
ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା। ଦୁଇ ଦିନ ତଳେ ଦୁଇଟି ଏନ୍କାଉଣ୍ଟର ଘଟିଥିଲା ଓ ଗୋଟିଏରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ମୃତ୍ୟୁ ଘଟିଥିଲା। ତଥାକଥିତ ‘ଅପରାଧମୁକ୍ତ ସମାଜ’ ଗଠନ ପାଇଁ ଲାଗି ଏବେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଲିସ ଚଢ଼ଉ କରୁଛି। ଏହା ସତ୍ତ୍ୱେ ଜିଲ୍ଲାରେ ଆଜି ଏକ ବଡ଼ ଧରଣର ଲୁଟ୍ ହୋଇଛି। ଲୁଟେରାମାନେ ଦିନ ଦି’ପହରରେ ବନ୍ଧୁକ ଦେଖାଇ ଗୋରୁ ବେପାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ଗୋରୁ ବେପାରୀମାନେ ନିଜ ଘର ଜରଡ଼ାକୁ ଫେରୁଥିଲେ। ବୁଗୁଡ଼ା ଥାନା କରସିଂ-ଉଦୟପୁର ରାସ୍ତାରେ ୩ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଲୁଟିବା ବେଳେ ସେମାନେ ବେପାରୀଙ୍କୁ ମାଡ଼ ମାରିଥିଲେ। ଏ ସମ୍ପର୍କରେ ଥାନାରେ ଅଭଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଆହତ ଗୋରୁ ବେପାରୀଙ୍କୁ ବୁଗୁଡ଼ା ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ପୂର୍ବରୁ ଏହି ରାସ୍ତାରୁ ଅନେକ ଥର ଲୁଟ୍ ମଧ୍ୟ ହୋଇଛି।
from Odisha Reporter http://bit.ly/2Q7BISO
No comments:
Post a Comment