
ପୁରୀ(ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ ହୋଇଛି। ଏଭଳି ଘଟଣା ପୁରୀ ଜିଲ୍ଲାରେ ଘଟିଛି। ଜଣେ ମହିଳାଙ୍କ ସହ ସୋଶାଲ୍ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ୪୧ ଲକ୍ଷ ଠକି ନେଇଥିବା ୨ ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ନାଇଜେରିଆର ନାଗରିକ ଥିବା ବେଳେ ଅନ୍ୟଜଣେ ଦିଲ୍ଲୀର ପୀୟୂଷ ଆରାୟା। ସୋଶାଲ୍ ମିଡିଆରେ ଏକ ନକଲି ଆଇଡି ସୃଷ୍ଟି କରି ଏମାନେ ମହିଳାଙ୍କ ସହ ଠକେଇ କରୁଥିଲେ।
ପ୍ରଥମେ ସେମାନେ ପୁରୀ ଜିଲ୍ଲାର ଉକ୍ତ ମହିଳାଙ୍କୁ ଲ୍ୟାପ୍ଟପ୍ ଓ କିଛି ଗହଣା ଦେଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। ଏହାପରେ ମହିଳାଙ୍କଠାରୁ ୪୧ ଲକ୍ଷ ଟଙ୍କା ଠକି ନେଇଥିଲେ। ଏନେଇ ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ୨ ଜଣଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କଟକ ଆଣି କୋର୍ଟରେ ହାଜର କରାଯାଇଛି।
from Odisha Reporter https://ift.tt/2QBr1gx
No comments:
Post a Comment