ଏମ୍‌ବିଏ କରୁଥିଲେ ଜନ୍‌ ଆବ୍ରାହମ୍‌ , ଲାଇଫ୍ ବଦଳେଇ ଦେଲା ଗୋଟିଏ ପ୍ରତିଯୋଗିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଏମ୍‌ବିଏ କରୁଥିଲେ ଜନ୍‌ ଆବ୍ରାହମ୍‌ , ଲାଇଫ୍ ବଦଳେଇ ଦେଲା ଗୋଟିଏ ପ୍ରତିଯୋଗିତା

ମୁମ୍ବାଇ:ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ ନିଜର ଫିଟ୍‌ନେସ, ଅଭିନୟ ଏବଂ ଷ୍ଟାଇଲ୍‌କୁ ନେଇ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଜନ୍‌ ଆବ୍ରାହମ୍‌ଙ୍କୁ ଆଜି ୪୬ ବର୍ଷ ପୁରିଛି। କିନ୍ତୁ ଫିଟନେସ୍‌ ଏବଂ ହସ୍‌କୁରା ଚେହେରାକୁ ଆଜି ବି ସେ କୌଣସି ଯୁବକଙ୍କ ଠାରୁ କମ୍‌ ଲାଗନ୍ତି ନାହିଁ। ୨୦୧୮ ବର୍ଷଟି ଏହି ଅଭିନେତାଙ୍କ ପାଇଁ ବେଶ୍‌ ଶୁଭ ସାବ୍ୟସ୍ତ ହୋଇଛି। ଚଳିତ ବର୍ଷ ତାଙ୍କର ଦୁଇଟି ଫିଲ୍ମ ପରମାଣୁ ଏବଂ ସତ୍ୟମେବ ଜୟତେ ଜବରଦସ୍ତ ସଫଳତା ଲାଭ କରିଛି।

ତେବେ ତାଙ୍କ ଜନ୍ମ ଦିନ ଅବସରେ ଆସନ୍ତୁ ତାଙ୍କ ବିଷୟରେ କିଛି ଖାସ୍‌ କଥା ଜାଣିବା। ଜନ୍‌ ଆବ୍ରାହମ୍‌ ୧୭ ଡିସେମ୍ବର ୧୯୭୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ଏହି ଅଭିନେତା ଜଣକ ଏମ୍‌ବିଏରେ ଡିଗ୍ରୀ ହାସଲ କରିଛନ୍ତି। ଆଉ ମିଡିଆ ପ୍ଲାନର ଭାବେ କ୍ୟାରିଅର ଆରମ୍ଭ କରିଥିଲେ।

୧୯୯୯ରେ ତାଙ୍କ କ୍ୟାରିୟରରେ ଏକ ନୂଆ ମୋଡ଼ ଆସିଥିଲା। ଜନ୍‌ ଆବ୍ରାହମ୍‌ ମଡେଲିଂର ଏକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଉ ଏଥିରେ ଜିତି ଥିଲେ ମଧ୍ୟ। ଏହା ପରେ ଆବ୍ରାହମ୍‌ ମଡେଲିଂରେ କ୍ୟାରିଅର ପାଇଁ ନିଷ୍ପତ୍ତି ନେଇଥିଲେ।  ମଡେଲିଂ ସମୟରେ ପଙ୍କଜ ଉଦାସ ଭଳି ଗାୟକଙ୍କ ଆଲବମ୍‌ରେ ଅଭିନୟର ସୁଯୋଗ ପାଇଥିଲେ ଜନ୍‌ ଆବ୍ରାହମ୍‌। ୨୦୦୩ରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ। ଜନ୍‌ ଆବ୍ରାହମଙ୍କୁ ମୋଟର ବାଇକ୍‌ ଚଲାଇବା ଖୁବ୍‌ ସଉକ୍‌ ଥିଲା। ୨୦୧୨ରେ ଜନ୍‌ ଆବ୍ରାହମ୍‌ ଜଣେ ପ୍ରଡ୍ୟୁସର ହିସାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

ଏଥିସହ ଆୟୁଷ୍ମାନ୍‌ ଖୁରାନାଙ୍କ ‘ବିକି ଡୋନର’ ଫିଲ୍ମରେ ନିର୍ଦ୍ଦେଶକ ନଜରରେ ଆସିଥିଲେ ଜନ୍‌। ଏହା ପରେ ନିଜ ବ୍ୟାନରରେ ମାଡ୍ରାସ କେଫେ ଫିଲ୍ମ ବେଶ୍‌ ହିଟ୍‌ ହୋଇଥିଲା। ଚଳିତ ବର୍ଷ ଜନ୍‌ଙ୍କର ଦୁଇଟି ବଡ଼ ଫିଲ୍ମ ତଥା ପରମାଣୁ ଏବଂ ସତ୍ୟମେବ ଜୟତେ ରିଲିଜ୍‌ ହୋଇଛି। ଉଭୟ ଫିଲ୍ମ ବକ୍ସ ଅଫିସ୍‌ରେ ଜବରଦସ୍ତ ସଫଳତା ଲାଭ କରିଛି।



from Odisha Reporter https://ift.tt/2Eu4ivg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages