ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦ୍‌ବ୍ୟବହାର କରିଥିବା କନ୍‌ଷ୍ଟେବଲ୍‌ ସସ୍‌ପେଣ୍ଡ, ସିସିଟିଭିରେ ରେକର୍ଡ ପୂରା ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦ୍‌ବ୍ୟବହାର କରିଥିବା କନ୍‌ଷ୍ଟେବଲ୍‌ ସସ୍‌ପେଣ୍ଡ, ସିସିଟିଭିରେ ରେକର୍ଡ ପୂରା ଦୃଶ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): ରକ୍ଷକ ଯଦି ଭକ୍ଷକ ସାଜେ ତେବେ କଥା ସରିଲା। ନୀଳକନ୍ଦରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିବା ନାବାଳିକାଙ୍କୁ ଅସଦାରଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବାପରେ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଲ ଛୁକେଶ ମେହେରଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେ ନୂଆବର୍ଷ ଅବସରରେ ଶ୍ରୀମନ୍ଦିର ବାହାରକାଠ ନିକଟରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ।
ଅଭିଯୋଗରୁ ପ୍ରକାଶ, ଆଜି ନାବାଳିକା ଜଣକ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ନାଟମଣ୍ଡପ ଦେଇ ବାହାର କାଠ ନିକଟକୁ ଯାଇଥିଲେ। ସେଠାରେ ତାଙ୍କୁ ଜଣେ ପୁଲିସ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରେ ନାବାଳିକା ଜଣକ ପାଟି କରିବାରୁ ସମ୍ପୃକ୍ତ ପୁଲିସ କର୍ମଚାରୀ ଚମ୍ପଟ ମାରିଥିଲେ। ନାବାଳିକାଙ୍କ କହିବା ଅନୁଯାୟୀ, ସେହି ସ୍ଥାନରେ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତି ଥିଲେ ମଧ୍ୟ କେହି ତାଙ୍କୁ ସହଯୋଗ କରିନଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ବାପା-ମାଆ ଜାଣିପାରି କାନ୍ଦିକାନ୍ଦି ସିଂହଦ୍ୱାର ସମ୍ମୁଖରେ ଗଣମାଧ୍ୟମକୁ ଜଣାଇଥିଲେ। ପରେ ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ।
ଏହାପରେ ଘଟଣାଟିକୁ ପୁଲିସ ଗୁରୁତ୍ୱର ସହ ନେଇଥିଲା। ପୁରୀ ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ, ପରିବାର ଲୋକଙ୍କ ଉପସ୍ଥିତିରେ ନାବାଳିକାଙ୍କ ବୟାନ ନେଇଥିଲେ ଓ ସିସିଟିଭି ଚିତ୍ର ଯାଞ୍ଚ କରିବାକୁ ଅତିରିକ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସିସିଟିଭି ଯାଞ୍ଚ ପରେ ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଥିଲା। ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ହେଉଛନ୍ତି 9th ଆଇଆରବି ବାଟାଲିଅନ ଫୁଲବାଣୀର ଯବାନ। ତାଙ୍କ ନାଁ ଛୁକେଶ ମେହେର। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2GVslpM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages