ଫ୍ରାନ୍ସରେ ପୁଣି ମାତିଲେ ହଳଦିଆ ଜ୍ୟାକେଟ୍‌ ପିନ୍ଧା ବିକ୍ଷୋଭକାରୀ, ୭୦୦ ଜଣ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ଫ୍ରାନ୍ସରେ ପୁଣି ମାତିଲେ ହଳଦିଆ ଜ୍ୟାକେଟ୍‌ ପିନ୍ଧା ବିକ୍ଷୋଭକାରୀ, ୭୦୦ ଜଣ ଅଟକ

ପ୍ୟାରିସ୍‌: ଫ୍ରାନ୍ସ ସରକାରଙ୍କ ବିଭିନ୍ନ ନୀତି ବିଶେଷ କରି ବର୍ଦ୍ଧିତ ଟିକସ ଯୋଗୁ ତୈଳଦର ବୃଦ୍ଧି ପ୍ରତିବାଦରେ ଗତ ଶନିବାର ଲଙ୍କାକାଣ୍ଡ ଭିଆଇଥିବା ‘ୟେଲୋ ଭେଷ୍ଟ’ ବା ହଳଦିଆ ଜ୍ୟାକେଟ୍‌ ପିନ୍ଧା ବିକ୍ଷୋଭକାରୀ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଛନ୍ତି। ୩୦ ହଜାରରୁ ଉର୍ଦ୍ଧ୍ଵ ‘ୟେଲୋ ଭେଷ୍ଟ’ଧାରୀ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ କେବଳ ୭୦୦ ଜଣଙ୍କୁ ଅଟକ ରଖିବାରେ ସକ୍ଷମ ହୋଇଛି।

ଡେପୁଟି ଆଭ୍ୟନ୍ତରୀଣ ମନ୍ତ୍ରୀ ଲରେନ୍ତ ନୁନେଜ କହିଛନ୍ତି, “ ଦେଶରେ ପ୍ରାୟ ୩୧ ହଜାର ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କେବରଳ ରାଜଧାନୀ ପ୍ୟାରିସ୍‌ରେ ୮ ହଜାର ୟେଲୋ ଭେଷ୍ଟ ଏକତ୍ରିତ ହୋଇଥିବାର ଖବର ରହିଛି। ଆମେ ବିଭିନ୍ନ ସ୍ଥାନରୁ ୭୦୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛୁ। ଏବେ ବି ପୁଲିସ୍‌ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିବାକୁ ଉଦ୍ୟମ ଜାରି ରଖିଛି।”

ଆଜି ସକାଳେ ପ୍ୟାରିସ୍‌ଠାରେ ‘ୟେଲୋ ଭେଷ୍ଟ’ଧାରୀ ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଇସ୍ତଫା ଦାବି କରି ବିକ୍ଷୋଭ କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍‌ ମାଡ଼ କରିଥିଲା। ଏଥିସହ ଶହଶହ ବିକ୍ଷୋଭକାରୀଙ୍କୁ ଗିରଫ ମଧ୍ୟ କରିଥିଲା। ଏହି ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଇ ଘେରାଉ କରିବାକୁ ଯୋଜନା କରୁଥିଲେ।

ନଭେମ୍ବର ୧୭ରୁ ଏହି ‘ୟେଲୋ ଭେଷ୍ଟ’ଧାରୀ ଆନ୍ଦୋଳନକାରୀମାନେ ତୈଳଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଥିଲେ। ଗତ ଶନିବାର ଏହା ଉଗ୍ର ରୂପ ଧାରଣ କରିବା ସହ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଲୁଟପାଟ ହୋଇଥିଲା। ଏହାକୁ ଦେଖି ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ସରକାରୀ ସ୍ତରରେ ବିଚାରବିମର୍ଶ ମଧ୍ୟ ଆରମ୍ଭ ହୋଇଥିଲା।

ଆଜି ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତଥାପି ବିଭିନ୍ନ ସ୍ଥାନରେ ପୁଲିସ୍‌ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହେବାର ଖବର ମିଳିଛି। ଏବେ ବି ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗି ରହିଛି।



from Odisha Reporter https://ift.tt/2L3w0Aj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages