‘ତିତଲି’ ବାତ୍ୟା: ଓଡିଶାକୁ ଅତିରିକ୍ତ ସହାୟତା ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

‘ତିତଲି’ ବାତ୍ୟା: ଓଡିଶାକୁ ଅତିରିକ୍ତ ସହାୟତା ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଓଡିଶା ପାଇଁ ଅତିରିକ୍ତ ସହାୟତା ରାଶି ପ୍ରଦାନ କରିବାକୁ ତ୍ୱରିତ ବିଚାର କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ସଚିବ ରାଜୀବ ଗୌବାଙ୍କ ସହ ମଧ୍ୟ କଥା ହୋଇ ଏ ସମ୍ପର୍କରେ ଅନୁରୋଧ କରିଥିବା ଟ୍ୱିଟ କରି ଜଣାଇଛନ୍ତି।

ଓଡିଶା ସରକାରଙ୍କ ପ୍ରଦତ୍ତ ଦାବି ଉପରେ ଖୁବ ଶୀଘ୍ର ସକାରାତ୍ମକ ଭାବେ ବିଚାର କରିବାକୁ ଉଭୟ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ‘ତିତଲି’ ବାତ୍ୟା ଦ୍ୱାରା ପ୍ରଭାବିତ ଆନ୍ଧ୍ର ପ୍ରଦେଶ ସହ ଅନ୍ୟ ରାଜ୍ୟଙ୍କୁ ଅତିରିକ୍ତ ସହାୟତା ପ୍ରଦାନକୁ ଅନୁମତି ଦିଆଯିବା ପରେ ‘ତିତଲି’ ଦ୍ୱାରା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ଓଡ଼ିଶାକୁ ଅତିରିକ୍ତ ସହାୟତା ନ ମିଳିବାକୁ ନେଇ କିଛି ମହଲରେ ଆଶଙ୍କା ବ୍ୟକ୍ତ କରାଯାଇ ଥିଲା।



from Odisha Reporter https://ift.tt/2zNB1sA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages