ବିଜେଡିର ହାଉସ୍ ଟ୍ୟାଗିଂକୁ କାଉଣ୍ଟର କରିବ ବିଜେପିର ‘ପେଜ୍ ପ୍ରମୁଖ’ ଫର୍ମୁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ବିଜେଡିର ହାଉସ୍ ଟ୍ୟାଗିଂକୁ କାଉଣ୍ଟର କରିବ ବିଜେପିର ‘ପେଜ୍ ପ୍ରମୁଖ’ ଫର୍ମୁଲା

BJP-officee

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବା ପାଇଁ ବିଜେଡି ଏବେ ୫ ଜଣିଆ ୱାର୍ଡ କମିଟି ଗଠନ କରିବା ସହ ହାଉସ୍ ଟ୍ୟାଗିଙ୍ଗ ପ୍ରକ୍ରିୟାକୁ ଜୋରଦାର କରିଥିବାବେଳେ ତାକୁ କାଉଣ୍ଟର କରିବା ପାଇଁ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରିିଛି। ବିଜେପି ନିଜର ବୁଥ୍ କମିଟିକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ରାଜସ୍ଥାନ ଢାଞ୍ଚାରେ ‘ପେଜ୍ ପ୍ରମୁଖ’ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।ଏହି ‘ପେଜ୍ ପ୍ରମୁଖ’ଙ୍କ ମାଧ୍ୟମରେ ବିଜେପି ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ କରିଛି।

ଆରଏସଏସ୍ ସଂଗଠନ ସହ ଜଡ଼ିତ ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ପ୍ରତି ବୃଦ୍ଧି ପାଉଥିବା ଆଣ୍ଟି ଇନକମ୍ବେନ୍ସୀ (କ୍ଷମତାବିରୋଧୀ ହାୱା) ଓ କଂଗ୍ରେସ ପୁନଃ ସଂଗଠିତ ହେଉଥିବା ଦୃଷ୍ଟିରୁ ବିଜେପି ଏବେ ନିଜର ବୁଥ କମିଟିଗୁଡ଼ିକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଭାବଶାଳୀ ଢଙ୍ଗରେ ବୁଥ୍ ପରିଚାଳନା ଉପରେ ଗୁୁରୁତ୍ୱ ଦେଇ ବିଜେପି ଏବେ ‘ଭୋଟର ତାଲିକା’କୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।

ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଅନେକ ବୁ୍ଥ୍ ରହିଛି ଓ ପ୍ରତ୍ୟେକ ବୁଥର ନିଜସ୍ୱ ଭୋଟର ତାଲିକା ରହିଛି। ଏସବୁ ଭୋଟର ତାଲିକା ବହୁ ପେଜ୍ (ପୃଷ୍ଠା)ର ଓ ପ୍ରତ୍ୟେକ ପେଜରେ ଅତିକମରେ ୨୫-୩୦ଜଣ ଭୋଟରଙ୍କ ନାଁ ରହିଛି। ସର୍ବାଧିକ ୩୦ଟି ନାଁ ବିଶିଷ୍ଟ ଭୋଟର ତାଲିକାରେ ଥିବା ଜଣେ ଭୋଟରଙ୍କୁ ବିଜେପିର ‘ପେଜ୍ ପ୍ରମୁଖ’ ଭାବେ ନିଯୁକ୍ତି ଦିଆଯିବ। ସେହି ‘ପେଜ୍ ପ୍ରମୁଖ’ ତାଙ୍କ ପୃଷ୍ଠାର ପ୍ରତ୍ୟେକ ଭୋଟରଙ୍କ ସହ ଯୋଗସୂତ୍ରରେ ରହି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ସଫଳତା ଓ ନବୀନ ସରକାରର ବିଫଳତାର ବାର୍ତ୍ତା ପହଞ୍ଚାଇବେ। ଆଉ ଭୋଟଗ୍ରହଣ ଦିନ ନିଜ ପୃଷ୍ଠାରେ ଥିବା ପ୍ରତ୍ୟେକ ଭୋଟର ମତଦାନ କେନ୍ଦ୍ରକୁ ଆସିବା କାର୍ଯ୍ୟକୁ ସେହି ‘ପେଜ୍ ପ୍ରମୁଖ’ ସୁନିଶ୍ଚିତ କରିବେ।

ଏହା ଏକ କଠିନ ବ୍ୟାପାର ଓ ଏହାକୁ ପରିଚାଳନା କରିବା ସେତେ ସହଜ ନୁହେଁ। ତଥାପି ଯଦି ଏହି ରଣନୀତିକୁ ଦଳୀୟ କର୍ମୀମାନେ ସଫଳ କରିବେ, ତେବେ ତାହା ନିଶ୍ଚିତ ଭାବେ ଓଡ଼ିଶାରେ ବିଜେପିର ‘ମାଷ୍ଟରଷ୍ଟ୍ରୋକ୍’ ହେବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସୁଫଳ ପାଇଥିବା ହିତାଧିକାରୀଙ୍କ ତାଲିକା ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଛି ଓ ଏହି ‘ପେଜ୍ ପ୍ରମୁଖ’ଙ୍କ ମାଧ୍ୟମରେ ସମ୍ପୃକ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ବିଜେପି ପୂର୍ବରୁ ଏହି ରଣନୀତିକୁ ଉତ୍ତରପ୍ରଦେଶ, ଗୁଜୁରାଟ ଓ ଉତ୍ତର-ପୂର୍ବ ରାଜ୍ୟରେ କାର୍ଯ୍ୟକାରୀ କରି ସଫଳତା ପାଇଛି। ତେଣୁ ସ୍ୱଳ୍ପ ଅବଧି ମଧ୍ୟରେ ସମସ୍ତ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଦଳ ଏଭଳି ରଣନୀତି ପ୍ରସ୍ତୁତ କରିଛି।

ଏବେ ‘ଜବାବ ମାଗେ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦଳ ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିଥିବାବେଳେ ଏହି ‘ପେଜ୍ ପ୍ରମୁଖ’ଙ୍କୁ ମଧ୍ୟ ତୃଣମୂଳସ୍ତରରେ କାର୍ଯ୍ୟ କରିବାକୁ କୁହାଯାଇଛି। ବିଜେପି ଏବେ ରାଜ୍ୟର ସମସ୍ତ ୩୬ହଜାରରୁ ଅଧିକ ବୁ୍ଥରେ ନିଜର କମିଟି ଗଠନ କରିସାରିଛି।

ଉଲ୍ଲେଖଯୋଗ୍ୟ, ବିଜେଡି ଏବେ ପ୍ରତ୍ୟେକ ବ୍ଲକରେ କୋ-ଅର୍ଡିନେଟରଙ୍କୁ ନିଯୁକ୍ତି ଦେଇ ୱାର୍ଡ କମିଟି ଓ ହାଉସ ଟ୍ୟାଗିଙ୍ଗ୍ ପ୍ରକ୍ରିୟାକୁ ଜୋରଦାର କରିବାରେ ଲାଗିଛି। ଦଳର ସୋଶାଲ ମିଡିଆ ମ୍ୟାନେଜର ନିତେନ ଟଙ୍କସଲେ ଏହି ହାଉସ୍ ଟ୍ୟାଗିଙ୍ଗ୍ ପ୍ରକ୍ରିୟାକୁ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଶେଷ କରିବା ଉପରେ ଗୁରୁତ୍ୱ ଦେଉଥିବା କୁହାଯାଉଛି।



from Odisha Reporter http://bit.ly/2GG5lLB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages