
ଏଡିଲେଡ୍: ଆସନ୍ତା ଡିସେମ୍ବର ୬ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଏଥିପାଇଁ ଦୁଇ ଦଳର ଖେଳାଳି ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି। ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ କ୍ରିକେଟ୍ ଅଷ୍ଟ୍ରେଲିଆ ଏକାଦଶ ସହ ଅଭ୍ୟାସ ମ୍ୟାଚ ଖେଳିଥିଲା। ଯେଉଁଥିରେ ଘରୋଇ ଟିମ୍ ୫୦୦ରୁ ଅଧିକ ରନ୍ ମଧ୍ୟ କରିଥିଲା। ତେବେ ଏହି ଘଟଣାକୁ ନେଇ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟସ୍ମ୍ୟାନ୍ ତାଚ୍ଛଲ୍ୟ କରିଛନ୍ତି।
ଅଭ୍ୟାସ ମ୍ୟାଚ ଡ୍ର’ ରହିବା ପରେ ପୂଜାରା କହିଥିଲେ, “ ଅଭ୍ୟାସ ମ୍ୟାଚ୍ରେ ୫୦୦ ରନ୍ କରିବା କିଛି ବଡ଼ କଥା ନୁହେଁ। ଆମ ବୋଲରମାନେ ଅଷ୍ଟ୍ରେଲିଆ ମାଟିରେ ଜରବଦସ୍ତ ପ୍ରଦର୍ଶନ କରିବେ। ଅଭ୍ୟାସ ମ୍ୟାଚ୍ କୌଣସି ଗୁରୁତ୍ୱ ରଖୁନି। ଆମେ ଏଥିପାଇଁ ଆଦୌ ଚିନ୍ତିତ ନୁହଁ। ଆମ ବୋଲରମାନେ ଜାଣିଛନ୍ତି, କ’ଣ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆରେ କେଉଁ ଲାଇନ୍ ଏବଂ ଲେଙ୍ଗଥରେ ବୋଲିଂ କରିବାକୁ ପଡ଼ିବ, ସେକଥା ଆମ ବୋଲର ଖୁବ ଭଲ ଭାବେ ଜାଣିଛନ୍ତି। ବୋଲିଂ ବାହିନୀ ଉପରେ ଆମର ଭରସା ରହିଛି।’’
ତେବେ ପୂଜାରାଙ୍କ ଏଭଳି ଟିପ୍ପଣୀରେ ସହମତ ହୋଇନାହାନ୍ତି ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟସ୍ମ୍ୟାନ୍ ଡିନ୍ ଜୋନସ୍। ସେ ପୂଜାରାଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି ଯେ “ ବୋଧେ ଅଭ୍ୟାସ ମ୍ୟାଚ୍ରେ ଯେଉଁମାନେ ୫୦୦ ରନ୍ କଲେ, ସେମାନେ ଅଷ୍ଟ୍ରେଲିଆର ନୁହନ୍ତି ବୋଲି ପୂଜାରା କହିବାକୁ ଚାହୁଁଛନ୍ତି। ଏହାଠାରୁ ହାସ୍ୟାସ୍ପଦ କିଛି ନାହିଁ।”
ଅଭ୍ୟାସ୍ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ସିଡନୀରୁ ଏଡିଲେଡ୍ରେ ପହଞ୍ଚି ସାରିଛି। ଏବେ ୬ ତାରିଖର ମୁକାବିଲାକୁ ଅପେକ୍ଷା।
from Odisha Reporter https://ift.tt/2AKMpVM
No comments:
Post a Comment