ପୋଷା କୁକୁରକୁ ଧୋକା ଦେଲେ ମାଲିକ, ସୋଶାଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ପୋଷା କୁକୁରକୁ ଧୋକା ଦେଲେ ମାଲିକ, ସୋଶାଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କିଛିଦିନ ଧରି ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓଟି ବିଶେଷ କରି ପଶୁପ୍ରେମୀଙ୍କ ମନରେ ଖୁବ୍ ଆଘାତ ଦେଉଛି। ଭିଡିଓରେ ଜଣେ ବ୍ୟକ୍ତି ଶୀତୁଆ ରାତିରେ ନିଜ ପାଳିତ କୁକୁରକୁ ଶୂନ୍‌ଶାନ୍ ରାସ୍ତାରେ ଛାଡ଼ି ଚାଲି ଯାଉଥିବାର ଦେଖିବାକୁ ମିଳିଛି।

ଭିଡିଓ ଅନୁଯାୟୀ, ନିରୀହ କୁକୁରଟି ପ୍ରଥମେ ନିଜ ମାଲିକର ଉଦ୍ଦେଶ୍ୟ ଜାଣିପାରୁ ନାହିଁ। ଏକ ଗାଡ଼ିରେ ମାଲିକ ସହ ଆସିଥିବା କୁକୁରଟି ନିଛାଟିଆ ରାସ୍ତାରେ ଗାଡ଼ିରୁ ଓହ୍ଲାଇବା ପରେ ବେଶ୍ ହସଖୁସିରେ ଡିଆଁଡେଇଁ କରୁଛି। ତେବେ ଯେତେବେଳେ ସେ ଜାଣୁଛି ଯେ ମାଲିକ ସେଠାରେ ତାକୁ ଏକା ଛାଡ଼ି ଚାଲିଯାଉଛି, ସେ ପ୍ରଥମେ ମାଲିକଙ୍କ ଗାଡ଼ିକୁ ପଶିବା ପାଇଁ ଉଦ୍ୟମ କରୁଛି। ଏପରକି ଗାଡ଼ିର କାଚ ଓ ଡୋର୍ ବାଡାଉଛି ଏବଂ ଗାଡ଼ିଟି ସଂପୃକ୍ତ ସ୍ଥାନ ଛାଡ଼ି ଚାଲିଯିବା ପରେ ସେ ଅନ୍ୟ ଉପାୟ ନ ପାଇ ଗାଡ଼ି ପଛରେ ଦୌଡ଼ିବାକୁ ଲଗୁଛି।

ଏସବୁ ଦୃଶ୍ୟ କଏଦ୍‌ ହୋଇଛି ରାସ୍ତାକଡ଼ର ସିସିଟିଭି କ୍ୟାମେରାରେ। ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଖୋଜାଖୋଜି କରି କୁକୁରଟିକୁ ଏବେ ଏକ ବୋର୍ଡିଂ ସେଲଟର୍‌ ହାଉସ୍‌ରେ ରଖାଯାଇଛି ଏବଂ ତା ନା ସ୍ନୁପ୍‌ ଦିଆଯାଇଛି।

ଘଟଣାଟି ଇଂଲଣ୍ଡର ଟ୍ରେନ୍‌ଥମ୍‌ସ୍ଥିତ ପ୍ୟାସିଫିକ୍‌ ରୋଡ୍‌ରେ ଘଟିଛି।। ଏକ Staffordshire Bull(କୁକୁର ପ୍ରଜାତି)କୁ ତା’ର ମାଲିକ ଘରୁ ଆଣି ରାସ୍ତାରେ ଛାଡ଼ି ଦେଇ ଚାଲି ଯାଉଥିବାର ଦେଖିବାକୁ ମିଳିଛି।



from Odisha Reporter http://bit.ly/2RlrN0v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages