ସଲମାନ୍‌ଙ୍କୁ ଜନ୍ମଦିନରେ ଏହି ଉପହାର ଦେଲେ ବିଦେଶିନୀ ପ୍ରେମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ସଲମାନ୍‌ଙ୍କୁ ଜନ୍ମଦିନରେ ଏହି ଉପହାର ଦେଲେ ବିଦେଶିନୀ ପ୍ରେମିକା

ମୁମ୍ୱାଇ: ଦୁଇଦିନ ତଳେ ବଲିଉଡ୍‌ ‘ଦବଙ୍ଗ୍ ଖାନ୍‌’ ସଲମାନ୍ ତାଙ୍କ ୫୩ତମ ଜନ୍ମଦିନ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଦୁଇ ଦିନ ଧରି ଚାଲିଥିବା ବର୍ଥ ଡେ’ ପାର୍ଟିରେ ବି’ଟାଉନ୍‌ର ବହୁ ସେଲିବ୍ରିଟି ସାମିଲ୍‌ ହୋଇଥିଲେ। ତେବେ ଶାହରୁଖ୍‌ ଓ ଆମିର୍‌ ଖାନ୍ ଏଥିରୁ ବାଦ୍‌ ପଡ଼ିଥିଲେ ବୋଲି ଶୁଣିବାକୁ ମିଳିଛି।
ତେବେ ଆପଣ ତ ଜାଣିଥିବେ ଯେ ବଲିଉଡ୍‌ରେ ଚର୍ଚ୍ଚା ହେଉଛି, ସଲ୍‌ମାନ୍‌ ଏବେ ତାଙ୍କ ବିଦେଶିନୀ ପ୍ରେମିକା ୟୁଲିଆ ଭାନ୍ତୁର୍‌ଙ୍କୁ ଡେଟ୍‌ କରୁଛନ୍ତି।

ସଲ୍‌ମାନ୍‌ଙ୍କ ଜନ୍ମଦିନ ପାର୍ଟିରେ ୟୁଲିଆ ବି ଉପସ୍ଥିତ ଥିଲେ। ସୂଚନା ଅନୁସାରେ, ‘ଦବଙ୍ଗ୍‌ ଖାନ୍‌’ଙ୍କ ଏହି ବିଦେଶିନୀ ପ୍ରେମିକା ସଲମାନ୍‌ଙ୍କୁ ଯୀଶୁଙ୍କ ମୂର୍ତ୍ତିର ଏକ ରୋମାନିଆ ଷ୍ଟାଇଲ୍‌ ଲକେଟ୍‌ ଥିବା ସୁନା ଚେନ୍‌ ଉପହାର ଦେଇଛନ୍ତି।

ଏହି ଚେନ୍‌କୁ ସଲ୍‌ମାନ୍‌ ବେକରେ ପିନ୍ଧି ଜନ୍ମଦିନ କେକ୍‌ କାଟୁଥିବାର ଏକ ଫଟୋକୁ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର୍‌ କରିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ସଲ୍‌ମାନ୍‌ ଓ ୟୁଲିଆ ମିଶି ତାଙ୍କ ସମସ୍ତ ସାଙ୍ଗଙ୍କୁ କ୍ରିସ୍‌ମାସ୍‌ର ଉପହାର ଦେଇଛନ୍ତି।ଏଥିରୁ ଆପଣ ନିଶ୍ଚୟ ବୁଝି ପାରୁଥିବେ, ସଲମାନ୍ ଓ ୟୁଲିଆଙ୍କ ସମ୍ପର୍କ ଆଗକୁ ବଢ଼ିବାରେ ଲାଗିଛି। ସଲମାନ୍‌ଙ୍କ ବିବାହ ଖବର ଶୁଣିବା ପାଇଁ ଫ୍ୟାନ୍ସ ଦିନ ଗଣିବାରେ ଲାଗିଛନ୍ତି।

ତେବେ ବର୍ତ୍ତମାନ ସଲମନ୍‌  ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ କ୍ୟାଟ୍ରିନାଙ୍କ ସହ ଫିଲ୍ମ ‘ଭାରତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ‘ଭାରତ’ ୨୦୧୯ରେ ରିଲିଜ୍‌ ହେବାକୁ ଯାଉଛି।



from Odisha Reporter http://bit.ly/2BNQ7yj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages