୁ ଟି-୨୦ରେ ୬ ବଲ୍ରେ ୬ ଛକା ମାରିଥିବା ଯୁବରାଜଙ୍କୁ ନେବାକୁ କେହି ବି ଆଗ୍ରହ ପ୍ରକାଶ କରି ନଥିଲେ। କିନ୍ତୁ ନିଲାମ ପ୍ରକ୍ରିୟାର ନିୟମ ଅନୁଯାୟୀ, ବିକ୍ରି ହୋଇପାରି ନଥିବା ଖେଳାଳିଙ୍କୁ କିଣିବା ପାଇଁ ଆଉଥରେ କ୍ରେତାମାନଙ୍କୁ ସୁଯୋଗ ମିଳିଥାଏ। ଏହି କ୍ରମରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ରାଉଣ୍ଡରେ ଯୁବରାଜଙ୍କୁ ୧ କୋଟି ଟଙ୍କା ଦେଇ ନିଜ ସହ ସାମିଲ କରିଛି।
ଗତ ଆଇପିଏଲ୍ରେ ଯୁବରାଜ କିଙ୍ଗସ୍ ଏକାଦଶ ପକ୍ଷରୁ ଖେଳୁଥିଲେ। କିନ୍ତୁ ସେ କୌଣସି ବଡ଼ ଇନିଂସ୍ ଖେଳି ପାରି ନଥିଲେ। ତେଣୁ ତାଙ୍କୁ ପଞ୍ଜାବ ନିଜ ପାଖରୁ ରିଲିଜ୍ କରିଥିଲା।
ଅନ୍ୟମାନଙ୍କ ମଧ୍ୟରେ ଦ୍ୱିତୀୟ ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି। ସେହିପରି ଆକାଶଦୀପ ନାଥଙ୍କୁ ଆରସିବି ୩.୫ କୋଟିରେ ନିଜ ପାଖକୁ ଆଣିଛି। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ଡେଲ ଷ୍ଟେନ୍ଙ୍କୁ କେହି ବି କିଣି ନାହାନ୍ତି।
ଆସନ୍ତା ଆଇପିଏଲ୍ରେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ପ୍ରୟାସ ରାୟ ବର୍ମନଙ୍କୁ ଆରସିବି ୧.୫ କୋଟିରେ କିଣିଛି। ଏହି ୧୬ ବର୍ଷୀୟ ଅଲରାଉଣ୍ଡରଙ୍କ ମୂଳଦର ୨୦ ଲକ୍ଷ ଥିଲା। କିନ୍ତୁ ନିଲାମ ବେଳେ ତାଙ୍କୁ ନେବା ପାଇଁ ପଞ୍ଜାବ ଓ ଆରସିବି ମଧ୍ୟରେ ଟକରା ଟକରି ହୋଇଥିଲା।
ଅନ୍ୟତମ ଅନ୍କ୍ୟାପଡ୍ ଖେଳାଳି ପ୍ରଭସିମରନ୍ ସିଂହଙ୍କୁ ପଞ୍ଜାବ ୪.୮ କୋଟି ଟଙ୍କାରେ କିଣିଛି। ଏହି ୱିକେଟ୍ କିପରଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ୱେଷ୍ଟଇଣ୍ଡିଜ୍ର କେମୋ ପଲ୍ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୫୦ ଲକ୍ଷ ଟଙ୍କା ଦେଇ ନିଜ ପାଖକୁ ଆଣିଛି। ଅନ୍ୟତମ ଇଣ୍ଡିଜ୍ ବୋଲର ଓଶେନ୍ ଟମାସଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟିରେ କିଣିଛି।
from Odisha Reporter https://ift.tt/2R2agKD
No comments:
Post a Comment