ଓଡ଼ିଶାରେ ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବନି ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଓଡ଼ିଶାରେ ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବନି ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଫୋକସରେ ଅଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କାହାକୁ ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ ନାହିଁ ବରଂ ସମୂହ ନେତୃତ୍ୱରେ ନିର୍ବାଚନ ଲଢ଼ିବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ଓଡ଼ିଶାରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଆସନରୁ ପୁଣିଥରେ ବିଧାନସଭା ପ୍ରାର୍ଥୀ ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତକାଲି ଇସାରା ଦେଇଥିଲେ। ପାଲଲହଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁଣ୍ଡୁରୁବେଡ଼ା ସ୍କୁଲର ବାର୍ଷିକ ଉତ୍ସବରେ ଧର୍ମେନ୍ଦ୍ର ଗତକାଲି ଦେଇଥିବା ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ସେହି କଥାକୁ ସେ ଆଜି ଚତୁରତାର ସହ ଏଡ଼ାଇ ଯାଇଛନ୍ତି। ପାଲଲହଡ଼ାରୁ ଲଢ଼ିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଓଡ଼ିଶାର ୧୪୭ଟି ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି। ସୂଚନାଯୋଗ୍ୟ ଗତକାଲି ଧର୍ମେନ୍ଦ୍ର ପାଲଲହଡ଼ା ନିର୍ବାଚନମଣ୍ଡଳୀ ଯାଇ ସେଠାରେ ଅନେକ ସାଂସ୍କୃତିକ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି, ୨୧ଟି ଲୋକସଭା ଆସନରେ ଦଳ କିଭଳି ବିଜୟୀ ହେବ ସେଥିପାଇଁ ପୂରା ଶକ୍ତି ଲଗାଇବାକୁ ପଡ଼ିବ। ରାଜ୍ୟରେ ବିକଳ୍ପ ଭାବେ ବିଜେପିକୁ ଉଭା କରିବା କାର୍ଯ୍ୟରେ ଦଳର ସମସ୍ତେ ଲାଗିଛନ୍ତି। ସେ ଗୁଣ୍ଡୁଚି ମୂଷା। ପ୍ରଧାନମନ୍ତ୍ରୀ ଓ ବିଜେପି ଜାତୀୟ ଅଧ୍ୟକ୍ଷଙ୍କ ଫୋକସରେ ଓଡ଼ିଶା ଥିବାରୁ ଆଗାମୀ ନିର୍ବାଚନରେ ବିଜେପି ସବୁଠୁ ବଡ଼ ଦଳ ଭାବେ ଉଭା ହେବ। ସେ ଦିଗରେ କାର୍ଯ୍ୟ ଚାଲିଛି। ସେହିପରି ସେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଆଗାମୀ ନିର୍ବାଚନରେ ସାମୁହିକ ନେତୃତ୍ୱରେ ଦଳ ଲଢ଼ିବ। ତେଣୁ ପରୋକ୍ଷରେ ସେ ସୂଚାଇ ଦେଇଛନ୍ତି ତାଙ୍କୁ ଦଳ ଆଗାମୀ ନିର୍ବାଚନରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗୁଆ

ଉପସ୍ଥାପିତ କରିବ ନାହିଁ। ଏହାବ୍ୟତୀତ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡ଼ିବାର ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।



from Odisha Reporter https://ift.tt/2DXDu6y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages