
ଲକ୍ଷ୍ନୌ: ନୋଟ୍ବନ୍ଦୀ ସମୟରେ ଗୋଟିଏ ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ସମୟରେ ଉତ୍ତରପ୍ରଦେଶର ଜଣେ ମହିଳା ବ୍ୟାଙ୍କ ଆଗରେ ଧାଡ଼ିରେ ଛିଡ଼ା ହୋଇଥିଲା ବେଳେ ପ୍ରସବ କରି ସମସ୍ତଙ୍କ ନଜରକୁ ଆସିଥିଲେ। ଡିସେମ୍ବର ୨ ୨୦୧୬ରେ ଜନ୍ମ ହୋଇଥିବା ଏହି ପିଲାର ନାମକରଣ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଲେସ ଯାଦବ ‘ଖଞ୍ଜାଚି’ ରଖିଥିଲେ।
ଗତକାଲି ସେହି ପିଲାର ଦ୍ୱିତୀୟ ଜନ୍ମ ବାର୍ଷିକ ଥିଲା। ଏହି ଅବସରରେ ‘ଖଞ୍ଜାଚି’ର ଜନ୍ମି ଦିନରେ ସମାଜବାଦୀପାର୍ଟି ମୁଖିଆ ଅଖିଲେସ ଯାଦବ ସାମିଲ ହୋଇଥିଲେ। କେବଳ ଜନ୍ମଉତ୍ସବରେ ସାମିଲ ହୋଇ ନଥିଲେ ସେହି ପିଲାକୁ ଏକ ସ୍ୱତନ୍ତ୍ର ଉପହାର ମଧ୍ୟ ଦେଇଥିଲେ ଅଖିଲେସ୍। ଖଞ୍ଜାଚିର ପୈତୃକ ଗାଁ ସରଦାରପୁରବାରେ ଅଖିଲେସ୍ ପହଞ୍ଚିବା ସହ ପ୍ରଥମେ ସେହି ପିଲାକୁ ଭେଟିଥିଲେ।
ଆଉ ଖଞ୍ଜାଚିଙ୍କୁ ଏକ ‘ଘର’ ଉପହାର ଦେଇଥିଲେ। ତେବେ ଏହି ଘରର ଖାସିୟତ୍ ହେଉଛି ଏହା ଲୁହା ଏବଂ କଂକ୍ରିଟ୍ରେ ତିଆରି ହୋଇଛି। ସାଧାରଣତଃ ଏମିତି ଘର ଦିଲ୍ଲୀରେ ହିଁ ଦେଖିବାକୁ ମିଳେ। ତେବେ ଖଞ୍ଜାଚିର ନିଜ ଗାଁ ସରଦାର ପୁରବା ହୋଇଥିଲା ବେଳେ ତାଙ୍କ ମାଙ୍କ ସହ ଅନ୍ୟଆଡ଼େ ରହୁଥିଲେ। ତେଣୁ ତାଙ୍କୁ ଏକ ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଅଖିଲେସ୍।
from Odisha Reporter https://ift.tt/2rjKUcA
No comments:
Post a Comment