
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିତଲି ପ୍ରଭାବିତଙ୍କ ପାଇଁ କେନ୍ଦ୍ର ସରକାର ୧୦୨୩.୫୯ କୋଟି ଟଙ୍କାର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଆରଏଫ)ରୁ ଏହି ଅତିରିକ୍ତ ସହାୟତା ମିଳିବ। ତିତଲି ବାତ୍ୟା ଓ ତତ୍ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ଓଡ଼ିଶା ସରକାର ୨୦୨୩.୧୩ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦାବି କରିଥିଲେ।
ଆଜି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କୃଷିମନ୍ତ୍ରୀ ରାଧାମୋହନ ସିଂହ, ସ୍ୱରାଷ୍ଟ୍ର ସଚିବ ରାଜୀବ ଗୁହା, ଅର୍ଥ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଓଡ଼ିଶା ଓ ତ୍ରିପୁରାରେ ପୁନର୍ବାସ ଓ ଥଇଥାନ କାର୍ଯ୍ୟ ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ଅନୁମୋଦନ ହୋଇଛି। ତିତଲି କ୍ଷତିଗ୍ରସ୍ତଙ୍କ ପାଇଁ ଅତିରିକ୍ତ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଦୁଇଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲେ।ଏହାପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜନାଥଙ୍କୁ ଭେଟି ତିତଲି ପ୍ରଭାବିତଙ୍କ ପାଇଁ ଓଡ଼ିଶାର ଦାବିକୁ ବିଚାରକୁ ନେଇ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅକ୍ଟୋବର ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଡିସେମ୍ବର ୧୩ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂଙ୍କୁ ମଧ୍ୟ ଚିଠି ଲେଖି ତୁରନ୍ତ ସହାୟତା ଦେବା ପାଇଁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଓଡ଼ିଶା ଗସ୍ତରେ ଆସି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ।୧୭ଟି ଜିଲ୍ଲାରେ ତିତଲି ବାତ୍ୟା ଓ ବନ୍ୟା ଯୋଗୁ ୧୨୮ଟି ବ୍ଲକର ୬୦.୩୧ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।
from Odisha Reporter https://ift.tt/2EB3XYR
No comments:
Post a Comment