ସୋନିଆ ଗାନ୍ଧି ଏବଂ ‘ଇଟାଲୀୟ ମହିଳାଙ୍କ ପୁଅ’ଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅଗୁସ୍ତା ମଧ୍ୟସ୍ଥି ମିଶେଲ: ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ସୋନିଆ ଗାନ୍ଧି ଏବଂ ‘ଇଟାଲୀୟ ମହିଳାଙ୍କ ପୁଅ’ଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅଗୁସ୍ତା ମଧ୍ୟସ୍ଥି ମିଶେଲ: ଇଡି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଚୁକ୍ତିର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‌ ମିଶେଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହେପାଜତରେ ଥିବା ସମୟରେ ‘ସୋନିଆ ଗାନ୍ଧି’ ଏବଂ ‘ଇଟାଲୀୟ ମହିଳାଙ୍କ ପୁଅ’ଙ୍କ ବାବଦରେ ମୁହଁ ଖୋଲିଥିବା କଥା ଇଡି ଦିଲ୍ଲୀର ଏକ କୋର୍ଟକୁ ଜଣାଇଛି। ଏହି ଇଟାଲୀୟ ମହିଳାଙ୍କ ପୁଅ ଭବିଷ୍ୟତ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା କଥା ମଧ୍ୟ ସେ କହିଛନ୍ତି, ଯାହାକି ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦର୍ଶାଉଛି।

ଖ୍ରୀଷ୍ଟିଆନ୍‌ ମିଶେଲ୍‌ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଡିଲ୍‌ରେ ଅର୍ଥ ହେରଫେର ହୋଇଥିବା ମାମଲାରେ ଗିରଫ ହୋଇଥିଲେ। ଗତମାସରେ ୟୁଏଇରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା। ତାଙ୍କୁ ତଦନ୍ତକାରୀ ସଂସ୍ଥା ୭ ଦିନ ହେପାଜତକୁ ନେବାପରେ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର କରାଯାଇଥିଲା।

ଇଡି ଆଜି କୋର୍ଟକୁ କହିଥିଲେ, “ଆମକୁ ଜାଣିବାକୁ ହେବ ‘ବିଗ୍‌ମ୍ୟାନ୍‌’ ଏବଂ ‘ଆର୍‌’ ଜଣକ କିଏ। ଏହାକୁ ସ୍ପଷ୍ଟ କରିବାକୁ ହେଲେ ଆମକୁ ଅନ୍ୟ ଲୋକଙ୍କ ସହିତ ମିଶେଲଙ୍କୁ ମୁହାଁମୁହିଁ କରିବାକୁ ହେବ।”

ଆଜି ମିଶେଲ୍‌କୁ ୮ ଦିନ ଆହୁରି ରିମାଣ୍ଡରେ ନେବାପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଥିବାବେଳେ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ଇଡି ଆଜି କୋର୍ଟଙ୍କୁ ଜଣାଇଥିଲେ ଯେ ମିଶେଲ୍‌ଙ୍କ ଓକିଲ ମିଶେଲ୍‌ଙ୍କ ସହିତ ହ୍ୟାଣ୍ଡଶେକ୍‌ କରିବା ବାହାନାରେ ତାଙ୍କ ହାତରେ ଏକ କାଗଜ ଦେଇଥିଲେ ଯେଉଁଥିରେ ସୋନିଆଙ୍କ ସମ୍ପର୍କିତ କିଛି କଥା ଥିଲା। ତେଣୁ ବର୍ତ୍ତମାନ ମିଶେଲଙ୍କୁ ତାଙ୍କ ଓକିଲ ଭେଟିବାରୁ ରୋକାଯାଉ ବୋଲି ଇଡି ଆବେଦନ କରିଛି। ଏଥି ସହିତ ଇଡି ପକ୍ଷରୁ କୁହାଯାଇଛି, କିଭଳି ଭାବରେ ହାଲ୍‌କୁ ହଟାଯାଇ ଟାଟାକୁ ଏହି ଡିଲ୍‌ରେ ସାମିଲ କରାଯାଇଥିଲା ସେ ସମ୍ପର୍କରେ ମିଶେଲ୍‌ଠାରୁ ତଥ୍ୟ ସଂଗ୍ରହ କରାଯାଇଛି।

୫୪ ବର୍ଷୀୟ ମିଶେଲ୍‌ ୩୬୦୦ କୋଟି ଟଙ୍କାର ଅଗୁସ୍ତା ହେଲିକପ୍ଟର ଡିଲରେ ହୋଇଥିବା ଦୁର୍ନୀତିର ମଧ୍ୟସ୍ଥି ଥିଲା ଏବଂ ଭାରତୀୟ ରାଜନୀତିକ ବ୍ୟକ୍ତି ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଲାଞ୍ଚ ବ୍ୟବସ୍ଥା କରିଥିଲା ବୋଲି ତଦନ୍ତକାରୀ ସଂସ୍ଥାମାନେ ଅଭିଯୋଗ କରିଆସୁଛନ୍ତି।

ସିବିଆଇ ପକ୍ଷରୁ କୁହାଯାଉଛି ଏହି ଚୁକ୍ତିରେ ଭାରତକୁ ୨,୬୬୬ କୋଟି ଟଙ୍କାର କ୍ଷତି ହୋଇଥିଲା। ମିଶେଲ ଅଗୁସ୍ତାଠାରୁ ୨୨୫ କୋଟି ଟଙ୍କା କମିଶନ ନେଇଥିବା ଇଡି ଅଭିଯୋଗ ଆଣିଛି। ଅଗୁସ୍ତାର ମୂଳ କମ୍ପାନୀ ଫିଲ ମେକାନିଆ ମଧ୍ୟ ଇଟାଲୀରେ ଏକ ଲାଞ୍ଚ ମାମଲାରେ ଫସିଛି।



from Odisha Reporter http://bit.ly/2GKrTux

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages