ରଣଜୀ ମ୍ୟାଚ୍‌: ବିଜୟଠାରୁ ୧୭୯ ରନ୍‌ ଦୂରରେ ଓଡ଼ିଶା, ହାତରେ ୭ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ରଣଜୀ ମ୍ୟାଚ୍‌: ବିଜୟଠାରୁ ୧୭୯ ରନ୍‌ ଦୂରରେ ଓଡ଼ିଶା, ହାତରେ ୭ ୱିକେଟ୍‌

ରାଞ୍ଚି: ଓଡ଼ିଶା ଓ ଝାରଖଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ମ୍ୟାଚ୍‌ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଶେଷ ଦିନରେ ମ୍ୟାଚ ଜିତିବାକୁ ଓଡ଼ିଶା ୧୭୯ ରନ୍‌ ଆବଶ୍ୟକ କରୁଥିବା ବେଳେ ଦଳ ପାଖରେ ୭ଟି ୱିକେଟ ରହିଛି।

ଝାରଖଣ୍ଡ ଦେଇଥିବା ୨୬୦ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଟିମ୍‌ ଓଡ଼ିଶା ୩ ୱିକେଟ୍‌ ହରାଇ ୮୧ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଶୁଭ୍ରାଂଶୁ ସେନାପତି ୨୦ ରନ୍‌ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୦ ରନ୍‌ କରି ଅପରାଜିତ ରହିଛନ୍ତି।

ଝାରଖଣ୍ଡ ପକ୍ଷରୁ ରାହୁଲ ଶୁକ୍ଳା ୨ଟି ୱିକେଟ୍‌ ନେଇଥିବା ବେଳେ ବରୁନ ଆରୋନ ଗୋଟିଏ ୱିକେଟ୍‌ ପାଇଛନ୍ତି।

ଝାରଖଣ୍ଡ ଗତକାଲିର ୩ ୱିକେଟ୍‌ ହରାଇ ୧୦୭ ରନ୍‌ରୁ ଆଜିର ଇନିଂସ୍‌ ଆରମ୍ଭ କରିଥିଲା। ତେବେ ଦଳୀୟ ସ୍କୋର ୧୧୩ ଥିବା ବେଳେ ଇଶାଙ୍କ ଜାଗିଙ୍କୁ ଦ୍ରୁତ ବୋଲର ବସନ୍ତ ମହାନ୍ତି ବୋଲ୍ଡ କରି ଦିବସର ପ୍ରଥମ ସଫଳତା ଦେଇଥିଲେ। ଏହାପରେ ସୁମିତ କୁମାର(୧୩)ଙ୍କୁ ବସନ୍ତ ନିଜର ଦ୍ୱିତୀୟ ଶିକାର କରିଥିଲେ। ଅଙ୍କୁଲ ରାୟ(୨୦) ଓ ରାହୁଲ ଶୁକ୍ଳା(୩)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ୍‌ କରିଥିବା ଝାରଖଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ।

ଗୋଟିଏ ପଟେ ୱିକେଟ୍‌ ଖସୁଥିବା ବେଳେ ଅନ୍ୟପଟେ ଷ୍ଟାର ଖେଳାଳି ସୌରଭ ତିୱାରୀ ଓଡ଼ିଶା ବୋଲରଙ୍କୁ ପ୍ରହାର କରି ଚାଲିଥିଲେ। ଇତି ମଧ୍ୟରେ ସେ ନିଜର ଶତକ ମଧ୍ୟ ହାସଲ କରିଥିଲେ। କିନ୍ତୁ ରାଜେଶ ମହାନ୍ତି ଦୁଇ ଟେଲଏଣ୍ଡର ବରୁନ ଆରୋନ ଏବଂ ରାହୁଲ ପ୍ରସାଦଙ୍କୁ ଆଉଟ୍‌ କରିଦେଇଥିଲେ। ଶେଷରେ ଆଶିଷ କୁମାରଙ୍କୁ ଧୀରଜ ସିଂହ ଆଉଟ୍‌ କରି ଝାରଖଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ତେବେ ସୌରଭ ଶେଷ ପର୍ଯ୍ୟନ୍ତ ୧୩୨ ରନ୍‌ କରି ଅପରାଜିତ ରହିଥିଲେ। ସୌରଭଙ୍କ ଶତକ ବଳରେ ଝାରଖଣ୍ଡ ଦ୍ୱିତୀୟ ଇନିଂସ୍‌ରେ ୨୮୮ ରନ୍‌ କରିଥିଲା। ଫଳରେ ଓଡ଼ିଶାକୁ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ବସନ୍ତ ମହାନ୍ତି, ଧୀରଜ ସିଂହ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏ ୱିକେଟ୍‌ ନେଇଛନ୍ତି।

୨୬୦ର ବିଜୟ ଲକ୍ଷ୍ୟ ପାଇଥିବା ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୨୧ ରନ୍‌ରେ ଓପନର ଗୋବିନ୍ଦ ପୋଦ୍ଦାର(୭)ଙ୍କୁ ହରାଇଥିଲା। ଏହାପରା ରାଜେଶ ଧୂପର ମଧ୍ୟ ୧ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଅନ୍ୟତମ ଓପନର ଅନୁରାଗ ଷଡ଼ଙ୍ଗୀ ଏବଂ ଶୁଭ୍ରାଂଶୁ ସେନାପତି କିଛି ସମୟ ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ୪୧ ରନ୍‌ କରିଥିବା ଅନୁରାଗ ବଡ଼ ଶଟ୍‌ ଖେଳିବା ଆଶାରେ ବରୁନ ଆରୋନ୍‌ଙ୍କ ବଳରେ ଆଉଟ୍‌ ହୋଇଥିଲେ। ଅନୁରାଗ ଆଉଟ୍‌ ହେବା ବେଳକୁ ଦଳୀୟ ସ୍କୋର ୫୮ ରନ୍‌ ରହିଥିଲା। ଏହାପରେ ବିପ୍ଳବ ଓ ଶୁଭ୍ରାଂଶୁ ଯୋଡ଼ି ଦଳୀୟ ସ୍କୋରକୁ ୮୧ରେ ପହଞ୍ଚାଇ ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।



from Odisha Reporter https://ift.tt/2PtmsPQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages