ମଝି ଆକାଶରେ ଫେଲ ମାରିଲା ଇଣ୍ଡିଗୋ ଇଞ୍ଜିନ୍‌: ଆଉ ତା’ପରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ମଝି ଆକାଶରେ ଫେଲ ମାରିଲା ଇଣ୍ଡିଗୋ ଇଞ୍ଜିନ୍‌: ଆଉ ତା’ପରେ

କୋଲକତା:ଭାବନ୍ତୁ ଆପଣ ବିମାନରେ ଅଛନ୍ତି। ହେଲେ ହଠାତ୍‌ ମଝି ଆକାଶରେ ଇଞ୍ଜିନ୍‌ ଅଚଳ ହୋଇଯିବ। ଏଥିରେ ଆପଣ ନିଶ୍ଚୟ ଭୟଭୀତ ଓ ବିଚଳିତ ହୋଇପଡ଼ିବେ। ତେବେ ଏମିତି ଏକ ଘଟଣା ଇଣ୍ଡିଗୋ A320 ପାଇଲଟଙ୍କ ସହ ଘଟିଛି। ଗତ ଡିସେମ୍ବର ୨୩ରେ ପୋର୍ଟ ବ୍ଲେୟାରରୁ କୋଲକତା ଯାତ୍ରା କରୁଥିବା ଏହି ବିମାନ ଏମିତି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ହେଲେ କୌଶଳ କରି ବିମାନଟଟିକୁ ପାଇଲଟ ପୋର୍ଟ ବ୍ଲେୟାର ନେଇ ଅବତରଣ କରାଇଦେଇଥିଲେ।

ବିମାନଟି ନୂଆ ହୋଇଥିବା ବେଳେ ସେଥିରେ ଇନ୍ଧନ ଫେଲ ମାରିଥିଲା। ଇଣ୍ଡିଗୋ ପକ୍ଷରୁ ଜାରି ହୋଇଥିବା ବୟାନ୍‌ରେ କୁହାଯାଇଛି ଯେ,  A320 ନମ୍ବର ବିଶିଷ୍ଟ ଇଣ୍ଡିଗୋ ବିମାନଟି ପୋର୍ଟ ବ୍ଲେୟାରରୁ କୋଲକତା ଯାତ୍ରା କରିବାର ଥିଲା। ହେଲେ ବିମାନଟି ଉଡ଼ି ଅଧାବାଟ ଯିବା ପରେ ପାଇଲଟକୁ ଅଡ଼ୁଆ ଲାଗିଥିଲା। ବିମାନର ଇଞ୍ଜିନ୍‌ ନମ୍ବର ୨ରେ ଅଏଲ୍‌ ପ୍ରେସରରେ ସମସ୍ୟା ଥିବା ପାଇଲଟ୍‌ ଜାଣିବାକୁ ପାଇଥିଲେ।

ସଙ୍ଗେ ସଙ୍ଗେ ବିମାନଟିକୁ ପୋର୍ଟ ବ୍ଲେୟାରକୁ ଫେରେଇ ନିଆଯାଇ ଥିଲା। ଆଉ ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କୁ ସୁରକ୍ଷିତଭାବେ ଓହ୍ଲାଇ ଦିଆଯାଇଥିଲା। ତେବେ ପୂର୍ବରୁ ଇଣ୍ଡିଗୋ ବିମାନ ସହ ଏମିତି ଦୁର୍ଘଟଣା ଘଟିଥିବା ନଜିର ରହିଛି। କିଛି ଦିନ ପୂର୍ବରୁ ଦିଲ୍ଲୀରୁ ଲକ୍ଷ୍ନୌ ଯିବାକୁ ଥିବା ଏକ ଇଣ୍ଡିଗୋ ବିମାନରେ ବମ୍‌ ଥିବା ସୂଚନା ମିଳିବା ପରେ ଏହାର ଉଡ଼ାଣକୁ ବାତିଲ କରାଯାଇଥିଲା।



from Odisha Reporter http://bit.ly/2GHYm4C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages