ଏହି ଅଞ୍ଚଳରେ ଲୋକପ୍ରିୟ ମୂଷା ମାଂସ, କିଲୋ ୨୦୦ ଟଙ୍କାରେ ବିକ୍ରି ହେଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଏହି ଅଞ୍ଚଳରେ ଲୋକପ୍ରିୟ ମୂଷା ମାଂସ, କିଲୋ ୨୦୦ ଟଙ୍କାରେ ବିକ୍ରି ହେଉଛି

ନୂଆଦିଲ୍ଲୀ: ଆସାମ୍‌ର ବକ୍ସା ଅଞ୍ଚଳରେ ଏବେ ମୂଷା ମାଂସର ଚାହିଦା ବଢ଼ିବାରେ ଲାଗିଛି। ମୂଷା ମାଂସର ତରକାରୀ ହେଉଛି ଏହି ଅଞ୍ଚଳ ଲୋକମାନଙ୍କ ପାଇଁ ରବିବାରର ପ୍ରିୟ ଖାଦ୍ୟ। ଏଠାରେ ଏହାର ଦର ମଧ୍ୟ କିଛି କମ୍‌ ନୁହେଁ। କିଲୋ ପିଛା ୨୦୦ ଟଙ୍କା ଦରରେ ମୂଷା ମାଂସ ସ୍ଥାନୀୟ ବଜାରରେ ମିଳୁଛି।

ବିକ୍ରେତାଙ୍କ କହିବା ଅନୁଯାୟୀ, ଏହି ଖାଦ୍ୟ ଉତ୍ତର-ପୂର୍ବ ଆସାମର କିଛି ଆଦିମ ଜନଜାତିଙ୍କ ପାରମ୍ପରିକ ଖାଦ୍ୟ। ବିଶେଷ କରି ‘ମୂଷହର’ ଜାତିର ଲୋକେ ମୂଷା ମାଂସ ଖାଇଥାନ୍ତି। ଏମାନେ ଉତ୍ତରପ୍ରଦେଶ, ବିହାର ଓ ନେପାଳର କିଛି ଅଂଶରେ ରହୁଛନ୍ତି। ତେବେ ସେମାନଙ୍କ ଭଳି ଆସାମର ଏହି ଗାଁ ଲୋକଙ୍କ ମଧ୍ୟ ମୂଷା ମାଂସ ଖୁବ୍‌ ପ୍ରିୟ ଖାଦ୍ୟ।

ସୂଚନା ଅନୁସାରେ, ଏଠାରେ ରବିବାର ବଜାରରେ କୁକୁଡ଼ା ଓ ଘୁଷୁରି ମାଂସ ତୁଳନାରେ ମୂଷା ମାଂସ ଅଧିକ ବିକ୍ରି ହୁଏ। ଜଣେ ମାଂସ ବିକାଳିଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଚାଷୀମାନେ ଫସଲ କାଟିବା ସମୟରେ ରାତିରେ ବାଉଁଶ ତିଆରି ଯନ୍ତା ଦ୍ୱାରା ମୂଷା ଧରିଥା’ନ୍ତି। ଏହାଦ୍ୱାରା ସେମାନଙ୍କ ଫସଲ ମଧ୍ୟ ଅଧିକ ନଷ୍ଟ ହେଉ ନାହିଁ।

ମୂଷା ମାଂସ ସାଧାରଣତ ଆର୍ଥିକ ଦୂର୍ବଳ ବ୍ୟକ୍ତିମାନେ ବିକ୍ରି କରନ୍ତି। ଏମାନଙ୍କର ମୁଖ୍ୟ କାମ, ଚା’ ବଗିଚାରେ କାମ କରିବା। ଏହା ବ୍ୟତୀତ ମୂଷା ମାଂସ ବିକ୍ରି ଏମାନଙ୍କ ପାଇଁ  ଅର୍ଥ ଉପାର୍ଜନର ଆଉ ଏକ ମାଧ୍ୟମ।



from Odisha Reporter http://bit.ly/2BMGq3j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages